ବିରାଡ଼ି ନା ବାଘ; ଭେଟନ୍ତୁ ବିଶ୍ୱର ବଡ଼ ବିଲେଇକୁ

ମେଲବୋର୍ଣ୍ଣ: ଓଡ଼ିଆରେ ଗୋଟେ କଥା ଅଛି ବାଘ ନ ଦେଖିଲେ ବିରାଡ଼ି ଦେଖ। ସତରେ ଆଜି ଆମେ ଯେଉଁ ବିରାଡ଼ି କଥା କହୁଛୁ ତାହା ବାଘଠାରୁ କିଛି କମ୍ ନୁହେଁ।  ଅଷ୍ଟ୍ରେଲିଆରେ ରହୁଥିବା ଏକ ଦମ୍ପତିଙ୍କ ପାଖରେ ରହିଛି ଏହି ବିଲେଇ। ଏହି ଦମ୍ପତି ଯେତେବେଳେ ଏହାକୁ କିଣିଥିଲେ ସେମାନେ ଜାଣି ନ ଥିଲେ ଯେ ଏହା ବିଶ୍ୱର ସବୁଠାରୁ ବଡ଼ ବିଲେଇର ଆଖ୍ୟା ପାଇବ। ଗିନିଜ୍‌ ବୁକ୍‌ ରେକଡର୍ସର ଟିମ୍‌ ବି ବିଲେଇର ଆକାର ଜାଣି […]

longest-cat-world

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 02:32 PM IST

ମେଲବୋର୍ଣ୍ଣ: ଓଡ଼ିଆରେ ଗୋଟେ କଥା ଅଛି ବାଘ ନ ଦେଖିଲେ ବିରାଡ଼ି ଦେଖ। ସତରେ ଆଜି ଆମେ ଯେଉଁ ବିରାଡ଼ି କଥା କହୁଛୁ ତାହା ବାଘଠାରୁ କିଛି କମ୍ ନୁହେଁ।  ଅଷ୍ଟ୍ରେଲିଆରେ ରହୁଥିବା ଏକ ଦମ୍ପତିଙ୍କ ପାଖରେ ରହିଛି ଏହି ବିଲେଇ। ଏହି ଦମ୍ପତି ଯେତେବେଳେ ଏହାକୁ କିଣିଥିଲେ ସେମାନେ ଜାଣି ନ ଥିଲେ ଯେ ଏହା ବିଶ୍ୱର ସବୁଠାରୁ ବଡ଼ ବିଲେଇର ଆଖ୍ୟା ପାଇବ।

ଗିନିଜ୍‌ ବୁକ୍‌ ରେକଡର୍ସର ଟିମ୍‌ ବି ବିଲେଇର ଆକାର ଜାଣି ତାଜୁବ ହୋଇଗଲେ। ଏହି ବିଲେଇର ନାଁ ଓମର। ସେ ଯେତେବେଳେ ଛୋଟ ଥିଲା ତାକୁ ଏହି ଦମ୍ପତି ଘରକୁ ଆଣିଥିଲେ। ଏକ ବର୍ଷ ମଧ୍ୟରେ ତାର ଶରୀର ୨୨ଏଲ୍‌ବିଏସ୍‌  ବୃଦ୍ଧି ପାଇଛି।

ଓମାର ସକାଳ ୫ଟାରେ ଉଠେ। ଏହାପରେ ସେ ଜଳଖିଆ ଖାଇ କିଛି ସମୟ ବାହାରେ ବୁଲା ବୁଲି କରେ। ଓମାର କଙ୍ଗାରୁ ମାଂସ ଖାଇବାକୁ ପସନ୍ଦ କରେ।

ଇନଷ୍ଟାଗ୍ରାମରେ ଓମାରର ପ୍ରଶଂସକଙ୍କ ସଂଖ୍ୟା ଏକ ଲକ୍ଷ ଟପି ଯାଇଛି। ଲୋକେ ଏବେ ଓମାର ଫଟୋକୁ ସେୟାର କରିବା ସହ ଏବେ ସେ ଭର୍ଚୁଆଲ୍ ଷ୍ଟାର ବନି ଯାଇଛି।

ରିପୋର୍ଟ ଓ ଫଟୋ- ନଈ ଦୁନିଆ

Related story