ବିଜେଡି ପାଣ୍ଠିକୁ ଯାଇଛି ଚାଷୀଙ୍କ ୫୦୦ କୋଟି ଟଙ୍କା!

ବରଗଡ଼(ଦୀପକ ଶର୍ମା): ଚଳିତ ଖରିଫ୍‌ ଋତୁରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ହୋଇଛି। ମିଲରମାନେ କଟନୀଛଟନୀ ଆଳରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। କଟନୀଛଟନୀ ବାବଦକୁ ଲୁଟ୍‌ ହେଉଥିବା ଟଙ୍କାରୁ ୫୦୦ କୋଟି କମିଶନ ଭାବେ ସିଧାସଳଖ ବିଜୁ ଜନତା ଦଳୀୟ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଟଙ୍କା ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିବ। ଆଉ ଯାହା ବଳିବ, ତାହା ମିଲରମାନେ ନେବେ। ବିଜେଡି ବିରୋଧରେ ଏପରି ସଙ୍ଗୀନ […]

BJP

BJP

Manoranjan Sial
  • Published: Sunday, 09 January 2022
  • Updated: 09 January 2022, 04:20 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ଚଳିତ ଖରିଫ୍‌ ଋତୁରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ହୋଇଛି। ମିଲରମାନେ କଟନୀଛଟନୀ ଆଳରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। କଟନୀଛଟନୀ ବାବଦକୁ ଲୁଟ୍‌ ହେଉଥିବା ଟଙ୍କାରୁ ୫୦୦ କୋଟି କମିଶନ ଭାବେ ସିଧାସଳଖ ବିଜୁ ଜନତା ଦଳୀୟ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଟଙ୍କା ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିବ। ଆଉ ଯାହା ବଳିବ, ତାହା ମିଲରମାନେ ନେବେ। ବିଜେଡି ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।

ବରଗଡ଼ ସାମ୍ବାଦିକ ଭବନରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି, “ବର୍ତ୍ତମାନ ରାଜ୍ୟର ୪ଟି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇ ନାହିଁ। ଗଞ୍ଜାମ ଜିଲ୍ଲାରେ ଧାନ ବିକିବା ପାଇଁ ଏକ ଲକ୍ଷ ୨୨ ହଜାର ୮୨୦ ଜଣ ଚାଷୀ ନାମ ପଞ୍ଜିକରଣ କରିଥିଲେ। ସେଥିରେ ମାତ୍ର ୮୯୬ ଜଣ ଚାଷୀ ଧାନି ବିକି ପାରିଛନ୍ତି। ବାକି ଚାଷୀଙ୍କର ବର୍ତ୍ତମାନ ସୁଦ୍ଧା ହିସାବ ନାହିଁ। ଚାଷୀମାନେ ୧୦୦୦ ଟଙ୍କାର ଅଣ୍ଡର ରେଟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।”

ସେ ଆହୁରି କହିଛନ୍ତି, ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୂର୍ବରୁ କହିଥିଲେ ଯେ ରାଜ୍ୟର କୌଣସି ମଣ୍ଡିରେ କଟନୀ ଛଟନୀ ହେବ ନାହିଁ। ଯଦି କୌଣସିଠାରେ କଟନୀ ଛଟନୀର ଅଭିଯୋଗ ହୁଏ, ତାହାହେଲେ ସେହି ମିଲରକୁ ଗିରଫ କରାଯିବ। କିନ୍ତୁ ବିଜେପି କୃଷକମୋର୍ଚ୍ଚାର ଏକ ଟିମ୍‌ ପଶ୍ଚିମାଞ୍ଚଳର ବରଗଡ଼, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିକୁ ଯାଇ ସ୍ଥିତି ପରିଖିଥିଲା। ସେଠାରେ ପ୍ରତ୍ୟେକ ମଣ୍ଡିରେ ବସ୍ତା ପିଛା ୩ରୁ ୪ କେଜି ଧାନ କଟନୀ ଛଟନୀ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଏପରିକି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜେ ମଣ୍ଡିକୁ ଯାଇ କଟନୀ ଛଟନୀ ନକରିବାକୁ ମିଲରଙ୍କୁ ତାଗିତ କରିଥିଲେ। ମାତ୍ର ତାଙ୍କର ନିର୍ବାଚନମଣ୍ଡଳୀରେ ବ୍ୟାପକ କଟନୀ ଛଟନୀ ହେଉଛି। ଯୋଗାଣ ମନ୍ତ୍ରୀଙ୍କର ଯଦି ସତସାହସ ଅଛି, ତାହାହେଲେ ମିଲରଙ୍କୁ ଗିରଫ କରନ୍ତୁ।”

ଶ୍ରୀ ପୁରୋହିତ କହିଛନ୍ତି, “ଆରଏମ୍‌ସି ମାର୍କେଟୟାଡ୍‌ ବାବଦକୁ ୨% ନେଉଥିଲେ ମଧ୍ୟ ଚାଷୀଙ୍କ ଧାନର ସୁରକ୍ଷା କରିବାକୁ କୌଣସି ବ୍ୟବସ୍ଥା କରୁନାହିଁ। ଗତ ଅଦିନିଆ ବର୍ଷାରେ ଚାଷୀଙ୍କ ଲକ୍ଷ ଲକ୍ଷ ବସ୍ତା ଧାନ ଭିଜି ଯାଇଥିବା ବେଳେ ତାକୁ ଢାଙ୍କିବାକୁ ଗୋଟିଏ ପଲିଥିନ ମଧ୍ୟ ଯୋଗାଇ ପାରିନାହିଁ। ଏପରି ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ରାଜ୍ୟ ସରକାର କେବଳ କାଗଜ କଲମରେ ଠିକ୍‌ ଚାଲିଥିବା କହି ଓହରି ଯାଉଛନ୍ତି। ତେବେ ଆଗାମୀ ଦିନରେ ଯଦି ଏସବୁ ସମସ୍ୟାର ସମାଧାନ ନହୁଏ, ତାହେଲେ ବିଜେପି କୃଷକମୋର୍ଚ୍ଚ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story