ଏବେ ଚାଲିଛି ସେଲଫିର କ୍ରେଜ୍। ବିଶେଷ କରି ଯୁବବର୍ଗଙ୍କୁ ଘାରିଛି ଏହି କ୍ରେଜ୍। ନୂଆ ନୂଆ ଷ୍ଟାଲର ସେଲଫି ସୋସିଆଲ ମିଡିଆରେ ବହୁତ ପୋଷ୍ଟ ହେଉଛି। ଏମିତି ବି ହେଉଛି ବହୁ ସମୟରେ ସେଲଫି ନେବା ଚକ୍କରରେ ଜୀବନ ଦେବାକୁ ପଡୁଛି। ସେଲଫି ଏକ ନୂଆ ଟ୍ରେଣ୍ଡ ବୋଲି ସମସ୍ତେ ଭାବୁଛନ୍ତି। ଖାସ୍ କରି ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ସେଲଫି ନେବା ଆରମ୍ଭ ହୋଇଥିବା କୁହାଯାଉଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସେଲଫି ଟ୍ରେଣ୍ଡ ଆଜିର ନୁହେଁ। ଏହା ୧୭୮ ବର୍ଷ ପୁରୁଣା। କୁହାଯାଏ ବିଶ୍ୱର ପ୍ରଥମ ସେଲଫି ୧୭୮ ବର୍ଷ ପୂର୍ବେ ନିଆଯାଇଥିଲା।
୧୮୩୯ରେ ଡେଗ୍ୟୁରଟାଇପ୍ ପ୍ରକ୍ରିୟାରେ ବିଶ୍ୱର ପ୍ରଥମ ସେଲଫି ନିଆଯାଇଥିଲା। ଏହାର ଆରମ୍ଭ ଲୁଇସ୍ ଜ୍ୟାକୁସ୍ ମାନ୍ଡେ ଡେଗ୍ୟୁର କରିଥିଲେ। ତାଙ୍କ ନାମ ଅନୁସାରେ ଏହି ପ୍ରକ୍ରିୟାକୁ ଡେଗ୍ୟୁରଟାଇପ୍ ନାମକରଣ କରାଯାଇଥିଲା। ଏଥିରେ ବ୍ୟବହାର ହୋଇଥିବା ଉପକରର ବହୁତ ଭାରି ଥିଲା। ଏହାସହ ଏଥିରେ ଫଟୋ ଉଠାବା ବହୁତ ମହଙ୍ଗା ଥିଲା। ରବୋର୍ଟ କୋନୋଲିୟସ ଉଠାଥିଲେ ବିଶ୍ୱର ପ୍ରଥମ ସେଲଫି। ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ପୁରୁଣା ୧୦ଟି ସେଲଫି କେବେ ନିଆଯାଇଥିଲା।
୨. ଇଂରେଜ୍ ଫଟୋଗ୍ରାଫର ୟୁସୁଫ ବାୟରନ ୧୯୦୯ରେ ନେଇଥିଲେ ନିଜ ସେଲଫି।
୩. ଅନାସ୍ତାସିୟା ନିକୋଲାଇୱିନ୍ ୧୯୧୪ରେ ନେଇଥିଲେ ତାଙ୍କ ସେଲଫି। ନିକୋଲାଇୱିନଙ୍କ ଫଟୋକୁ ପ୍ରଥମ ମହିଳାଙ୍କ ସେଲଫି ମାନ୍ୟତା ମିଳିଛି।
୪. ଆଇନା ଆଗରେ ଛିଡା ହୋଇ ୧୯୪୯ରେ ଷ୍ଟୋନଲେ କୁବ୍ରେକ୍ ନେଇଥିଲେ ସେଲଫି।
୫. ଏସ୍. ଥୋମ୍ପସ୍ ୧୯୬୦ରେ ନେଇଥିଲେ ନିଜର ସେଲଫି।
୭. ଫଟୋଗ୍ରାଫର ଟେରୀ ଫିଞ୍ଚର ନିଜ ଜୋତାରେ ଲେନ୍ସ ବାନ୍ଧି ୧୯୬୬ରେ ନେଇଥିଲେ ସେଲଫି।
୮. ଜେମିନ-୧୨ ମିଶନ ବେଳେ ବଜ୍ଜ ଏଲଷ୍ଟିନ ୧୯୬୬ରେ ନେଇଥିଲେ ନିଜର ସେଲଫି।
୯. ନିଲ ଆର୍ମଷ୍ଟଙ୍ଗ ୧୯୬୯ରେ ମହାକାଶରେ ନେଇଥିଲେ ସେଲଫି।
୧୦. ପୋଲ ମୋକକାର୍ଟନି ଦାବି କରନ୍ତି ସେ ନିଜର ଫଟୋ ଉଠାବା ପରେ ଦୁନିଆରେ ସେଲଫି ଟ୍ରେଣ୍ଡ ଆରମ୍ଭ ହୋଇଥିଲା।