ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପ୍ରେସ ମିଟ ଓ ଚାଷୀ ଆନ୍ଦୋଳନ ଉପରେ ଜବାବ ରଖିଲା ବିଜେଡି l ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି,ପଶ୍ଚିମବଙ୍ଗ ରେ ଦଳର ପରାଜୟ, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକ ରେ ସାଙ୍ଗଠନିକ ସମସ୍ୟା ଦେଖାଦେବାପରେ ବିଜେପି କର୍ମୀ ମାନେ ନିରୁତ୍ସାହିତ l
ତେଣୁ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ବିନା ତଥ୍ୟ ଓ ସତ୍ୟ ରେ ଏହା କହିଛନ୍ତି l ଆଉ ବଜେପି ରାଜ୍ୟ ସଭାପତି ହିସାବରେ ଏହା ତାଙ୍କ ଦାଇତ୍ୱ l କିନ୍ତୁ ଗତ ଦେଢ଼ ବର୍ଷ ହେବ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟ ରେ କୃଷି ଆଇନ କୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ କରୁଛନ୍ତି l ତାକୁ ଏଡାଇ ଯାଇଛନ୍ତି ସମୀର l ସେହିପରି ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣ କରିବା ପାଇଁ ନିର୍ବାଚନ ଇସ୍ତାହାର ରେ ଥିବାବେଳେ ସେକଥା କହିଲେ ନାହିଁ । ଭୁଲିଗଲେ l ଏହା ସହିତ ଏମ ଏସ ସ୍ୱାମୀନାଥନ କମିଶନ ରିପୋର୍ଟ କୁ ଲାଗୁ କରିବା କଥା ମଧ୍ୟ ଭୁଲିଗଲେ l
କିନ୍ତୁ ଓଡିଶା ଲୋକ ଏହାକୁ ଭୁଲି ନାହାନ୍ତି l ରାଜ୍ୟ କୁ ମଧ୍ୟ ଅଣଦେଖା କରୁଛି କେନ୍ଦ୍ର l ଏଥିରେ ଧାନ ପାଇଁ 6620 କୋଟି କେନ୍ଦ୍ରୀୟ ସବସିଡି ଏ ପର୍ଯ୍ୟନ୍ତ ରାଜ୍ୟକୁ ମିଳିନାହିଁ l ସେହିପରି 10 ଲକ୍ଷ ମେଟ୍ରିକ ଟନ ଚାଉଳ ଏ ପର୍ଯ୍ୟନ୍ତ କେନ୍ଦ୍ର ଉଠାଇ ନାହିଁ l ଆଉ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ରେ ଲେନିନ ମହାନ୍ତି କହିଛନ୍ତି ସମୀର ମହାନ୍ତି ବୋଧେ ଜାଣି ନାହାନ୍ତି ଗ୍ରାମ୍ୟ ଗୃହ ନିର୍ମାଣ ରେ କେନ୍ଦ୍ର ଆମକୁ ଭୁୟସୀ ପ୍ରସଂଶା କରିବା ସହିତ ପୁରସ୍କୃତ କରିଛି l ତେବେ ସମୀର ରାଜ୍ୟ କଥାକୁ ଜାଣି ଜାଣି ଭୁଲିଯାଇଛନ୍ତି । ଆଉ ଭୁଲେଇବାକୁ ଚେଷ୍ଟା କରିଛନ୍ତି l ଓଡିଶା ଲୋକଙ୍କ ମତି ଭ୍ରମ କରିବା ପାଇଁ ଚେଷ୍ଠା କରୁଛନ୍ତି । କିନ୍ତୁ ଯେତେ ଚେଷ୍ଠା କଲେ ମଧ୍ୟ ମତି ଭ୍ରମ ଲାରିପାରିବେ ନାହିଁ ବୋଲି କହିଛନ୍ତି ଲେନିନ l