ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ବିଧାୟକଙ୍କୁ ଘେରିଲେ ବିଜେଡି ସାଂସଦ ଓ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେଡି ନେତାମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। କିଛି ସମୟ ପାଇଁ ସରକାରୀ କାର୍ଯ୍ୟକ୍ରମ ବିଜେଡିର ରାଜନୀତିକ ସଭା ପାଲଟି […]

Lalitendu-and-Naveen

Lalitendu-and-Naveen

Ordigital Desk
  • Published: Thursday, 07 October 2021
  • Updated: 07 October 2021, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେଡି ନେତାମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। କିଛି ସମୟ ପାଇଁ ସରକାରୀ କାର୍ଯ୍ୟକ୍ରମ ବିଜେଡିର ରାଜନୀତିକ ସଭା ପାଲଟି ଯାଇଥିଲା। ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ପୁରୀ ଜିଲ୍ଲାର ସମସ୍ତ ବ୍ଲକରେ ସାଧାରଣ ଲୋକମାନେ ଦେଖୁଥିବାବେଳେ ଟେଲିଭିଜନ ମାଧ୍ୟମରେ ରାଜ୍ୟବାସୀ ଏଭଳି ତୁ ତୁ ମେ ମେ ଦେଖିବାକୁ ପାଇଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଜଣେ ବିଜେପି ବିଧାୟକଙ୍କୁ ଡାକି ଏଭଳି ମିଳିତ ଭାବେ ସମାଲୋଚନା କରିବାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ସୂଚନା ଅନୁସାରେ, ଆଜି ବ୍ରହ୍ମଗିରିର କେରାଣ୍ଡିଆଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ୧୦୦୬.୮୨କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ୧୧୩.୪୮କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଉଦଘାଟନ ଓ ୮୯୩.୩୪ କୋଟି ଟଙ୍କାର ୧୮୨ଟି ପ୍ରକଳ୍ପର ଶିଳାନ୍ୟାସ ଏଥିରେ ସାମିଲ ଅଛି। ଏହି ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଭାବେ ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଆଉ ସଭା ମଂଚରୁ ନିଜର ଭାଷଣ ମାଧ୍ୟମରେ ସେ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ଓ ଦଳମତ ନିର୍ବିଶେଷରେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ଦିଆଯାଉ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ନିତି ଆୟୋଗ ବୈଠକରେ ନିର୍ବାଚିତ ସରକାରଙ୍କୁ କାମ କରିବାର ସୁଯୋଗ ଦେବା କଥା କହିଥିବାରୁ ସେ ଏହାକୁ ସ୍ୱାଗତ କରୁଛନ୍ତି ଓ ସମାନ ସୁଯୋଗ ଓଡ଼ିଶାର ଲୋକ ପ୍ରତିିନିଧିମାନଙ୍କୁ ଦେବାକୁ ଦାବି କରିଥିଲେ। ତେବେ ଶ୍ରୀ ମହାପାତ୍ର ଏତିକି କହିବା ପରେ କହିବା ପରେ ତାଙ୍କୁ ସଙ୍ଗେସଙ୍ଗେ ବିଜେଡି ସାଧାରଣ ସମ୍ପାଦିକା ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପରୋକ୍ଷରେ କଡ଼ା ଜବାବ ଦେଇଥିଲେ। ଆଉ ସାଂସଦ ପିନାକୀ ମିଶ୍ରଙ୍କୁ ବି ବିଧାୟକଙ୍କ କଥାର ଜବାବ ରଖିବାକୁ ସେହି ମଂଚରେ ହିଁ ଇସାରା ଦିଆଯାଇଥିଲା। ଶ୍ରୀ ମହାପାତ୍ରଙ୍କୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସମୀର ରଞ୍ଜନ ଦାଶ ମଧ୍ୟ ପ୍ରତି ଜବାବ ଦେବାକୁ ପଛାଇ ନଥିଲେ। ଲାଗୁଥିଲା ସତେ ଯେମିତି ଉକ୍ତ ମଂଚ ସରକାରୀ କାର୍ଯ୍ୟକ୍ରମ ପାଇଁ ନୁହେଁ ବରଂ ବିଜେପି ବିଧାୟକଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ବିଜେଡି ସେହି ମଂଚ ପ୍ରସ୍ତୁତ କରିଛି।

ବିଧାୟକ ଶ୍ରୀ ମହାପାତ୍ରଙ୍କ ଭାଷଣ ସରୁ ସରୁ ସଭାରେ ଆଙ୍କରିଂ ଦାୟିତ୍ୱରେ ଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍‌, ଗଣତନ୍ତ୍ରରେ ଜନତା ହିଁ ସରକାର ଚଳାନ୍ତି । ଏକଥା ନବୀନ ପଟ୍ଟନାୟକ କହିଛନ୍ତି। ହିତାଧିକାରୀଙ୍କଠୁ ଫିଡବ୍ୟାକ୍ ଆଧାରରେ ଏ ସରକାର ଯୋଜନା ପ୍ରସ୍ତୁତ କରନ୍ତି ଓ ତାକୁ କାର୍ଯ୍ୟକାରୀ କରନ୍ତି। ଶ୍ରୀମୟୀଙ୍କ ଏଭଳି କହି ପରୋକ୍ଷରେ ରାଜ୍ୟରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଓଡ଼ିଶାରେ କାମ କରିବାକୁ ସୁଯୋଗ ଦିଆଯାଉନଥିବାର ଅଭିଯୋଗକୁ ଏଡ଼ାଇବାକୁ ପ୍ରୟାସ କରିଥିଲେ ।

ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର ଆଉ ପାଦେ ଆଗେଇ ଯାଇ ସିଧାସଳଖ ବିଧାୟକ ଶ୍ରୀ ମହାପାତ୍ରଙ୍କୁ କହିଥିଲେ ଯେ, ଭାରତବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବିରୋଧୀ ଦଳଙ୍କୁ ଉପଯୁକ୍ତ ସମ୍ମାନ ମିଳୁଛି। ମୁଖ୍ୟମନ୍ତ୍ରୀ ନିଜେ ସମ୍ମାନ ଦିଅନ୍ତି ଓ ଯନ୍ତ୍ରୀଠୁ ଆରମ୍ଭ କରି ସରକାରର ସମସ୍ତ ପ୍ରଶାସନିକ ଅଧିକାରୀମାନେ ବି । ଅନ୍ୟ ରାଜ୍ୟରେ ତ ବିରୋଧୀ ଦଳ ସଦସ୍ୟମାନଙ୍କୁ ଜେଲ୍ ଓ ମାଡ଼ ଖାଇବାକୁ ପଡ଼ୁଛି । ଏଠି ସେଭଳି ସମସ୍ୟା ନାହିଁ । ସଂଘୀୟ ସହଯୋଗର ମନୋଭାବ ଓ ଗଠନମୂଳକ ସହଯୋଗରେ ଏଠିକାର ସରକାର ବିଶ୍ୱାସ କରନ୍ତି । ଆଉ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ଦାବିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ କହିଥିଲେ ଯେ, ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆଉ ଦୁଇବର୍ଷ ପରେ ଦେଶର ବହୁ ରାଜ୍ୟ ଲାଗୁ କରିବେ । ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ ଇନ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ଦେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ ।

ସେହିପରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିôଥଲେ ଯେ, ଆୟୁଷ୍ମାନରେ ଆପତ୍ତି ନାହିଁ କିନ୍ତୁ ତାହା ଓଡ଼ିଶାର ସବୁବର୍ଗର ଲୋକଙ୍କୁ ସୁବିଧା ଦେଇପାରିବ ନାହିଁ । ଓଡ଼ିଶାର ପ୍ରତି ଶହେ ପରିବାରରୁ ୮୪ ପ୍ରତିଶତ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିଛନ୍ତି । କିନ୍ତୁ ଆୟୁଷ୍ମାନ ଯୋଜନାରେ ମାତ୍ର ୫୦ ପ୍ରତିଶତ ହୋଇଥାନ୍ତେ । ବାକି ଲୋକମାନଙ୍କ କଥା କିଏ ବୁଝିବ ବୋଲି ସେ ପ୍ରଶ୍ନ କରିଥିଲେ । ଭାରତବର୍ଷରେ କୋଭିଡ୍ ପରିଚାଳନାବେଳେ କେନ୍ଦ୍ର ସରକାର ଯାହା କରିପାରିଲେ ନାହିଁ ତାହା ରାଜ୍ୟ ସରକାର କରି ଦେଖାଇଛନ୍ତି ।

ସେହିପରି ମନ୍ତ୍ରୀ ସମୀର ଦାଶ ମଧ୍ୟ ପରୋକ୍ଷରେ ଆୟୁଷ୍ମାନ ଯୋଜନାକୁ ସମାଲୋଚନା କରିବାକୁ ଏହି ମଂଚରୁ ପଛାଇ ନଥିଲେ ।
ରାଜନୀତିକ ବିଶ୍ଲେଷକଙ୍କ ମତରେ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ବିଧାୟକମାନେ ସାମିଲ ହେଉଛନ୍ତି । କିନ୍ତୁ ଆଜି ଯେଭଳି ଭାବେ ବ୍ରହ୍ମଗିିରି ବିଜେପି ବିଧାୟକଙ୍କୁ ମଂଚରେ ଅପମାନିତ ହେବାକୁ ପଡ଼ିଛି, ବୋଧହୁଏ ସେଥିରୁ ବିଜେପି ନେତାମାନେ କିଛି ଶିଖିବା କଥା । ଆଉ ତା’ର ଜବାବ ମଧ୍ୟ ଦେବା ଦରକାର । ନଚେତ୍ ବିଜେଡି ସହ ସଲାସୁତୁରାରେ ଦଳୀୟ କର୍ମୀମାନଙ୍କ ମନୋବଳ ନିମ୍ନଗାମୀ ହେବ ଓ ଯାହାର ପ୍ରଭାବ ନିର୍ବାଚନୀ ଫଳାଫଳ ଉପରେ ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story