ଦିବ୍ୟଶଙ୍କରଙ୍କ ପାଇଁ ପୁଣି ଓକିଲାତି କଲା ବିଜେଡି, ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବି ରହିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରଠୁ ତା’ର ପୃଷ୍ଠପୋଷକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ମୁଡରେ ନବୀନ ସରକାର ନଥିବା ନେଇ ଆଜି ପୁଣିଥରେ ବିଜେଡି ନିଜର ପ୍ରେସମିଟ୍ ମାଧ୍ୟମରେ ସ୍ପଷ୍ଟ କରିଛି। ଆଉ ମନ୍ତ୍ରୀଙ୍କ ସପକ୍ଷରେ ଓକିଲାତି […]

Dibya-and-Govinda

Dibya-and-Govinda

Ordigital Desk
  • Published: Thursday, 21 October 2021
  • Updated: 21 October 2021, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରଠୁ ତା’ର ପୃଷ୍ଠପୋଷକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ମୁଡରେ ନବୀନ ସରକାର ନଥିବା ନେଇ ଆଜି ପୁଣିଥରେ ବିଜେଡି ନିଜର ପ୍ରେସମିଟ୍ ମାଧ୍ୟମରେ ସ୍ପଷ୍ଟ କରିଛି। ଆଉ ମନ୍ତ୍ରୀଙ୍କ ସପକ୍ଷରେ ଓକିଲାତି କରି ଯଦି କିଛି ପ୍ରମାଣ ଅଛି କୋର୍ଟ ଯାଇ ଅର୍ଡର ଆଣି ମନ୍ତ୍ରୀଙ୍କୁ ଗିରଫ କରାନ୍ତୁ ବୋଲି ବିଜେଡି କହିଛି। ଏପଟେ ମନ୍ତ୍ରୀଙ୍କୁ ବରଖାସ୍ତ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଦାବି କରିବା ସହ ବିଭିନ୍ନ ଫୋରମରେ ଅଭିଯୋଗ ଏବଂ ବଲାଙ୍ଗିର ବନ୍ଦ କରିଥିଲେ ମଧ୍ୟ ତା’ର ପ୍ରଭାବ ନବୀନ ପଟ୍ଟନାୟକ ସରକାର ଉପରେ ପଡ଼ିନାହିଁ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଛତ୍ରଛାୟାରେ ରହି ଗୋବିନ୍ଦ ନିଜର ମହାଲିଙ୍ଗସ୍ଥିତ ଶିକ୍ଷାନୁଷ୍ଠାନରେ ଅନୈତିକ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ।

ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଅଡ଼ିଓ ଭାଇରାଲ ହେଉଥିଲେ ମଧ୍ୟ ବିଜେଡି କିମ୍ବା ରାଜ୍ୟ ପୁଲିସ ଜାଣିଶୁଣ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ମନ୍ତ୍ରୀଙ୍କୁ ନ ହଟାଇଲେ ପୁଲିସ ତଦନ୍ତ ପ୍ରଭାବିତ ହେବ ବୋଲି ବିରୋଧୀ ଦଳଠୁ ଆରମ୍ଭ କରି ଜାତୀୟ ମହିଳା କମିଶନ କହିଥିଲେ ମଧ୍ୟ ତା’ର ପ୍ରଭାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାର ଉପରେ ପଡ଼ିନି। ଓଲଟା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି କାଲି ଭଳି ଆଜି ମଧ୍ୟ ଓକିଲାତି କରିଛି। ଆଉ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତବେଳେ ସେଠାରେ ମନ୍ତ୍ରୀ ଶ୍ରୀ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚରୁ ଭାଷଣ ଦେବେ ବୋଲି ସୂଚନା ମିଳିଛି। ନିରୀହ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ଦେବାକୁ ତଥା ଶିକ୍ଷାନୁଷ୍ଠାନରେ ଚାଲିଥିବା ସେକ୍ସ ସ୍କାଣ୍ଡାଲରେ ଜଡ଼ିତ ଲୋକଙ୍କୁ ଦଣ୍ଡିତ ପାଇଁ ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଜରୁରୀ ବୋଲି ସାଧାରଣରେ ଦାବି ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ପରାମର୍ଶଦାତା ଓ ବିଜେଡି ଏଥିପ୍ରତି ସାମାନ୍ୟ ଗୁରୁତ୍ୱ ଦେଇନାହାନ୍ତି। ଏପରିକି ତଦନ୍ତକୁ ନିରପେକ୍ଷ କରିବା ପାଇଁ ନୈତିକତା ଦୃଷ୍ଟିରୁ ମଧ୍ୟ ମନ୍ତ୍ରୀ ଶ୍ରୀ ମିଶ୍ର ନିଜଆଡ଼କୁ ମନ୍ତ୍ରୀ ପଦରୁ ଓହରିବାକୁ ବି ଆଗ୍ରହ ଦେଖାଇ ନାହାନ୍ତି।

ବିଜେପି ସାଂସଦ ବସନ୍ତ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏକ କଳିଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଓ ଘଟଣାରେ ସମ୍ପୃକ୍ତ ଅନ୍ୟ କଳଙ୍କିତ ଚେହେରା ସାମ୍ନାକୁ ଆସିବା ଦରକାର ବୋଲି କହିଛନ୍ତି । ଏହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ, ଦୁର୍ଭାଗ୍ୟଜନକ ବୋଲି କହିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ମମିତା ହତ୍ୟା ମାମଲାରେ ପୁଲିସର ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ଏହି କେସରୁ ମନ୍ତ୍ରୀଙ୍କୁ ଖସାଇବାକୁ ପୁଲିସ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କୁ ତଦନ୍ତ କରିବା ପୁଲିସ ପକ୍ଷେ ସମ୍ଭବପର ନୁହେଁ ଓ ପୁଲିସ ତଦନ୍ତ କରିବା ଅବସ୍ଥାରେ ନାହିଁ ବୋଲି ସେ କହିଛନ୍ତି । ସ୍କୁଲକୁ ମନ୍ତ୍ରୀ ରାତ୍ରିଯାପନ ପାଇଁ ଯାଉଥିବା ମୃତ ମମିତାଙ୍କ ପିତା ଓ ଅନ୍ୟ ଛାତ୍ରଛାତ୍ରୀ କହୁଥିବାବେଳେ ଏହି କଥାକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ସ୍କୁଲକୁ ଶାରୀରିକ ସମ୍ପର୍କ ରଖିବାକୁ ଯାଉଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ ହେଲାନି । ତେଣୁ ମମିତାଙ୍କ ପରିବାରକୁ କିଭଳି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଲେଖାଶ୍ରୀଙ୍କ ଏହି ଅଭିଯୋଗକୁ ବିଜେଡି ମଧ୍ୟ ଅତନ୍ତ ବେପରୁୱା ଭାବେ ନେଇ ନିଜର ଜଣେ ଛାତ୍ରୀ ନେତ୍ରୀ ଇପସିତା ସାହୁଙ୍କ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସପକ୍ଷରେ ଓକିଲାତି କରାଇବାକୁ ପଛାଇ ନାହିଁ । ଗତକାଲି ପ୍ରମିଳା ମଲ୍ଲିକ ଓ ଆଜି ଇପସିତାଙ୍କ ମାଧ୍ୟମରେ ବିଜେଡି କହିଛି ଯେ, ମମିତା ମେହେର ହତ୍ୟା ମାମଲାର ଲିଙ୍କ୍ ଯଦି ମନ୍ତ୍ରୀଙ୍କ ସହ ଅଛି, ତେବେ ବିଜେପି ଏତେ ର‌୍ୟାଲି,ଷ୍ଟ୍ରାଇକ୍ ନକରି ପ୍ରମାଣ ଧରି ଅଦାଲତକୁ ଯାଇ ଜଣକୁ ଦୋଷୀ କରାନ୍ତୁ ଓ ତାଙ୍କୁ ଗିରଫ କରାନ୍ତୁ । ତେବେ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ବିଜେଡିର ଏଭଳି ବେପରୁୱା ଯୁକ୍ତି ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ଭିନ୍ନ ନଗ୍ନ ଚିତ୍ରକୁ ଏବେ ପଦାରେ ପକାଇଛି ।

ମମିତା ମେହେର ମାମଲାରେ ବିଜେପିକୁ ଟାର୍ଗେଟ୍ କରିବାବେଳେ ବିଜେଡି ଭୁଲି ଯାଇଛି ଯେ, ରାଜ୍ୟରେ ଶାସନ କ୍ଷମତାରେ ରହିଛି । ମନ୍ତ୍ରୀଙ୍କ ସହ କଲେଜର ଲିଙ୍କ୍ ଖୋଜିବା ଅବା ତଦନ୍ତକୁ ଆଗେଇ ନେବା କାର୍ଯ୍ୟ ହେଉଛି ବିଜେଡି ସରକାର ଅଧୀନରେ ଥିବା ରାଜ୍ୟ ପୁଲିସର । ଆଉ ଯଦି ଗୃହ ମନ୍ତ୍ରୀ ପଦରୁ ଶ୍ରୀ ମିଶ୍ରଙ୍କୁ ହଟାନଯିବ ତେବେ ପୁଲିସର ତଦନ୍ତ ଦିଗହରା ଓ ଚାପଗ୍ରସ୍ତ ହେବା ସ୍ୱାଭାବିକ । ଏହା ଜଳଜଳ ହୋଇ ଦିଶୁଥିବାବେଳେ ପ୍ରମିଳା ଓ ଇପସିତାଙ୍କ ମୁହଁରେ ଦିବ୍ୟଶଙ୍କରଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିଜେଡିର ରଣନୀତିକାର କ’ଣ ଏତିକି ବୁଝିପାରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story