ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ଓଡ଼ିଶା ହାଇକୋର୍ଟ। ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଯଦି ଆବେଦନ କରନ୍ତି, ସେହିଦିନ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାନ୍ତଙ୍କ ନାଁରେ ବିଜେପି ବ୍ଲକ ସଭାପତିଙ୍କୁ ଆକ୍ରମଣ ମାମଲା ରହିଛି। ଆକ୍ରମଣ ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ସେପ୍ଟେମ୍ୱର ୮ ତାରିଖରେ ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ […]

Prasanta

Prasanta

Manoranjan Sial
  • Published: Tuesday, 05 October 2021
  • Updated: 05 October 2021, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ଓଡ଼ିଶା ହାଇକୋର୍ଟ। ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଯଦି ଆବେଦନ କରନ୍ତି, ସେହିଦିନ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାନ୍ତଙ୍କ ନାଁରେ ବିଜେପି ବ୍ଲକ ସଭାପତିଙ୍କୁ ଆକ୍ରମଣ ମାମଲା ରହିଛି। ଆକ୍ରମଣ ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।

ସେପ୍ଟେମ୍ୱର ୮ ତାରିଖରେ ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଧକ୍କା ମାରିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ତାଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୨୩, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ-ବିରେ ଦଫା ଲାଗାଇଛି।

ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର ଓ ଗାଳି ଦେବା ଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡାଇ ଗୋଡ଼ାଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ରହିଛି। ହେଲେ ଏ ସବୁ ଘଟଣାରେ ମାଫ୍‌ ପାଇଯାଉଥିଲେ ଜଗଦେବ। ତାଙ୍କୁ ବିଜେପି ବ୍ଲକ ସଭାପତିଙ୍କ ମାଡ଼ ମାରିବା ମହଙ୍ଗା ପଡ଼ିଛି। ତାଙ୍କୁ ବିଜେଡିରୁ ତତକ୍ଷଣାତ୍ ନିଲମ୍ବନ କରାଯାଇଛି। ଖୋଦ୍ ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ ଏପରି ନିଷ୍ପତ୍ତି ନେଇଛନ୍ତି। ଏପରିକି ତାଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos