ରାଜ୍ୟରେ ବିଜେଡି ସରକାର ଓବିସି ବିରୋଧୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଜେଡି ସରକାରରେ ପଛୁଆ ବର୍ଗ ଅବହେଳିତ। ଓବିସିମାନଙ୍କୁ କେବଳ ୧୧.୨୫% ସଂରକ୍ଷଣ କଥା କହି ବାସ୍ତବ କ୍ଷେତ୍ରରେ ମାତ୍ର ୨ରୁ ୩ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ପଛୁଆ ବର୍ଗର ହକ୍ ଓ ଅଧିକାର ପାଇଁ ରାଜ୍ୟରେ ଲଢ଼େଇ ଜାରି ରହିବ ବୋଲି ବିଜେପି ଓବିସି ମୋର୍ଚ୍ଚା କହିଛି। ଆଜି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବାପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଓବିସି […]

BJP

BJP

Ordigital Desk
  • Published: Monday, 29 November 2021
  • Updated: 29 November 2021, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଜେଡି ସରକାରରେ ପଛୁଆ ବର୍ଗ ଅବହେଳିତ। ଓବିସିମାନଙ୍କୁ କେବଳ ୧୧.୨୫% ସଂରକ୍ଷଣ କଥା କହି ବାସ୍ତବ କ୍ଷେତ୍ରରେ ମାତ୍ର ୨ରୁ ୩ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ପଛୁଆ ବର୍ଗର ହକ୍ ଓ ଅଧିକାର ପାଇଁ ରାଜ୍ୟରେ ଲଢ଼େଇ ଜାରି ରହିବ ବୋଲି ବିଜେପି ଓବିସି ମୋର୍ଚ୍ଚା କହିଛି।

ଆଜି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବାପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ କହିଛନ୍ତି ଯେ, ଅଢେଇ କୋଟି ଓବିସି ବର୍ଗଙ୍କୁ ପକ୍ଷରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହକ୍ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ଆଜି ରାଜ୍ୟ କାର୍ଯ୍ୟକାରିଣୀର ସଂକଳ୍ପ ପାରିତ ହୋଇଛି। ସ୍କୁଲ କଲେଜରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବଂଚିତ ରଖାଯାଉଛି । ପଛୁଆ ବର୍ଗଙ୍କୁ ଗଣତନ୍ତ୍ରରେ ଉଚିତ୍ ସମ୍ମାନ ଦିଆଯାଉନାହିଁ। ଓଡ଼ିଶା ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ପ୍ରତି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଂପୂର୍ଣ୍ଣ ଅନ୍ୟାୟ କରାଯାଇଛି। ମଣ୍ଡଳ କମିଶନ ସୁପାରିସ ଆଧାରରେ ରାଜ୍ୟ ସରକାର ୨୭% ସଂରକ୍ଷଣ ଦେଉନାହାଁନ୍ତି। ବିଜେପି ଏଥିପାଇଁ ଆଗକୁ ଆନ୍ଦୋଳନ କରିବ ଏବଂ ପଛୁଆବର୍ଗର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ ବୋଲି ଶ୍ରୀ ଲକ୍ଷ୍ମଣ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତିି ଯେ, ଦେଶର ପଛୁଆ ବର୍ଗଙ୍କ ବିକାଶ ପାଇଁ ମୋଦି ସରକାର ବହୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତିି। ପ୍ରଥମ ଥର ପାଇଁ ସ୍ୱାଧୀନତାର ୭୫ ବର୍ଷ ପରେ କେନ୍ଦ୍ରରେ ମୋଦି ସରକାର ନିଜ ମନ୍ତ୍ରୀମଣ୍ଡଳରେ ଓବିସି ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ୨୭ ଜଣଙ୍କୁ ସ୍ଥାନିତ କରି ପଛୁଆ ବର୍ଗକୁ ସମ୍ମାନ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସମସ୍ତ ଜନ ଓ ଗରୀବକଲ୍ୟାଣ ଯୋଜନାର ସୁଫଳକୁ ସାଧାରଣ ଜନତାଙ୍କ ପାଖକୁ ପହଂଚାଇବା ଓବିସି ମୋର୍ଚ୍ଚା କର୍ମକର୍ତ୍ତାଙ୍କ ମୁଖ୍ୟ ଦାୟିତ୍ୱ ବୋଲି ଶ୍ରୀ ଲକ୍ଷ୍ମଣ କହିଛନ୍ତି। ୨୮ ବର୍ଷ ପୂର୍ବେ ଗଠନ ହୋଇଥିବା ଦନ୍ତହୀନ ରାଷ୍ଟ୍ରୀୟ ଓବିସି କମିଶନକୁ ଜୁଡିସିଆଲ ପାୱାର ପ୍ରଦାନ କରି ମୋଦି ସରକାର ପଛୁଆ ବର୍ଗକୁ ସେମାନଙ୍କ ସାମ୍ବିଧାନିକ ହକ୍ ପ୍ରଦାନ କରିଛନ୍ତିି ।

ମେଡିକାଲ ଓ ଡେଣ୍ଟାଲ ଶିକ୍ଷାରେ ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସୃଷ୍ଟି କରିବା ସହିତ ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲରେ ଶିକ୍ଷାଦାନ କ୍ଷେତ୍ରରେ ପ୍ରଥମ ଥର ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଛନ୍ତିି। ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ମୁଳମନ୍ତ୍ର କରି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଦେଶକୁ ବିକାଶ ପଥରେ ଆଗେଇ ନେଉଛନ୍ତିି । ସେହିପରି ଓଡ଼ିଶାରେ ମଧ୍ୟ ସ୍ଥାଣୁ ପାଲଟିଥିବା ଓ ବହୁସଂଖ୍ୟକ ବର୍ଗଙ୍କୁ ଉପେକ୍ଷା କରୁଥିବା ଶାସକ ବିଜେଡିକୁ କ୍ଷମତାରୁ ଅପସାରଣ କରି ବିକାଶ ଧାରାରେ ଓଡିଶାକୁ ସାମିଲ କରିବା ପାଇଁ ଶ୍ରୀ ଲକ୍ଷ୍ମଣ ଆହ୍ୱାନ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଓବିସି ମୋର୍ଚ୍ଚା ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ରାଜ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story