ଏପରି ଦେଶ , କେଉଁଠି କିସ୍‌ କରିବା ମନା ତ, କେଉଁଠି ନ ଗାଧୋଇ ଶୋଇବା ଅପରାଧ

ୱାଶିଂଟନ:  ବ୍ରୁନେଇର ସୁଲତାନ କିଛି  ଦିନ ପୂର୍ବେ ଏକ କଠୋର ନିୟମର ଘୋଷଣା କରିଥିଲେ , ଯାହାକୁ କି ମାନବାଧିକାରର ଉଲ୍ଲଘଂନ କୁହାଯିବା ସହ ସମଗ୍ର ଦୁନିଆରେ ଏହାକୁ ସମାଲୋଚନା କରାଯାଇଥିଲା। ଯୌନ ନିର୍ଯାତନା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଣି କରିଥିଲେ। ହେଲେ ଉକ୍ତ ବ୍ୟକ୍ତିଙ୍କୁ ଫାଶି ବଦଳରେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଟେକା ମାରି ମାରି ହତ୍ୟା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ଅନ୍ତର୍ଜାତୀୟ […]

smilie-2..

Niharika Rout
  • Published: Monday, 13 May 2019
  • , Updated: 13 May 2019, 01:13 PM IST

ୱାଶିଂଟନ:  ବ୍ରୁନେଇର ସୁଲତାନ କିଛି  ଦିନ ପୂର୍ବେ ଏକ କଠୋର ନିୟମର ଘୋଷଣା କରିଥିଲେ , ଯାହାକୁ କି ମାନବାଧିକାରର ଉଲ୍ଲଘଂନ କୁହାଯିବା ସହ ସମଗ୍ର ଦୁନିଆରେ ଏହାକୁ ସମାଲୋଚନା କରାଯାଇଥିଲା। ଯୌନ ନିର୍ଯାତନା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଣି କରିଥିଲେ। ହେଲେ ଉକ୍ତ ବ୍ୟକ୍ତିଙ୍କୁ ଫାଶି ବଦଳରେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଟେକା ମାରି ମାରି ହତ୍ୟା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ଅନ୍ତର୍ଜାତୀୟ ଚାପରେ ପଡ଼ି ସେ ଏହାକୁ ପ୍ରତ୍ୟାହୃତ କରିଥିଲେ।

ସମଗ୍ର ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଏପରି ବହୁତ ନିୟମ ଅଛି, ଯାହା କି ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଉକ୍ତ ଦେଶ ଯାଇ ସେଠାକାର ନିୟମ ଭଙ୍ଗ କଲେ ଆପଣ ହୋଇପାରନ୍ତି ଦଣ୍ଡିତ ନଚେତ ଦେଇପାରନ୍ତି ଜରିମାନା।  ଆଜି ଆମେ ଆପଣଙ୍କୁ ଦୁନିଆର ବିଭିନ୍ନ ଦେଶରେ ପ୍ରଣୟନ ହେଉଥିବା ଏପରି କିଛି ନିୟମ ବିଷୟରେ ଅବଗତ କରାଇବୁ ।

-ଇଂଲଣ୍ଡର ମେସାଚ୍ୟୁଟସ୍‌ ଏପରି ଏକ ଜାଗା ଯେଉଁଠାରେ ରାତିରେ ଗାଧୋଇବା ବିନା ଶୋଇବାକୁ ଯିବା ଆଇନତଃ ଅପରାଧ ଅଟେ। ଏହାବ୍ୟତୀତ ଏଠାରେ ରବିବାର ଗାଧୋଇବା ବେଆଇନ ଅଟେ।

୨- ସାଧାରଣତଃ ଗାଡ଼ିକୁ ସଫା କରିବାକୁ ଲୋକେ  ଘରେ ଥିବା ପୁରୁଣା କପଡ଼ା ନଚେତ ପୁରୁଣା ଅଣ୍ଡରୱିୟର ବ୍ୟବହାର କରିଥାନ୍ତି। କିନ୍ତୁ ଆମେରିକାର ସୈନଫ୍ରାନ୍ସିକୋରେ ପ୍ରଚଳିତ ନିୟମ ବିଷୟରେ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାବ। ଏଠାରେ ଅଣ୍ଡରୱିୟରରେ ଗାଡ଼ି ସଫା କରିବା ସମ୍ପୂର୍ଣ୍ଣ ବେଆଇନ। ଆଉ ଏପରି କରୁଥିବା ଅବସ୍ଥାରେ ଧରା ପଡ଼ିଲେ ଜରିମାନା ନଚେତ ଦଣ୍ଡ ସୁନିଶ୍ଚିତ।

 ୩- ସ୍ୱିଜରଲାଣ୍ଡରେ ନିୟମ ଅଛି ଯେ, ରାତି ୧୦ଟା ପରେ ଏଠାରେ ଥିବା ଆପାର୍ଟମେଣ୍ଟର ବାଥ୍‌ରୁମ୍‌ରେ କେହି ବ୍ୟକ୍ତି ଫ୍ଲଶ୍‌ ମାରି ପାରିବେ ନାହିଁ। ଏହାଦ୍ୱାରା ଧ୍ୱନି ପ୍ରଦୂଷଣ ହୁଏ ବୋଲି ଧାରଣା ରହିଛି।

୪- ଫ୍ୟାଶନ୍‌ର ରାଜଧାନୀ ଇଟିଲିରେ ମଧ୍ୟ ଏପରି କିଛି ଓଲଟପାଲଟ ନିୟମ ରହିଛି। ଏଠାରେ ନ ହସିଲେ ଲୋକଙ୍କ ଦେବାକୁ ପଡ଼େ ଜୋରିମାନା। ତେଣୁ ଏଠାରେ ଲୋକଙ୍କୁ ସବୁବେଳେ ହସିବା ଅପରିହାର୍ଯ୍ୟ। କିଛି କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇଛି। ଯେପରିକି ହସ୍ପିଟାଲ କ୍ଷେତ୍ରରେ ଓ ଅନ୍ତିମ ସଂସ୍କାରରେ ଯିବା କ୍ଷେତ୍ରରେ ଏପରି ନିୟମ ପାଳନକୁ କୋହଳ କରାଯାଇଛି।

୫- ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ ସାଧାରଣ ଲୋକ ବିଜୁଳି ବଲବ୍‌ ବଦଳାଇ ପାରିବେନି। ଏଥିନିମନ୍ତେ ସରକାରଙ୍କ ଦ୍ୱାରା ସାର୍ଟିଫାଏଡ ଇଲେକ୍ଟ୍ରିସିଆନଙ୍କ ସହାୟତା ନେବାକୁ ଲୋକେ ବାଧ୍ୟ। ନଚେତ ଜରିମାନା ଲାଗିବା ଥୟ।

୬- ଥାଇଲାଣ୍ଡରେ ଅଣ୍ଡରୱିୟର ନ ପିନ୍ଧି ଘରୁ ବାହାରିବା ଏକ ବଡ ଅପରାଧ। ଏହାବ୍ୟତୀତ ଯଦି ଏଠାରେ କୌଣସି ବ୍ୟକ୍ତି ସାର୍ଟ ନ ପିନ୍ଧି ବାଇକ୍‌, କିମ୍ୱା କାର ଚଲାଉଥିବାର ଧରାପଡ଼ନ୍ତି, ତାଙ୍କୁ ୫୦୦ ଟଙ୍କା  ଗଣିବାକୁ ପଡ଼େ।

୭- ବ୍ରିଟେନର ରେଲୱେ ଷ୍ଟେଶନରେ କିସ୍‌ କରିବା ମନା। ଏହାଦ୍ୱାରା ଟ୍ରେନ୍‌ ପଳାଇଯିବାର ଆଶଙ୍କା ଥିବାରୁ ଏପରି ନିୟମ କରାଯାଇଛି।

୮- ଡେନମାର୍କର ଜେଲ୍‌ରୁ ଯଦି କୌଣସି ଅପରାଧୀ ଫେରାର ହୋଇଯିବାକୁ ଚେଷ୍ଟା କରି ସଫଳ ହୁଅନ୍ତି ତାକୁ ଅପରାଧ ବୋଲି ବିବେଚନ କରାଯାଏ ନାହିଁ। ହେଲେ ଯଦି ଫେରାର ହେବା ବେଳେ ଧରାପଡନ୍ତି, ତେବେ ତାଙ୍କୁ ଆଣି ଜେଲ୍‌ରେ ପୁରାଇ ଦିଆଯାଏ। କିନ୍ତୁ ଏଥିପାଇଁ ଅଧିକ କିଛି ଦଣ୍ଡ ଦିଆଯାଇ ନ ଥାଏ।

୯- ଆମେରିକାର ବେରମାଁନ୍ଟ ନାମକ ସହରରେ ଏପରି ନିୟମ ଅଛି ଆପଣ ଶୁଣିଲେ ହସି ହସି ଗଡ଼ିଯିବେ। ଏଠାରେ ଯଦି କୌଣସି ମହିଳାଙ୍କୁ ନକଲି ଦାନ୍ତ ଲଗାଇବାର ଥାଏ, ତେବେ ତାଙ୍କୁ ନିଜ ସ୍ୱାମୀଙ୍କ ନିକଟରୁ ଲିଖିତ ଅନୁମତି ନେବା ବାଧ୍ୟତାମୂଳକ।

୧୦-  ଆମେରିକା ନିକଟବର୍ତ୍ତୀ ଏକ ସହରରେ କୁକୁରକୁ ଚିଡ଼ାଇବା ଅପରାଧ ଶ୍ରେଣୀଭୁକ୍ତ। ଏପରି କରୁଥିବା ଲୋକେ ଜେଲ୍‌ ବି  ଯାଇ ପାରନ୍ତି।

୧୧- ଗୋଟିଏ ଘରେ ୨ କିମ୍ୱା ଅଧିକ ଛୁଆ ଥିଲେ, ସେମାନଙ୍କୁ ଗୋଟିଏ ବାଥ୍‌ ଟବରେ ପଶାଇ ଗାଧୋଇ ଦିଆଯାଏ। ହେଲେ ଆମେରିକାର ଲସ୍‌ ଏଞ୍ଜଲେସ୍‌ରେ ଏହା ଅପରାଧ।  ଗୋଟିଏ ଟବ୍‌ରେ ୨ ଛୁଆଙ୍କୁ ଗାଧୋଇ ଦେବା ଏଠାରେ ବେନିୟମ କାମ।

ତେଣୁ ଆପଣ କେବେ ଏହି ସବୁ ଦେଶ ଭ୍ରମଣରେ ଯାଉଥିଲେ, ସେଠାକାର ନିୟମ ବିଷୟରେ ଅବଗତ ହେଲେ ବହୁ ବିପତ୍ତିରୁ ରକ୍ଷା ପାଇପାରିବେ।

Related story