ସିଲଭର ଜୁବ୍‌ଲିରେ ବିଜେଡି ଖୋଲି ପାରିବକି ଅନ୍ତଃକନ୍ଦଳ ଗଣ୍ଠି ? ଚେକ୍‌ ଦେବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲଭର ଜୁବ୍‌ଲିରେ ବିଜେଡି ଖୋଲି ପାରିବକି ଅନ୍ତଃକନ୍ଦଳ ଗଣ୍ଠି ? କାରଣ ଆସନ୍ତାକାଲି ପୁରୀରେ ସିଲଭର ଜୁବ୍‌ଲି ପାଳିବାକୁ ଯାଉଛି ବିଜେଡି। ଦଳୀୟ ନେତାମାନେ କହିବେ ଲୋକେ ବିଜେଡିକୁ କାହିଁକି ଭୋଟ୍‌ ଦେବେ। ସେହିପରି ୨୬ ବର୍ଷରେ ଦଳ ପାଦ ଦେବା ଅବସରରେ ୨୪ ପାଇଁ କି ବାର୍ତ୍ତା ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ତାହା ହେବ ମୁଖ୍ୟ ପ୍ରସଙ୍ଗ। କାହିଁକି ନା ଦୀର୍ଘ ୨୫ ବର୍ଷର ସଫଳତା ଅପେକ୍ଷା ଦଳକୁ ଏବେ […]

BJD

BJD

Niranjan Mishra
  • Published: Sunday, 25 December 2022
  • Updated: 25 December 2022, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲଭର ଜୁବ୍‌ଲିରେ ବିଜେଡି ଖୋଲି ପାରିବକି ଅନ୍ତଃକନ୍ଦଳ ଗଣ୍ଠି ? କାରଣ ଆସନ୍ତାକାଲି ପୁରୀରେ ସିଲଭର ଜୁବ୍‌ଲି ପାଳିବାକୁ ଯାଉଛି ବିଜେଡି। ଦଳୀୟ ନେତାମାନେ କହିବେ ଲୋକେ ବିଜେଡିକୁ କାହିଁକି ଭୋଟ୍‌ ଦେବେ। ସେହିପରି ୨୬ ବର୍ଷରେ ଦଳ ପାଦ ଦେବା ଅବସରରେ ୨୪ ପାଇଁ କି ବାର୍ତ୍ତା ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ତାହା ହେବ ମୁଖ୍ୟ ପ୍ରସଙ୍ଗ। କାହିଁକି ନା ଦୀର୍ଘ ୨୫ ବର୍ଷର ସଫଳତା ଅପେକ୍ଷା ଦଳକୁ ଏବେ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଦଳ ଦୁଇ ଭାଗ ହେବା ଓ ବିଦ୍ରୋହ ଭଳି ସ୍ଥିତି ଥିବାରୁ ଆଗକୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯାଉଛି ବିଜେଡି।

ରାଜ୍ୟରେ ୨୩ ବର୍ଷ ଧରି କ୍ଷମତାରେ ରହିବା ପରେ ଦଳ ପାଇଁ ଆଗକୁ ବଡ଼ ପରୀକ୍ଷା। ୨୦୨୪ ନିର୍ବାଚନରେ ଏହି ପରୀକ୍ଷା ହେବ। ବିଜେଡି ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଗୋଷ୍ଠୀ କନ୍ଦଳ। ଯାହା ଏବେ ଜଳ ଜଳ ହୋଇ ଦେଖାଯାଉଛି। ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଗୋଷ୍ଠୀକନ୍ଦଳ ଯୋଗୁ ରାଜେନ୍ଦ୍ର ଦାସଙ୍କୁ ଟିକଟ ମିଳିଲା ନାହିଁ। ଆଉ ସେ ବିଦ୍ରୋହ କରି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ଦଳକୁ ବେଶ୍ ମହଙ୍ଗା ପଡିଲା।

କେବଳ ଏହି ଗୋଟିଏ ଘଟଣା ନୁହେଁ,   କିଛି ଦିନ ପୂର୍ବରୁ  ଠିକା କାମକୁ ନେଇ ବିଜେପୁର ନିର୍ବାଚନ ମଣ୍ଡଳୀରେ ଘଟିଥିଲା ତୁମୁଳକାଣ୍ଡ। ମୁହାଁମୁହିଁ ହୋଇଥିଲେ ମନ୍ତ୍ରୀ ରୀତା ସାହୁ ଓ ବିଧାୟକ ସୁଶାନ୍ତ ସିଂଙ୍କ ଗୋଷ୍ଠୀ। ସ୍ଥିତି ଏମିତି ହୋଇଥିଲା ଯେ କଥା ଥାନା ଯାଏଁ ଗଲା। ସେହିପରି ଝାରସୁଗୁଡା ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ  ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା। ଏଣେ ପାରଦୀପରେ ବିଧାୟକ ସମ୍ବିତ ରାଉତରାୟ ଓ ସ୍ଥାନୀୟ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ଲାଗି ରହିଛି ବିବାଦ।

ଅନ୍ୟସ୍ଥାନ କଥା ଛାଡ଼ନ୍ତୁ ଖୋଦ୍ ପୁରୀରେ ମଧ୍ୟ ବିଜେଡିର ଦୁଇଗୋଷ୍ଠୀ ଭିତରେ ଚାଲିଛି କକ୍‌ଫାଇଟ୍। ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଗୋଷ୍ଠୀ ଓ ସୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ଭିତରେ ହରଦମ୍ ଦେଖିବାକୁ ମିଳିଛି ଛକାପଞ୍ଝା। ବିଜେଡି ହୁକୁମ୍ ସନ୍ତୁଷ୍ଟିକରଣ ବ୍ୟବସ୍ଥା ନ କରିପାରିବା ଯୋଗୁ ଗତ ନିର୍ବାଚନ ବେଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଜୟନ୍ତ ଷଡ଼ଙ୍ଗୀ। ଜୟନ୍ତ ଏବେ ଏଠାରେ ବିଧାୟକ। ବିଜେଡି ବିଜୟ ରଥ ଆଗରେ ସବୁଠୁ ବଡ଼ କଣ୍ଟା ହୋଇଛନ୍ତି ସେ।

ବିଜେଡିର ପଦ ଯାତ୍ରା ବେଳେ ପାଖାପାଖି ୪୦ ପ୍ରତିଶତ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଦ୍ୱନ୍ଦ୍ୱ ରହିଥିବା ଜଣାପ଼ଡିଥିଲା। ଯାହାକି ଦଳର ଟେନସନ୍ ବଢାଇଛି। ଏଭଳି ସ୍ଥିତିରେ ଦଳ ୨୬ ବର୍ଷରେ ପାଦ ଦେବାକୁ ଯାଉଛି। ଟିକଟ୍ ପାଇଁ ଅନେକ ଆଶାୟୀ ଥିବାରୁ ଯାହାକୁ ମୌକା ନମିଳିବ ସେ ବିଦ୍ରୋହୀ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି। ଦଳ ଭିତରେ କିଛି ଅନ୍ତର୍ଦ୍ୱନ୍ଦ୍ୱ ନାହିଁ।

ଗୋଷ୍ଠୀ କନ୍ଦଳ ବାଦ୍ ଦେଲେ ସରକାର ବିରୋଧୀ ହାଓ୍ୱାକୁ ପ୍ରତିହତ କରିବା, ଏକାଠି  ହୋଇ ଲଢିବା, ମୁଖ୍ୟମନ୍ତ୍ରୀ ସକ୍ରିୟ ଭାବେ ଦଳୀୟ ବ୍ୟାପାର ବୁଝିବା, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବା ବଡ଼ ଆଲୋଚନା ହୋଇ ଉଭା ହୋଇଛି। କିଛି ମୁଷ୍ଟିମେୟ ନେତାଙ୍କ ପାଖରେ କ୍ଷମତା ରହୁଥିବାରୁ ଅନ୍ୟ ନେତାଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ କିଭଳି ପ୍ରଶମନ କରାଯିବ ତାହା ଦଳ ପାଇଁ ବଡ ଚ୍ୟାଲେଂଜ ହେବ।

ଗୋଟିଏ ପଟେ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବିରୋଧୀ ଦଳ ଭାବେ ବିଜେପିର ଶକ୍ତି ବୃଦ୍ଧି ହୋଇଛି। ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋ, ନେତା ଓ କର୍ମୀଙ୍କୁ ଆସନ୍ତାକାଲି କି ବାର୍ତ୍ତା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସେପଟେ ବିଜେଡିର ସେଲିବ୍ରେସନକୁ ଆସନ୍ତାକାଲି ଚେକ୍‌ ଦେବ ବିଜେପି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଜେଡି ସରକାରକୁ ହଲାପଟା କରିବା ପାଇଁ ରଣନୀତି ତିଆରି କରିଛି ରାଜ୍ୟ ବିଜେପି। ବିଜେଡ଼ି ଦ୍ୱାରା ରାଜନୀତିର ଅପରାଧୀକରଣ, ନାରୀ ନିର୍ଯାତନା, ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପ୍ରତିବାଦରେ ଆସନ୍ତାକାଲି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ବିଜେପି। ରାଜ୍ୟ ସାରା ପ୍ରତ୍ୟେକ ବିଜେପି ମଣ୍ଡଳରେ ଏହି କାର୍ଯ୍ୟକ୍ରମ ଆୟୋଜନ କରି ଦଳ ବିଜେଡିକୁ ସମାଲୋଚନାକୁ ଟାଣି ଆଣିବ।

ଯେଉଁଥିରେ ବିଜେପି ଦଳୀୟ ନେତା ଓ କର୍ମୀ ସାମିଲ ହେବେ। ବିିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଆଗରେ ୪ଘଣ୍ଟା ଧରି ଧାରଣା ଦେବା ସହ ସମସ୍ତେ ପ୍ରତିବାଦ କରିବେ ବୋଲି ଜଣାପଡ଼ିଛି।

ସେପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ୨୮ ତାରିଖ ଗସ୍ତ ପାଇଁ ବିଜେପି ପକ୍ଷରୁ କନ୍ଧମାଳରେ ଜୋରଦାର ପ୍ରସ୍ତୁତି ଚାଲିିଛି। ଜେ.ପି.ନଡ୍ଡା ତୁମୁଡିବନ୍ଧ ଗସ୍ତରେ ଆସୁଥିବା କାର୍ଯ୍ୟକ୍ରମକୁ ଦେଖି ତୁମୁଡିବନ୍ଧ ସ୍ଥିତ ପିଡବ୍ଲୁଡି ବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସଭାପତି ନଡ୍ଡା ତୁମୁଡିବନ୍ଧରେ ପହଞ୍ଚି ପ୍ରଥମେ ଜଲେଶପଟ୍ଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସଂସ୍କୃତ କନ୍ୟାଶ୍ରମ ଯିବେ। ସେଠାରେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନବନିର୍ମିତ କନ୍ୟାଶ୍ରମର ଉଦଘାଟନ କରିବେ। ପରେ ତୁମୁଡିବନ୍ଧ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ପୁରୀ ସଂସଦୀୟ କ୍ଷେତ୍ର ବାଣପୁର ସ୍ଥିତ ଐତିହାସିକ ପଲଟଣ ପଡିଆରେ ନଡ୍ଡାଙ୍କ ସଭା କରିବା କାର୍ଯ୍ୟକ୍ରମ ଥିବାରୁ ସେଠାରେ ବି ପ୍ରସ୍ତୁତି ଚାଲିଛି। ସାଧାରଣସଭା ସାରି ମା ଭଗବତୀଙ୍କ ଦର୍ଶନ ସହ ନାଚୁଣୀରେ କର୍ମୀଙ୍କ ସହ ନଡ୍ଡାଙ୍କ ବୈଠକ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story