ଯୋଗୀ ଶାସନକୁ ମାସେ: ଚର୍ଚ୍ଚାରେ ଚର୍ଚ୍ଚିତ ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୋଡ୍‌ରେ। ଏକ ମାସ ପୂରିଛି ଯୋଗୀ ସରକାରକୁ। ସନ୍ୟାସୀ ସିଏମ୍‌ଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ବି ହୋଇଛି। ଆସନ୍ତୁ ନଜର ପକାଇବା ଚର୍ଚ୍ଚିତ ୫ଟି ନିଷ୍ପତ୍ତି ଉପରେ। ଋଣ ଛାଡ଼: ନିଜ ନିର୍ବାଚନୀ ଇସ୍ତାହାରରେ ଉତ୍ତରପ୍ରଦେଶରେ ସରକାର ଆସିଲେ କୃଷି ଋଣ ଛାଡ଼ କରାଯିବ ବୋଲି ଘୋଷଣା କରିଥିଲା ବିଜେପି। ପ୍ରଥମ କ୍ୟାବିନେଟ ବୈଠକରେ କୃଷି ଋଣ ଛାଡ଼ ନିଷ୍ପତି ନେଇଥିଲେ ଯୋଗୀ ସରକାର। […]

yogi

Rakesh Mallick
  • Published: Wednesday, 19 April 2017
  • , Updated: 19 April 2017, 01:38 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୋଡ୍‌ରେ। ଏକ ମାସ ପୂରିଛି ଯୋଗୀ ସରକାରକୁ। ସନ୍ୟାସୀ ସିଏମ୍‌ଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ବି ହୋଇଛି। ଆସନ୍ତୁ ନଜର ପକାଇବା ଚର୍ଚ୍ଚିତ ୫ଟି ନିଷ୍ପତ୍ତି ଉପରେ।

ଋଣ ଛାଡ଼: ନିଜ ନିର୍ବାଚନୀ ଇସ୍ତାହାରରେ ଉତ୍ତରପ୍ରଦେଶରେ ସରକାର ଆସିଲେ କୃଷି ଋଣ ଛାଡ଼ କରାଯିବ ବୋଲି ଘୋଷଣା କରିଥିଲା ବିଜେପି। ପ୍ରଥମ କ୍ୟାବିନେଟ ବୈଠକରେ କୃଷି ଋଣ ଛାଡ଼ ନିଷ୍ପତି ନେଇଥିଲେ ଯୋଗୀ ସରକାର। କୃଷକଙ୍କ ପାଇଁ ୩୬୦୦୦ କୋଟି  ଋଣ ଛାଡ଼ ଘୋଷଣା କରି ନିଜର ପ୍ରଥମ ପ୍ରତିଶୃତି ପୂରଣ କରିଥିଲେ।

ଆଣ୍ଟି-ରୋମିଓ ସ୍କ୍ୱାଡ: ରୋଡ଼ ରୋମିଓଙ୍କୁ ସାବାଡ଼ କରିବା ପାଇଁ ଆଣ୍ଟି ରୋମିଓ ସ୍କ୍ୱାଡ ଗଠନ କରି ବେଶ ଚର୍ଚ୍ଚିତ ହୋଇଛନ୍ତି ଯୋଗୀ। ବିବାଦ ହୋଇଛି, ସମାଲୋଚନା ବି ହୋଇଛି। ହେଲେ ନିଷ୍ପତିରେ ଅଟଳ ରହିଛନ୍ତି ଆଦିତ୍ୟନାଥ।

ପାନ ମନା: ସ୍କ୍ଲୁଲ ,କଲେଜ, ହସ୍ପିଟାଲ ଏବଂ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ପାନ, ଗୁଟଖା ଓ ଅନ୍ୟ ତମାଖୁ ସେବନ ଉପରେ ବ୍ୟାନ୍‌ ଲଗାଇଛନ୍ତି ୟୁପି ସରକାର। ସରକାରୀ କର୍ମଚାରୀଙ୍କ ଉପରେ ଏନେଇ ଫତୁଆ ଜାରି  କରିଛନ୍ତି ଯୋଗୀ।

ଅବୈଧ କଂସେଇଖାନାରେ ତାଲା: ବିଜେପି ସରକାର ଆସିଲେ ଉତ୍ତରପ୍ରଦେଶରେ ଥିବା ସମସ୍ତ ଅବୈଧ କଂସେଇଖାନା ବନ୍ଦ ହେବ ବୋଲି ଘୋଷଣା କରିଥିଲା ବିଜେପି। ଶାସନ ଭାର ହାତକୁ ଆସିବା ସଙ୍ଗେ ସଙ୍ଗେ ଅବୈଧ କଂସଇଖାନା ବନ୍ଦ କରିଥିଲେ ଯୋଗୀ। ଯାହାକୁ ନେଇ ବିବାଦ ଉଠିଥିଲେ ମଧ୍ୟ ଅବୈଧ କଂସେଇଖାନା ଚାଲିବାକୁ ଦେଇନଥିଲେ ଯୋଗୀ।

ମହାପୁରୁଷଙ୍କ ଜୟନ୍ତୀରେ ଛୁଟି ମନା: ମହାପୁରୁଷଙ୍କ ଜନ୍ମ ଦିବସ ଏବଂ ଜୟନ୍ତୀରେ ସରକାରୀ କାର୍ଯ୍ୟାଳୟ,ସ୍କୁଲ,କଲେଜ, ବନ୍ଦ ନକରିବା ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ମନ୍ତ୍ରୀମାନଙ୍କୁ ନାଲିବତି ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି ଯୋଗୀ।

 

Related story