ବିଜେପି ନେତ୍ରୀ ଇରାନୀ ରାୟଙ୍କୁ ବିଜେଡି କର୍ମୀଙ୍କ ମାଡ଼ ଅଭିଯୋଗ

ନୟାଗଡ଼ (ଓଡ଼ିଶା ରିପୋର୍ଟର) ବିଜେପି ନେତ୍ରୀ ଇରାନୀ ରାୟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୟାଗଡ଼ ଭାଟସାହିକୁ ଯାଇଥିବା ବେଳେ କିଛି ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସେ ନୟାଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ଇରାନୀ ରାୟ ଭାଟ ସାହି ମନ୍ଦିରକୁ ଯାଇଥିବା ବେଳେ ବିଜେଡି କର୍ମୀମାନେ ତାଙ୍କୁ ମନ୍ଦିର ଯିବାକୁ ବାରଣ କରିବା ସହ ଗାଳି ଗୁଳଜ କରିଥିବା ସେ […]

7nmb

Tapas Behera
  • Published: Monday, 29 March 2021
  • , Updated: 29 March 2021, 03:51 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର) ବିଜେପି ନେତ୍ରୀ ଇରାନୀ ରାୟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୟାଗଡ଼ ଭାଟସାହିକୁ ଯାଇଥିବା ବେଳେ କିଛି ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏ ନେଇ ସେ ନୟାଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ଇରାନୀ ରାୟ ଭାଟ ସାହି ମନ୍ଦିରକୁ ଯାଇଥିବା ବେଳେ ବିଜେଡି କର୍ମୀମାନେ ତାଙ୍କୁ ମନ୍ଦିର ଯିବାକୁ ବାରଣ କରିବା ସହ ଗାଳି ଗୁଳଜ କରିଥିବା ସେ ଅଭିଯୋଗ କରିଛନ୍ତି।

ଏ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଆସିଥିବା ବେଳେ ବିଜେଡି ନେତା ତଥା ଭାଟ ସାହି ସରପଞ୍ଚ କିଶୋର ସାହୁ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ସାମ୍ନାରେ ତାଙ୍କୁ ଗାଳି ଗୁଳଜ କରିଥିବା ସେ ଅଭିଯୋଗ କରିଛନ୍ତି । ଇରାନୀ କହିଛନ୍ତି ଯେ, ଥାନା ଭିତରେ ପଶି ମୋତେ ଗାଳିଗୁଲଜ କରିଛନ୍ତି। ଏମିତିକି ସେମାନେ ମୋତେ ପିଛା କରି ଆସି ମୋ ଡ୍ରାଇଭର ଓ ଆଉ ଜଣେ ପିଲାଙ୍କୁ ମାରପିଟ୍‌ କରିଛନ୍ତି। ଏ ନେଇ ତଦନ୍ତ ଚାଲିଥିବା ପୁଲିସ କହିଛି।

Related story