ଜଗନ୍ନାଥଙ୍କୁ ଅଟକାଇଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେପି ଛାଡ଼ିବେନି ଭୁବନେଶ୍ୱରର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଦଳରେ ଅଛନ୍ତି ଏବଂ ପୂର୍ବଭଳି ସେ ରହିବେ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ନିଜର ମତ ପରିବର୍ତ୍ତନ କରିଛନ୍ତି ଜଗନ୍ନାଥ। ସଂସଦ ଅଧିବେଶନ ସରିବା ପରେ ଭୁବନେଶ୍ୱର ଫେରିବା ପରେ ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ଭେଟି ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ଏହାପରେ ଆଜି ପୁଣି ଥରେ ୩ ଘଣ୍ଟା ଧରି ଜଗନ୍ନାଥ […]

690

Tapas Behera
  • Published: Monday, 16 August 2021
  • , Updated: 16 August 2021, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେପି ଛାଡ଼ିବେନି ଭୁବନେଶ୍ୱରର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଦଳରେ ଅଛନ୍ତି ଏବଂ ପୂର୍ବଭଳି ସେ ରହିବେ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ନିଜର ମତ ପରିବର୍ତ୍ତନ କରିଛନ୍ତି ଜଗନ୍ନାଥ। ସଂସଦ ଅଧିବେଶନ ସରିବା ପରେ ଭୁବନେଶ୍ୱର ଫେରିବା ପରେ ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ଭେଟି ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ଏହାପରେ ଆଜି ପୁଣି ଥରେ ୩ ଘଣ୍ଟା ଧରି ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।

ତାସହ ସାଙ୍ଗଠନିକ ଜିଲ୍ଲାରେ ଯାହା କିଛି ବିବାଦ ଥିଲା, ସେସବୁର ବି ଆଲୋଚନା ପରେ ସମାଧାନ ହୋଇଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକଳାପକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ ଜଗନ୍ନାଥ। ଏହାର ସମାଧାନ ନେଇ ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ଜଣାଇଥିଲେ।

ରାଜ୍ୟ ସଭାପତି ତାଙ୍କୁ ଡାକି ଆଲୋଚନା ବି କରିଛନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ ଜଗନ୍ନାଥ। ଏପରିକି ଜଗନ୍ନାଥ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା।  ସେ ଭୁବନେଶ୍ୱର ଉତ୍ତରର ବିଜେଡି ବିଧାୟକ ସୁଶାନ୍ତ ରାଉତ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିବା ସ୍ୱୀକାର ବି କରିଥିଲେ। ଶେଷରେ ସାଂସଦ ଅପରାଜିତାଙ୍କ ହସ୍ତକ୍ଷେପ ପରେ ଆଜି ସବୁ ବିବାଦର ଅନ୍ତ ହୋଇଥିବା କୁହାଯାଉଛି।

Related story