ଧରାପଡ଼ିଲା ବିଜେଡିର ମିଛ: ୨୪ ଘଣ୍ଟା ନପୂରୁଣୁ ଜବାବ ରଖିଲେ ରେଳମନ୍ତ୍ରୀ, ବର୍ଷିଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବରଗଡ଼-ନୂଆପଡ଼ା ରେଳଲାଇନ୍ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ଉପରେ ଦୋଷ ଲଦି ରାଜନୀତିକ ଫାଇଦା ନେବାକୁ ଉଦ୍ୟମ କରିଥିବା ବିଜେଡିର ଉଦ୍ୟମ ଫସର ଫାଟିଛି । ବରଗଡ଼-ନୂଆପଡ଼ା ରେଳଲାଇନ୍ ଭାୟା ପଦ୍ମପୁର-ପାଇକମାଳ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗତକାଲି ଚିଠି ଲେଖି ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିବାର ୨୪ଘଣ୍ଟା […]

BJP

BJP

Ordigital Desk
  • Published: Monday, 21 November 2022
  • Updated: 21 November 2022, 06:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବରଗଡ଼-ନୂଆପଡ଼ା ରେଳଲାଇନ୍ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ଉପରେ ଦୋଷ ଲଦି ରାଜନୀତିକ ଫାଇଦା ନେବାକୁ ଉଦ୍ୟମ କରିଥିବା ବିଜେଡିର ଉଦ୍ୟମ ଫସର ଫାଟିଛି । ବରଗଡ଼-ନୂଆପଡ଼ା ରେଳଲାଇନ୍ ଭାୟା ପଦ୍ମପୁର-ପାଇକମାଳ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗତକାଲି ଚିଠି ଲେଖି ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିବାର ୨୪ଘଣ୍ଟା ନପୁରୁଣୁ ଓଡ଼ିଶା ସରକାର ଓ ଶାସକ ବିଜେଡିର ମିଛକୁ ନିଜେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପଦାରେ ପକାଇଛନ୍ତି । ଏପଟେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ବିଜେଡିର ମିଛ ‘ ବାହା ନହୋଇ ପିଲାର ଏକୋଇଶିଆ ଉତ୍ସବ ପାଳିବା’ ଭଳି ବୋଲି କହିଛନ୍ତି ।

ରାଜ୍ୟ ପରିବହନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ ଗତକାଲି ବରଗଡ଼ରୁ ନୂଆପଡ଼ା ଭାୟା ପଦମପୁର ଓ ପାଇକମାଳ ରେଳ ପ୍ରକଳ୍ପକୁ ଅନୁମୋଦନ ଦେବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ଇଂରାଜୀରେ ଚିଠି ଲେଖି ଅନୁରୋଧ କରିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମାତ୍ର ୨୪ଘଣ୍ଟା ମଧ୍ୟରେ ଓଡ଼ିଆରେ ଏହାର ଜବାବ ରଖିଛନ୍ତି । ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡ଼ା ମଧ୍ୟରେ ନୂଆ ରେଳଲାଇନକୁ ମଞ୍ଜୁର ସମ୍ବନ୍ଧରେ ଭାରତ ସରକାର ୨୦୨୧ ଡିସେମ୍ବର ୩୧ତାରିଖରେ ଓଡ଼ିଶା ସରକାରଙ୍କ ରେଳ ଭିତ୍ତିଭୂମି ବିକାଶ ଲିଃ (ଓଆରଆଇଡିଏଲ)କୁ ଚିଠି ଲେଖି ଉକ୍ତ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଥିବା ନେଇ ଅବଗତ କରାଇଥିଲେ । ଏହି ପ୍ରକଳ୍ପକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାର(ଓଆରଆଇଡିଏଲ)କୁ ସର୍ଭେ,ଯୋଜନା, ଆକଳନ ଓ ଜମି ଅଧିଗ୍ରହଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ପଡ଼ଇବ । ସର୍ଭେ ଓ ଜମି ଅଧିଗ୍ରହଣ ସହ ଜଡ଼ିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାରଙ୍କୁ ରେଳ ମନ୍ତ୍ରଣାଳୟ ଅନୁରୋଧ କରିଛି । ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ୯୭୩୪କୋଟି ଟଙ୍କା ଆବଂଟନ କରିଛନ୍ତି । ୩୮ଟି ରେଳ ଷ୍ଟେସନ ମଧ୍ୟ ଓଡ଼ିଶାରେ ପୁନଃନିର୍ମାଣ କରାଯାଉଛି । ତେଣୁ ରାଜ୍ୟର ସାମଗ୍ରିକ ଲାଭ ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ଶ୍ରୀ ବୈଷ୍ଣବ ତାଙ୍କ ଚିଠିରେ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ପରାମର୍ଶ ଦେଇଛନ୍ତି ।

ଏପଟେ ଆଜି ବରଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ କରି ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ରେଳ ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀଙ୍କ ଡାହା ମିଛକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସବୁବେଳେ ନିଜ ଦୋଷକୁ ଅନ୍ୟ ମୁଣ୍ଡରେ ଢାଳିବା ହେଉଛି ବିଜେଡି ସରକାରର ଏକ ପୁରୁଣା ଅଭ୍ୟାସ । ପଦମପୁର ଉପନିର୍ବାଚନରେ ପରାଜୟ ସୁନିଶ୍ଚତ ବୋଲି ଜାଣିବା ପରେ ବିଜେଡି ଏବେ ଗୋଟିଏ ପରେ ଗୋଟିଏ ମିଛ କହି ଚାଲିଛନ୍ତିି। ରାଜ୍ୟ ସରକାରଙ୍କ ଫସଲ ବୀମା ନାଟକର ପର୍ଦ୍ଦାଫାସ ପରେ ଏବେ ରେଳ ପ୍ରକଳ୍ପ ଘଟଣାରେ ମଧ୍ୟ ବିଜେଡିର ଆଉ ଏକ ମିଛର ପର୍ଦ୍ଦାଫାଶ ହୋଇଛି । କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ ଦ୍ୱାରା ଯେଉଁ ରେଳ ପ୍ରକଳ୍ପ ପାଇଁ ଅନୁମୋଦନ ପାଖାପାଖି ୧୧ ମାସ ହେଲାଣି ମିଳିସାରିଛି ସେହି ରେଳ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗତକାଲି ଚିଠି ଲେଖି ଅନୁମୋଦନ ପାଇଁ ଅନୁରୋଧ କରିଥିଲେ । ଏକ ଅନୁମୋଦିତ ପ୍ରକଳ୍ପ ବିଷୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ କେମିତି ଏତେ ଅଜ୍ଞ ଅଛନ୍ତି ଯେ ପୁଣି ଅନୁମୋଦନ ମାଗୁଛନ୍ତିି ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତିା

ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଏନେଇ ରାଜ୍ୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ। ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ପ୍ରକଳ୍ପକୁ ଅନୁମୋଦନ ମିଳିବାର ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତିି ତାହା ଜଣାନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର ଏବେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବା ପାଇଁ ହଡବଡେଇ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ସାଂସଦ ଡ.ପାତ୍ର ପ୍ରଥମେ ମନ୍ତ୍ରୀ ଟୁକୁନି ସାହୁ ଲେଖିଥିବା ଚିଠିର ଜବାବ୍ ରଖନ୍ତୁ । ନଚେତ୍ ନିଜେ ସାଂସଦ ଡଃ ପାତ୍ର ଏବଂ ମନ୍ତ୍ରୀ ଟୁକୁନି ସାହୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପୂଜାରୀ କହିଛନ୍ତିି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story