ଆକାଶରୁ ଉଡ଼ି ଆସି ହାତରେ ବସି ଯାଉଛି ସାପ: କେମିତି, କେଉଁଠି ପଢ଼ନ୍ତୁ... ଏହି ରିପୋର୍ଟ

ଲଣ୍ଡନ: ସାଧାରଣତଃ ସାପ ନାଁ ଶୁଣିଲେ ମନରେ ଭୟ ଆସିଯାଏ। ଯଦି ସାପଟି ସିଧାସଳଖ ଉଡ଼ି ଆସି ହାତ ଉପରକୁ ଆସିଯାଏ, ତା’ହେଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ? ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ କୌତୁହଳପୂର୍ଣ୍ଣ ଭିଡିଓ ଭାଇରଲ୍ ହୋଇଛି। ଯେଉଁଥିରେ ବ୍ରିଟିଶ୍‌ର ଜଣେ ମ୍ୟାଜିକ୍‌ସିଆନ୍ ନୀଲ ହେନରୀ ଏକ ସାପକୁ ନେଇ ଲୋକଙ୍କ ସହିତ ପରିହାସ କରିଛନ୍ତି। ଏହି ସାପଟି ନକଲି ହୋଇଥିଲେ ମଧ୍ୟ ଅସଲି ସାପ ପରି ଦେଖା ଯାଉଥିଲା। ମ୍ୟାଜିକ୍‌ସିଆନ୍ ଜଣଙ୍କ […]

snake

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 12:29 PM IST

ଲଣ୍ଡନ: ସାଧାରଣତଃ ସାପ ନାଁ ଶୁଣିଲେ ମନରେ ଭୟ ଆସିଯାଏ। ଯଦି ସାପଟି ସିଧାସଳଖ ଉଡ଼ି ଆସି ହାତ ଉପରକୁ ଆସିଯାଏ, ତା’ହେଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ?

ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ କୌତୁହଳପୂର୍ଣ୍ଣ ଭିଡିଓ ଭାଇରଲ୍ ହୋଇଛି। ଯେଉଁଥିରେ ବ୍ରିଟିଶ୍‌ର ଜଣେ ମ୍ୟାଜିକ୍‌ସିଆନ୍ ନୀଲ ହେନରୀ ଏକ ସାପକୁ ନେଇ ଲୋକଙ୍କ ସହିତ ପରିହାସ କରିଛନ୍ତି। ଏହି ସାପଟି ନକଲି ହୋଇଥିଲେ ମଧ୍ୟ ଅସଲି ସାପ ପରି ଦେଖା ଯାଉଥିଲା।

ମ୍ୟାଜିକ୍‌ସିଆନ୍ ଜଣଙ୍କ ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ସାପଟିକୁ ଫୋପାଡି ଦେଉଥିବା ଭିଡିଓ ଦେଖିବାକୁ ମିଳିଛି।

ମେ’ ୨୦ରେ ଏହି ଭିଡିଓକୁ ଫେସ୍‌ବୁକ୍‌ରେ ଅପଲଡ୍‌ କରାଯାଇଥିଲା। ବର୍ତ୍ତମାନ ଯାଏଁ ଏହି ଭିଡିଓକୁ ୭.୧ କୋଟି ଲୋକ ଦେଖି ସାରିଛନ୍ତି।

ରିପୋର୍ଟ ଓ ଫଟୋ- ନଈ ଦୁନିଆ

 

 

Related story