କ୍ଷୋଭ ପ୍ରକାଶ କଲେ ସୌମ୍ୟ; କହିଲେ- ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି, ଅଙ୍କୁଶ ଲାଗିବା ଦରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଛି ଅଫିସର୍‌ ରାଜ୍‌ ! ବିରୋଧୀମାନେ ଏପରି ଅଭିଯୋଗ ବାରମ୍ୱାର କରୁଛନ୍ତି। ହେଲେ ଏପରି ଅଭିଯୋଗକୁ ଖଣ୍ଡନ କରୁଆସୁଛି ଶାସକ ଦଳ। କିନ୍ତୁ ଆଜି ଖୋଦ୍‌ ଶାସକ ଦଳର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟରେ ଚାଲିଥିବା ଅଫିସର ରାଜ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ସରକାରୀ ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି। ଏହା ଉପରେ ଅଙ୍କୁଶ ନ ଲାଗିଲେ […]

Soumaya-Ranjan-Patnik

Manoranjan Sial
  • Published: Tuesday, 05 July 2022
  • , Updated: 05 July 2022, 10:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଛି ଅଫିସର୍‌ ରାଜ୍‌ ! ବିରୋଧୀମାନେ ଏପରି ଅଭିଯୋଗ ବାରମ୍ୱାର କରୁଛନ୍ତି। ହେଲେ ଏପରି ଅଭିଯୋଗକୁ ଖଣ୍ଡନ କରୁଆସୁଛି ଶାସକ ଦଳ। କିନ୍ତୁ ଆଜି ଖୋଦ୍‌ ଶାସକ ଦଳର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟରେ ଚାଲିଥିବା ଅଫିସର ରାଜ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ସରକାରୀ ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି। ଏହା ଉପରେ ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ଅପେକ୍ଷାକୃତ ଭାବେ ମଦ୍ୟପାନ ହାର ବଢ଼ୁଛି। ଏ ସମ୍ପର୍କିତ ପ୍ରଶ୍ନରେ ଅଫିସରଙ୍କଠାରୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀ କହିଲେ ଭୁବନେଶ୍ୱରରେ ମଦ୍ୟପାନ ହାର ବଢ଼ୁନି। ଏହାର ଅର୍ଥ ମୁଁ ମିଛ କହୁଛି। ମୁଁ ମିଛୁଆ ବିଧାୟକ ହୋଇ ରହିବାକୁ ଚାହୁଁନାହିଁ। ମୁଁ ସେମିତି କିଛି ଭ୍ରମାନ୍ତକ ତଥ୍ୟ ଦେଇନାହିଁ। ସବୁଠାରୁ  ଉଦ୍‌ବେଗର କଥା ହେଲା- ଜାତୀୟ ହାର ଅପେକ୍ଷା ଓଡ଼ିଶାରେ ମଦ୍ୟପାନ ହାର ବଢ଼ୁଛି। କିଛି ଲୋକ ଏହାକୁ ବିକାଶର ଏକ ଲକ୍ଷଣ ବୋଲି କହିପାରନ୍ତି। କିନ୍ତୁ ତାମିଲନାଡୁ ଓ କେରଳ ପରି ରାଜ୍ୟରେ ମଦ୍ୟପାନ ହାର କମୁଥିବା ବେଳେ ଓଡ଼ିଶାରେ ବ‍ଢ଼ିବାଟା ଆଦୌ ଶୁଭଙ୍କର ନୁହେଁ।

ସବୁଠାରୁ ଦୁଃଖର କଥା ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ରହିଛି। ସାରା ଭାରତରେ ମହିଳା ମଦ୍ୟପାନ ହାର ୧.୨%ରେ ଥିବା ବେଳେ ଓଡ଼ିଶାରେ ୪.୩% ରହିଛି। ଏହାର ଅର୍ଥ ପାଖାପାଖି ୪ ଗୁଣ ଅଧିକ ମହିଳା ପୂର୍ବ ଅପେକ୍ଷା ମଦ୍ୟପାନ କରୁଛନ୍ତି। ଏ ରିପୋର୍ଟ ଆମର ନୁହେଁ, ଭାରତ ସରକାରଙ୍କର। ଏ ବିଷୟରେ ରାଜ୍ୟ ସରକାର ସଚେତନ ହେବା ଦରକାର ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି।

https://youtu.be/cWTNSwLCDb4

Related story