ବିଜେଡି ଇସାରାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନ ଦେଉନି ଜିଲ୍ଲା ପ୍ରଶାସନ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ଦେଉନି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ତଥା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ହରିଲୁଟ୍ କରି ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି […]

BJP

BJP

Ordigital Desk
  • Published: Wednesday, 13 October 2021
  • Updated: 13 October 2021, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ଦେଉନି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ତଥା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ହରିଲୁଟ୍ କରି ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆଦିବାସୀ ସମୁଦାୟଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶାର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି, ଯାହାକି ସୌଭାଗ୍ୟର ବିଷୟ।

ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀ ଟୁଡୁ ଯେତେବେଳେ ସମୀକ୍ଷା ବୈଠକ କରୁଛନ୍ତି, ସେତେବେଳେ ରାଜ୍ୟ ପ୍ରଶାସନ ସହଯୋଗ କରୁନିି। ଏପରିକି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଗସ୍ତ ସମୟରେ ପ୍ରୋଟୋକଲ ଅନୁସାରେ ସହଯୋଗ ଓ ସମ୍ମାନ ଦେବାରେ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରିଛି। ଜିଲ୍ଲାର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଉପସ୍ଥିତ ନରହି ଅନ୍ୟ ଓ କନିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଲ୍ଲାପାଳ ଓ ଜିଲ୍ଲାର ପ୍ରଶାସକଙ୍କ ଏତାଦୃଶ ଅବହେଳା ପ୍ରଦର୍ଶନ କରିବା ପ୍ରଶାସନର ସାହସ ନୁହେଁ ବରଂ ଏଥିରେ ରାଜ୍ୟ ସରକାର ଓ ଶାସକ ଦଳର ପ୍ରଚ୍ଛନ୍ନ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଅସହିଷ୍ଣୁତା କାରଣରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅସହଯୋଗ ଓ ଅସମ୍ମାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ତଥା ମିଥ୍ୟା ଓ ମନଗଢ଼ା ବିଷୟକୁ ନେଇ ଶାସକ ଦଳ ମିଛ ପ୍ରଚାର କରୁଛି ବୋଲି ଶ୍ରୀ ଗଣ୍ଡ କହିଛନ୍ତି।

ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଆଦିବାସୀମାନଙ୍କ ବିକାଶ ନିମନ୍ତେ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବିକାଶ କାର୍ଯ୍ୟ ପରିବର୍ତ୍ତେ ପ୍ରଶାସନ ଓ ଶାସକ ଦଳର ନେତା ଏବଂ ଠିକାଦାରଙ୍କ ମାଧ୍ୟମରେ ହରିଲୁଟ୍ କରାଯାଉଛି। ପ୍ରଶାସନିକ ଅଧିକାରୀ ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ଲୋକଙ୍କ ସେବା କାର୍ଯ୍ୟ ପରିବର୍ତ୍ତେ ଶାସକ ଦଳର ହାତବାରିସି ସାଜିଛନ୍ତି। ନିରପେକ୍ଷତା ପରିବର୍ତେ ପ୍ରଶାସନିକ ଅଧିକାରୀମାନେ ପକ୍ଷପାତିତା କରୁଛନ୍ତି। ଦଳୀୟ ସ୍ୱାର୍ଥ ପାଇଁ ଅସହିଷ୍ଣୁ ହୋଇ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଅସହଯୋଗ ଓ ଅସମ୍ମାନ କରିବାକୁ ପରୋକ୍ଷରେ ନିର୍ଦ୍ଦେଶ ଦେଉଛନ୍ତି ରାଜ୍ୟ ସରକାର। ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଉତ୍ତର ରଖିପାରୁନାହାନ୍ତି। ଶାସକ ଦଳର ଏତାଦୃଶ କାମଳନୀତି କୁ ବିଜେପି ଦୃଢ ନିନ୍ଦା କରୁଛି ବୋଲି ଶ୍ରୀ ଗଣ୍ଡ କହିଛନ୍ତି।

ତେଣୁ ରାଜ୍ୟ ସରକାର ଆଦିବାସୀ ସମୁଦାୟଙ୍କ ବିରୋଧୀ ନହୋଇ କେନ୍ଦ୍ର ସରକାର ଦେଉଥିବା ବିପୁଳ ଅର୍ଥକୁ ଆଦିବାସୀଙ୍କ ବିକାଶ ପାଇଁ ସଠିକ୍ କାର୍ଯ୍ୟ  ଓ ବିନିଯୋଗ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ସହଯୋଗ କରନ୍ତୁ ଓ ମିଥ୍ୟା ଅପପ୍ରଚାରରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ଏସଟି ମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ମାଝୀ ଏବଂ ଭଜନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story