ପୁରୀରେ ବିଜେଡି ପାଳିବ ୨୫ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୫ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସକୁ ଭବ୍ୟ ଆକାରରେ ପୁରୀରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହର ପୁରୀର ତାଳବଣିଆଠାରେ ଏକ ବିଶାଳ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରତିଷ୍ଠା ଦିବସକୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଶୈଳୀରେ ପାଳନ କରାଯିବ । ପ୍ରାୟ ଏକ ଲକ୍ଷ କର୍ମୀ ଓ ନେତା ଏହି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ସାମିଲ ହେବା ନିମନ୍ତେ ଦଳ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ମିଳିଥିବା ସୂଚନା […]

BJD

Ordigital Desk
  • Published: Saturday, 17 December 2022
  • , Updated: 17 December 2022, 10:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୫ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସକୁ ଭବ୍ୟ ଆକାରରେ ପୁରୀରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହର ପୁରୀର ତାଳବଣିଆଠାରେ ଏକ ବିଶାଳ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରତିଷ୍ଠା ଦିବସକୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଶୈଳୀରେ ପାଳନ କରାଯିବ । ପ୍ରାୟ ଏକ ଲକ୍ଷ କର୍ମୀ ଓ ନେତା ଏହି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ସାମିଲ ହେବା ନିମନ୍ତେ ଦଳ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖରେ ବିଜେଡି ନିଜର ପ୍ରତିଷ୍ଠା ଦିବସକୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଶୈଳୀରେ ପୁରୀରେ ପାଳନ କରିବ । ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରୁ ୫୦ରୁ ୬୦ହଜାର କର୍ମୀ ଓ ରାଜ୍ୟର ଅନ୍ୟ ଭାଗରୁ ବାକି ୪୦ହଜାର କର୍ମୀଙ୍କୁ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ବିଶେଷକରି ଦଳର ବ୍ଲକସ୍ତରୀୟ ନେତାଙ୍କ ସମେତ ପ୍ରତ୍ୟେକ ପଂଚାୟତରୁ ଆଗଧାଡ଼ିର କର୍ମୀମାନଙ୍କୁ ପୁରୀକୁ ଆଣିବାକୁ ଦଳ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ଆବଂଟନ ସହ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ । ଦଳର ବିଭିନ୍ନ ଛାମୁଆ ସଂଗଠନକୁ ମଧ୍ୟ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦାୟିତ୍ୱ ଆବଂଟନ ହୋଇଥିବା ଜଣାପଡ଼ିଛି।

ଦଳ ଏହି ପ୍ରତିଷ୍ଠା ଦିବସ ଅବସରରେ ଗତ ୨୫ବର୍ଷ ଧରି ବିଜେଡି ସହ ରହିଥିବା ବରିଷ୍ଠ ନେତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ସେମାନଙ୍କର ଅବଦାନକୁ ପ୍ରଶଂସା କରାଯିବାକୁ ନିଷ୍ପତ୍ତି ହୋଇଛି । ଦଳ ଏହି କାର୍ଯ୍ୟକ୍ରମରେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ରାଜନୀତିକ ପ୍ରସ୍ତାବ ପାରିତ କରିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୨୬ତାରିଖରେ ବିଜେଡି ନିଜର ୨୦ତମ ପ୍ରତିଷ୍ଠା ଦିବସକୁ ମଧ୍ୟ ପୁରୀରେ ପାଳନ କରିଥିଲା।

Related story