ଯୁବ ଚିତ୍ରକରଙ୍କ ନିଆରା ଦେଶପ୍ରେମ: ଭାରତମାତା ନାଁରେ ତିଆରି କଲେ ବୃହତ ବହି, ଇଚ୍ଛା ମୋଦିଙ୍କୁ ଗିଫ୍ଟ କରିବେ

Ordigital Desk
  • Published: Saturday, 12 August 2017
  • , Updated: 12 August 2017, 08:12 PM IST
<p>ଭୁବନେଶ୍ୱର: ଘେରା ହୋଇ ରହିଛି ଲୁହା ଚେନ୍। ପଡ଼ିଛି ସଂଖ୍ୟାଧିକ ଚାବି। ତା ଭିତରେ ସୁରକ୍ଷିତ ରହିଛି ଏକ ବାକ୍ସ ପରି ଦିଶୁଥିବା ଏହି ବହି। ବହିର ମୋଟେଇ ଦେଖି ଆପଣ ଭ୍ରମରେ ପଡୁଥିବେ। ପାଖାପାଖି ଅଢେ଼ଇ ଫୁଟରୁ ଅଧିକ ଉଚ୍ଚତା। ପୃଷ୍ଠା ସଂଖ୍ୟା ଅଢେ଼ଇ ହଜାର। ଏପରି ଏକ ବହିର ପ୍ରସ୍ତୁତ କରିଛନ୍ତି ଯୁବ କଳାକାର ସୁଶୀଲ ରାଉତ। ନାଁ ଦେଇଛନ୍ତି ଇଣ୍ଡିଆନ ବ୍ଲଡ ବୁକ ଫିଲୋସୋଫି।&nbsp; ଭାରତ ମାତା ପ୍ରତି ଥିବା ତାଙ୍କର ଭଲ ପାଇବା ସେ ଏହି ବହି ମାଧ୍ୟମରେ ପରିପ୍ରକାଶ କରିଛନ୍ତି।</p> <p>ସୁଶିଲ ପେସାରେ ଜଣେ ଆର୍ଟିଷ୍ଟ। ଏ ବହିଟି ତାଙ୍କ ଦେଶପ୍ରେମର ପ୍ରତିଫଳନ। ଏହି ବହି ତିଆରି କରିବାକୁ ତାଙ୍କୁ ଲାଗିଛି ୧୦ରୁ ୧୨ ବର୍ଷ । ମନରେ ଆପଣଙ୍କର ପ୍ରଶ୍ନ ଉଠୁଥିବ ଅଢେ଼ଇ ହଜାର ପୃଷ୍ଠାର ଏ ବହିରେ ଅଛି କଣ। ଏହାର ପ୍ରତି ପୃଷ୍ଠାରେ ସୁଶୀଲ ତାଙ୍କ ତୂଳୀ, ପେନ୍ ଓ ପେନ୍&zwnj;ସିଲରେ ଆଙ୍କିଛନ୍ତି&nbsp; ଦେଶପ୍ରେମର ଛବି। ବହିଟିକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଗିଫ୍ଟ ଦେବାକୁ ଚାହୁଁଛନ୍ତି।&nbsp; ସୁଶୀଲଙ୍କ କହିବା କଥା, ଭାରତ ମାତା ଏବେ ରକ୍ତାକ୍ତ ଅବସ୍ଥାରେ ଶିକୁଳି ଭିତରେ ଚାବି ପଡ଼ି ରହିଛି। ତେଣୁ ତାଙ୍କୁ ଉଦ୍ଧାର କରିବା ପ୍ରତି ଭାରତୀୟଙ୍କ କର୍ତ୍ତବ୍ୟ।</p>

Related story