ମ୍ୟାକ୍‌ଡୋନାଲଡ ବିଜ୍ଞାପନରେ ମଲା ବାପାର କାହାଣୀ: ଭାବାବେଗକୁ ନେଇ ବେପାର, ସୋସିଆଲ୍‌ ମିଡିଆରେ ଝଡ଼

ଜନ୍ମରୁ ସେ ତା ବାପାଙ୍କୁ ଦେଖିନି। କିନ୍ତୁ ମନେ ମନେ ଖୋଜୁଛି। ଆଉ ଝୁରି ହେଉଛି। ବେଳେ ବେଳେ ମା’କୁ ବାପାଙ୍କ ପସନ୍ଦ ନାପସନ୍ଦର କଥା ପଚାରିଦେଉଛି। ବାପାଙ୍କର କେଉଁ ଗୁଣ ତା’ ସହିତ ମେଳ ଖାଉଛି ତାକୁ ଜାଣିବା ପାଇଁ ତାର ଢେର ଆଗ୍ରହ। ଘଟଣାକ୍ରମରେ ଦିନେ ଉଭୟ ମା’ ପୁଅ ଅତି ଆନନ୍ଦରେ ପହଞ୍ଚି ଯାଉଛନ୍ତି ରେଷ୍ଟୁରାଣ୍ଟରେ। ଆଉ ପୁଅ ଖୁସିରେ କିଛି  “ଫ୍ଲିଟ୍‌-ଓ-ଫିସ୍‌ ବର୍ଗର” ମଗାଉଛି।  ସେତେବେଳେ ମା’ କହୁଛି ପୁଅ ଏହା  […]

photo-1

Rakesh Mallick
  • Published: Tuesday, 16 May 2017
  • , Updated: 17 May 2017, 07:36 AM IST

ଜନ୍ମରୁ ସେ ତା ବାପାଙ୍କୁ ଦେଖିନି। କିନ୍ତୁ ମନେ ମନେ ଖୋଜୁଛି। ଆଉ ଝୁରି ହେଉଛି। ବେଳେ ବେଳେ ମା’କୁ ବାପାଙ୍କ ପସନ୍ଦ ନାପସନ୍ଦର କଥା ପଚାରିଦେଉଛି। ବାପାଙ୍କର କେଉଁ ଗୁଣ ତା’ ସହିତ ମେଳ ଖାଉଛି ତାକୁ ଜାଣିବା ପାଇଁ ତାର ଢେର ଆଗ୍ରହ। ଘଟଣାକ୍ରମରେ ଦିନେ ଉଭୟ ମା’ ପୁଅ ଅତି ଆନନ୍ଦରେ ପହଞ୍ଚି ଯାଉଛନ୍ତି ରେଷ୍ଟୁରାଣ୍ଟରେ। ଆଉ ପୁଅ ଖୁସିରେ କିଛି  “ଫ୍ଲିଟ୍‌-ଓ-ଫିସ୍‌ ବର୍ଗର” ମଗାଉଛି।  ସେତେବେଳେ ମା’ କହୁଛି ପୁଅ ଏହା  ହେଉଛି ତୋ ବାପାର ସବୁଠୁ ବେଶୀ ପସନ୍ଦ। ହଠାତ୍‌ ଉତ୍ତର ଶୁଣି ଖାଇବା ପୂର୍ବରୁ ମୁହଁ ପାଖରେ ପୁଅର ହାତ ଅଟକି ଯାଉଛି। ଏମିତି ଏକ ଥିମକୁ ନେଇ ତିଆରି ହୋଇଛି ଏକ ବିଜ୍ଞାପନ।
ଆଉ ବିଜ୍ଞାପନକୁ ନେଇ ସୃଷ୍ଟି ହୋଇଛି ବିବାଦ। ନିଜ ଫାଷ୍ଟଫୁଡ ପ୍ରଡକ୍ଟର ପ୍ରଚାର ପ୍ରସାର ପାଇଁ ମ୍ୟାକ୍‌ଡୋନାଲଡ ପକ୍ଷରୁ ତିଆରି ହୋଇଥିବା ଏହି ବିଜ୍ଞାପନକୁ ନେଇ ଅନେକ ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି । ନିଜ ପ୍ରଡକ୍ଟର ବିଜ୍ଞାପନ ପାଇଁ କମ୍ପାନୀ ଗୁଡ଼ିକ କେମିତି ଲୋକଙ୍କ ଭାବାବେଗ ସହ ଖେଳ ଖେଳନ୍ତି ତାକୁ ନେଇ ସୃଷ୍ଟି ହୋଇଛି ବିତର୍କ। ବାପା ମରିଗଲା ପରେ ପୁଅର ମାନସିକତାକୁ ନେଇ ଏମିତି ବିଜ୍ଞାପନ ତିଆରି କରିବା ସ୍ପୃହଣୀୟ ନୁହେଁ ବୋଲି ଅନେକ ଟ୍ୱିଟ୍ କରି ଜଣାଇଛନ୍ତି।

“ଦି ମିଡଗର୍ସ” ନାମକ ଜଣେ ବ୍ୟକ୍ତି ଏବାବଦରେ  ଟ୍ୱିଟ୍‌ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି ପିଲାଟି ବେଳୁ ମୁଁ ମୋ ବାପାଙ୍କୁ ହରାଇଛି । ଆଉ ମ୍ୟାକ୍‌ଡୋନାଲଡ୍‌ର ଏହି ବିଜ୍ଞାପନ ଦେଖିବା ପରେ ମୋତେ ମାନସିକ ଭାବେ ଖୁବ୍‌ ଆଘାତ ଲାଗିଛି।

ସେହିପରି ଜର୍ଜ ରବସନ୍‌ ନାମକ ଆଉ ଜଣେ ବ୍ୟକ୍ତି  ଏବାବଦରେ ଟ୍ୱିଟ୍‌ କରି ବିଜ୍ଞାପନ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ପଚାରିଛନ୍ତି ମାଛ ଖାଇଲା ବେଳେ କିଏ କ’ଣ ତା ମଲା ବାପାଙ୍କୁ ଖୋଜେ। ସେ କହିଛନ୍ତି ଯେ, ମ୍ୟାକ୍‌ ଡୋନାଲଡର ଏଭଳି ବିଜ୍ଞାପନ ମାନବିକ ବିରୋଧୀ ବୋଲି ସେ କହିଛନ୍ତି। ତେବେ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ପରେ ମ୍ୟାକ୍‌ ଡୋନାଲଡ୍ କ୍ଷମା ମାଗିଥିବା ଜଣାପଡ଼ିଛି।

 

Related story