ସେଲେବ୍ରିଟିଙ୍କ ସହ ରାମ୍ପରେ ଜଲୱା ଦେଖାଇଲେ ସୁନ୍ଦରୀ ଦିବ୍ୟାଙ୍ଗ, ଦେଖନ୍ତୁ କିଛି ଝଲକ

ଫ୍ୟାଶନ ଶୋ’ରେ ସୁନ୍ଦରୀଙ୍କ କ୍ୟାଟୱାକ୍। ଚିକ୍ମିକ୍ ଆଲୁଅର ଯାଦୁ ସାଙ୍ଗକୁ ରାମ୍ପରେ ଯୁବତୀଙ୍କ ଚାଲିର ଜଲୱା। ବେଶଭୁଷା, ଆଖିର ଠାଣି, ଚାଲିବା ଢ଼ଙ୍ଗ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଆଉ ଏହି ଭିଡ଼ ଭିତରେ ସବୁଠୁ ଆକର୍ଶଣର କେନ୍ଦ୍ର ବିନ୍ଦୁଥିଲେ ଜଣେ ଭିନ୍ନକ୍ଷମ ସୁନ୍ଦରୀ। ଅନ୍ୟ ଯୁବତୀଙ୍କ ସହ ସେ ମଧ୍ୟ ଏହି ରାମ୍ପରେ ସାମିଲ ହୋଇଥିଲେ। ହୁଇଲ ଚେୟାରରେ ଆସି ଦର୍ଶକଙ୍କ ହୃଦୟ ଜିଣିଥିଲେ ଏହି ଦିବ୍ୟାଙ୍ଗ ଯୁବତୀ । ଜେଡି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଶୋ’ ପକ୍ଷରୁ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜଣାଶୁଣା ମହିଳା ସେଲେବ୍ରିଟି ରାମ୍ପରେ ଚାଲିଥିଲେ। ତେବେ ଦେଖନ୍ତୁ କିଛି ଝଲକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।