ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ-ବିଜେଡି ଛକାପଞ୍ଝା!

ବାଲିଗୁଡ଼ା (ଅଜିତ ନାୟକ): ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ-ବିଜେଡି ଭିତରେ ଛକାପଞ୍ଝା ଲାଗି ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ଘର ନିର୍ମାଣ କରୁଥିବା ଅଭିଯୋଗ ଆଣିଥିବା ବ୍ଲକ୍‌ ଅଧ୍ୟକ୍ଷା ରୁଦା ମଲ୍ଲିକ ଓ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେଡି। ଏହାର ପ୍ରତିବାଦରେ ଆଜି ବିଜେଡି କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଦାରିଙ୍ଗବାଡି ବ୍ଲକ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୧୦ ଦଫା ସମ୍ୱଳିତ ଦାବିପତ୍ର […]

Congress-and-BJD-lag-behind-bjp-in-getting-star-campaigners-to-influence-voters

Manoranjan Sial
  • Published: Tuesday, 21 September 2021
  • , Updated: 21 September 2021, 09:41 PM IST

ବାଲିଗୁଡ଼ା (ଅଜିତ ନାୟକ): ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ-ବିଜେଡି ଭିତରେ ଛକାପଞ୍ଝା ଲାଗି ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ଘର ନିର୍ମାଣ କରୁଥିବା ଅଭିଯୋଗ ଆଣିଥିବା ବ୍ଲକ୍‌ ଅଧ୍ୟକ୍ଷା ରୁଦା ମଲ୍ଲିକ ଓ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେଡି। ଏହାର ପ୍ରତିବାଦରେ ଆଜି ବିଜେଡି କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଦାରିଙ୍ଗବାଡି ବ୍ଲକ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୧୦ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଥିଲେ।

ବିଜେଡି ଅଭିଯୋଗରୁ ପ୍ରକାଶ, ଦାରିଙ୍ଗବାଡ଼ି ବ୍ଲକ୍‌ ଅଧ୍ୟକ୍ଷା ରୁଦା ମଲ୍ଲିକ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ସେ ବିନା ପିସିରେ ଫାଇଲ ସାଇନ୍‌ କରୁନଥିବା ଅଭିଯୋଗ କରିଛି ବିଜେଡି। ଏହା ସହିତ ଅଧ୍ୟକ୍ଷାଙ୍କ ସ୍ୱାମୀ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ସ୍କୁଲ ଯାଉନାହାନ୍ତି। ବ୍ଲକ ପରିସରରେ ମଦ ପିଇ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ତାଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯାଉ ବୋଲି ବିଜେଡି ଦାବି କରିଛି।

[caption id="attachment_677801" align="aligncenter" width="650"] ବିଜେଡି କର୍ମୀମାନେ ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି[/caption]

ସେହିପରି ବ୍ଲକ ଉପାଧ୍ୟକ୍ଷା ରମାକାନ୍ତ ବଳିୟାର ସିଂ ମଧ୍ୟ କାମ ନ କରି ବିଲ କରିବାକୁ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହାନ ବେହେରା ମିଥ୍ୟା ବିଲ୍‌ କରିବାକୁ ମନା କଲେ, ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଧମକ ଦେଉଥିବା ବିଜେଡି ଅଭିଯୋଗ ଆଣିଛି। ତେଣୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାଵନୀ ଦେଇଛି।

ସେପଟେ ଗତ ୧୬ ତାରିଖରେ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ବିଧାୟକ ସରକାରୀ ଜମିରେ କୋଠା ନିର୍ମାଣ କରିବା ଅଭିଯୋଗ ଆଣିଥିଲେ। ଏହାର ପ୍ରତିବାଦରେ ସେମାନେ ଅନଶନରେ ବସିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ବିଜେଡି ଏଭଳି ଡ୍ରାମା କରୁଛି ବୋଲି କଂଗ୍ରେସ ଆଜି ଅଭିଯୋଗ କରିଛି।

Related story