'କେନ୍ଦ୍ରକୁ ଚିଠି ଲେଖିବାରେ ପିଏଚ୍‌ଡି କରିଛନ୍ତି ମୁଖ୍ୟମନ୍ତ୍ରୀ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ନୁହେଁ ବରଂ କେବଳ ଚିଠି ଲେଖିବାରେ ପିଏଚଡି କରିଛନ୍ତି ବୋଲି ବିଜେପି କହିବା ସହ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିର ନକଲକୁ ବିଜେପି ନେତାମାନେ ସର୍ବସମ୍ମୁଖରେ ଚିରି ପ୍ରତିବାଦ ଜଣାଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ଷମତା ଓ ପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣା କରିଛନ୍ତି। ରାଜ୍ୟ […]

bjp

bjp

Ranjit Kumar Jena
  • Published: Wednesday, 23 December 2020
  • Updated: 23 December 2020, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ନୁହେଁ ବରଂ କେବଳ ଚିଠି ଲେଖିବାରେ ପିଏଚଡି କରିଛନ୍ତି ବୋଲି ବିଜେପି କହିବା ସହ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିର ନକଲକୁ ବିଜେପି ନେତାମାନେ ସର୍ବସମ୍ମୁଖରେ ଚିରି ପ୍ରତିବାଦ ଜଣାଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ଷମତା ଓ ପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣା କରିଛନ୍ତି। ରାଜ୍ୟ ସରକାର ଗୁମାସ୍ତା ପରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପରିବର୍ତ୍ତେ ମାଲିକ ସାଜି ନେମପ୍ଲେଟ୍ ଲଗାଇ ବାହାବା ନେବାର ଅପଚେଷ୍ଟା ଚଳାଇଛନ୍ତି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି। ସାଧାରଣ ଲୋକଙ୍କର ଜନ ଜୀବନ ସୁରକ୍ଷା ଯୋଗାଇ ଦେବା ସରକାରଙ୍କର ନୈତିକ ଦାୟିତ୍ୱ ଥାଏ। କିନ୍ତୁ କ୍ଷମତା ଓ ପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତି।

ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ। ଏହି ଯୋଜନାରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଏବଂ ଦଳୀୟ କର୍ମୀଙ୍କୁ ଘର ଦିଆଯାଇଥିଲା। ଏହା ବିରୁଦ୍ଧରେ ରାଜ୍ୟ ବିଜେପି କେନ୍ଦ୍ର ପଂଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅବଗତ କରାଇବା ପରେ ରାଜ୍ୟସରକାରଙ୍କୁ ସାଧାରଣ ଜନତା କାଠଗଡ଼ାରେ ଛିଡ଼ା କରାଇଥିଲେ।

ରାଜ୍ୟ ସରକାର ଫେବୃଆରୀ ୭ ତାରିଖରେ ଆଉଥରେ ହିତାଧିକାରୀ ଚୟନ ପାଇଁ ନିର୍ଦ୍ଦେଶ ଦେଲେ ଏବଂ ପ୍ରତି ବ୍ଲକ ଅଫିସରେ ସାନି ଆବେଦନ କରିବା ପାଇଁ ଏକ ବାକ୍ସ ରଖାଗଲା। ୨୫ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ଗ୍ରାମ ପଂଚାୟତରେ ହିତାଧିକାରୀ ଚୟନ ତାଲିକା ମାରିବା ନେଇ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଆବେଦନ ପତ୍ରକୁ ଫେବୃଆରୀ ମାସରୁ ଏଯାବତ୍ ବ୍ଲକଗୁଡ଼ିକରେ ଥିବା ବାକ୍ସ ଭିତରୁ ବାହାର କରାଯାଇନାହିଁ। ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୫-ଟି ରେ ସାମିଲ କରାଇଛନ୍ତି। ଏହା କ'ଣ ୫-ଟି ର କାର୍ଯ୍ୟାନ୍ୱୟନ? ୧୦ ମାସ ପରେ ହିତାଧିକାରୀ ତାଲିକାକୁ ରାଜ୍ୟ ସରକାର ଗ୍ରହଣ କରିନଥିବାରୁ ସ୍ପଷ୍ଟ ଜଣାପଡୁଛି କି, ଗରିବ ଲୋକ ଘର ଖଣ୍ଡେ ପାଉ ବୋଲି ରାଜ୍ୟସରକାର ଚାହୁଁ ନାହାଁନ୍ତି। ଏବେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଆବାସ ସଂପର୍କିତ ଚିଠି ଲେଖି କେବଳ ଡ୍ରାମା କରୁଛନ୍ତି।

୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା। ସେହିପରି ୨ ୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ। ୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ।

ଗୋଟିଏ ଗରିବ ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ଏ ଲଢ଼େଇ ଜାରି ରହିବ। ରାଜ୍ୟସରକାର ତୁରନ୍ତ ଯୋଜନା ଚୋରି ଓ ଷ୍ଟିକରିଂ ବନ୍ଦ କରି ନିଜର ବ୍ରାଣ୍ଡିଂ କରିବା ଛାଡ଼ନ୍ତୁ। ଗତ ୧୦ ମାସ ଭିତରେ ଗରିବ ଲୋକଙ୍କୁ ପକ୍କା ଘର ମିଳିବା ପାଇଁ କୌଣସି ବ୍ୟବସ୍ଥା ନହେବା ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ରାଜ୍ୟର ସମସ୍ତ ବ୍ଲକ ଅଫିସ ଆଗରେ ବିଜେପି କାର୍ଯ୍ୟକର୍ତାଙ୍କ ସମେତ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ଚିଠି ଫାଡିବେ ଏବଂ ପୋଡ଼ିବେ।

ଆସନ୍ତା ୨୯ ତାରିଖରେ ରାଜ୍ୟର ସମସ୍ତ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ସରକାରଙ୍କ ନାଁରେ ଏତଲା ଦିଆଯିବ। ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ଠାକୁର ରଂଜିତ ଦାସ, ଶାରଦା ପ୍ରଧାନ ଏବଂ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story