ଜାଣନ୍ତୁ, କେଉଁ ଦେଶ ପାଖରେ ଅଛି ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟ

ନୂଆଦିଲ୍ଲୀ: ବିଦେଶ ଭ୍ରମଣ ପାଇଁ ପାସପୋର୍ଟ ଓ ଭିସା ଜରୁରୀ। ହେଲେ ଏଗୁଡ଼ିକ ପାଖରେ ଥିବା ସତ୍ତ୍ୱେ ବହୁ ଦେଶରେ ପ୍ରବେଶ ଅନୁମତି ମିଳି ନ ଥିଏ। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଦୂରଦୂରାନ୍ତରୁ ଯାଇଥିବା ପର୍ଯ୍ୟଟକମାନେ।  କିନ୍ତୁ ଏପରି କିଛି ପାସପୋର୍ଟ ରହିଛି, ଏହାକୁ ଧରି ଆପଣ ସାରା ବିଶ୍ୱ ବୁଲି  ଆସି ପାରିବେ। ହେନେଲ ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ ଜାରି କରାଯାଇଥିବା ତାଲିକା ମୁତାବକ, ଚଳିତ ବର୍ଷ ଜାପାନ ଓ ସିଙ୍ଗାପୁର ପାସପୋର୍ଟ […]

passport-3..

passport-3..

Niharika Rout
  • Published: Friday, 05 July 2019
  • Updated: 05 July 2019, 01:32 PM IST

ନୂଆଦିଲ୍ଲୀ: ବିଦେଶ ଭ୍ରମଣ ପାଇଁ ପାସପୋର୍ଟ ଓ ଭିସା ଜରୁରୀ। ହେଲେ ଏଗୁଡ଼ିକ ପାଖରେ ଥିବା ସତ୍ତ୍ୱେ ବହୁ ଦେଶରେ ପ୍ରବେଶ ଅନୁମତି ମିଳି ନ ଥିଏ। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଦୂରଦୂରାନ୍ତରୁ ଯାଇଥିବା ପର୍ଯ୍ୟଟକମାନେ।  କିନ୍ତୁ ଏପରି କିଛି ପାସପୋର୍ଟ ରହିଛି, ଏହାକୁ ଧରି ଆପଣ ସାରା ବିଶ୍ୱ ବୁଲି  ଆସି ପାରିବେ।

ହେନେଲ ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ ଜାରି କରାଯାଇଥିବା ତାଲିକା ମୁତାବକ, ଚଳିତ ବର୍ଷ ଜାପାନ ଓ ସିଙ୍ଗାପୁର ପାସପୋର୍ଟ ହେଉଛି ସବୁଠୁ ଶକ୍ତିଶାଳୀ। ଏହି ପାସପୋର୍ଟ ଧରି ଆପଣ ୧୮୯ ଦେଶ ବିନା କୌଣସି ବାଧାବିଘ୍ନରେ ଭ୍ରମଣ କରି ପାରିବେ। ତାହା ପୁଣି ବିନା ଭିସାରେ।

ଏହା ପୂର୍ବ ବର୍ଷ ଜର୍ମାନୀ ପାସପୋର୍ଟକୁ ସବୁଠୁ ଶକ୍ତିଶାଳୀ ଆଖ୍ୟା ଦିଆଯାଇଥିଲା। ଏହି ଲିଷ୍ଟରେ ଭାରତୀୟ ପାସପୋର୍ଟ ୮୬ ନମ୍ବରରେ ରହିଛି। ଏହାର ମୋବିଲିଟି ସ୍କୋର ହେଉଛି ୫୮। ଏହାର ଅର୍ଥ  ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ଥିଲେ, ଆପଣ ବିନା କୌଣସି ଦ୍ୱିଧାରେ ୫୮ ଦେଶ ଯାତ୍ରା କରି ପାରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos