ବିଜେଡିର କାର୍ଡ ବଣ୍ଟା ରାଜନୀତି: ମୁଖ୍ୟମନ୍ତ୍ରୀଙ୍କ ସଭାରେ ରହିବେ ନରସିଂହ ଓ ସଙ୍ଗୀତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଥିବା ବିଜେଡିକୁ ଏବେ ଉଭୟ କଂଗ୍ରେସ ଓ ବିଜେପିର ସମର୍ଥନ ଦେବା ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ାଇ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଯାଇ ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଅନେକ […]

Sangita and Narasingha

Sangita and Narasingha

Ordigital Desk
  • Published: Tuesday, 21 September 2021
  • Updated: 21 September 2021, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଥିବା ବିଜେଡିକୁ ଏବେ ଉଭୟ କଂଗ୍ରେସ ଓ ବିଜେପିର ସମର୍ଥନ ଦେବା ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ାଇ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଯାଇ ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଥିବାବେଳେ ବିଜେଡି ନିଜର ମନ୍ତ୍ରୀ ଓ ୩ ଡଜନରୁ ଅଧିକ ନେତାଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକରେ ମୁତୟନ କରାଇ କାର୍ଡ ବଣ୍ଟା ଆଳରେ ସଂଗଠନକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୬୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ବଲାଙ୍ଗିର ଜିଲ୍ଲାରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ରହିବେ। ଏହି ରହଣୀ ମଧ୍ୟରେ ଟିଟିଲାଗଡ଼ ସରକାରୀ ମହିଳା କଲେଜ ପଛପଟ ପଡ଼ିଆ, ପାଟଣାଗଡ଼ର ରମାଇ ହାଇସ୍କୁଲ ଓ ବଲାଙ୍ଗିର ଟାଉନର ଗାନ୍ଧି ଷ୍ଟାଡ଼ିୟମରେ ଆୟୋଜିତ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। କୋଭିଡ୍ କଟକଣା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ଜୋରଦାର ଉଦ୍ୟମ ହୋଇଛି। ଦଳର ସାଂଗଠନିକ ସମ୍ପାଦକଙ୍କଠୁ ଆରମ୍ଭ କରି ୧୨ରୁ ଅଧିକ ମନ୍ତ୍ରୀ ବଲାଙ୍ଗିରରେ ଡେରା ପକାଇ ରହିଛନ୍ତି। ମାଲକାନଗିରି ଓ ସୁନ୍ଦରଗଡ଼ ତୁଳନାରେ ବଲାଙ୍ଗିର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ବେଶ୍ ଭବ୍ୟ ଆକାରରେ ହେଉଥିବା ଜଣାପଡ଼ିଛି । ଏହି ୩ଟି ଯାକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବେ। ଏଥିରେ ହରିଶଙ୍କର ମନ୍ଦିରର ସାମଗ୍ରିକ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବଲାଙ୍ଗିର ବସ୍ ଟର୍ମିନାଲ ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମ ସାମିଲ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ବଲାଙ୍ଗିର ଗାନ୍ଧି ଷ୍ଟାଡ଼ିୟମ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି। ଅବଶ୍ୟ ବିଜେପି ଓ କଂଗ୍ରେସର ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେକି ନାହିଁ ତାହା ସେମାନେ ସ୍ପଷ୍ଟ କରିନାହାନ୍ତି। ମାତ୍ର ଯେଉଁ ଢଙ୍ଗରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ବଲାଙ୍ଗିରରେ କାର୍ଯ୍ୟକ୍ରମ ହେଉଛି ସେଥିରେ ବିଜେଡି ନିଜର ପତିଆରା ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । କରୋନା ମହାମାରୀ କାଳରେ ପ୍ରଥମ ସାଧାରଣ ସଭା ବଲାଙ୍ଗିର ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ବିଜେଡି ବଲାଙ୍ଗିରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ରେ କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ବିଜେଡି ନେତା ଓ ମନ୍ତ୍ରୀମାନଙ୍କୁ ସ୍ଥାନୀୟ ବିଜେପି ବିଧାୟିକା କୁସୁମ ଟେଟେ ସହଯୋଗ କରିବା ସହ କାର୍ଡ ବାଣ୍ଟିଥିଲେ।

ସୂଚନାଯୋଗ୍ୟ, ୨୦୧୭ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ବଲାଙ୍ଗିର ଜିଲ୍ଲାରେ ଆଶାନୁରୂପ ସଫଳତା ମିଳିନାହିଁ। ପଂଚାୟତ ନିର୍ବାଚନରେ ବିଜେଡିକୁ ମୋଟ ୩୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ମାତ୍ର ୯ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ କଂଗ୍ରେସକୁ ୨ଟି ଓ ବାକି ବିଜେପି କବଜାରେ ରହିଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୫ଟି ବିଧାନସଭାରୁ କଂଗ୍ରେସକୁ ୨ଟି ଓ ବିଜେପିକୁ ଗୋଟିଏ ମିଳିଥିବାବେଳେ ବିଜେଡି ଭାଗରେ ମାତ୍ର ୨ଟି ଆସନ ରହିଛି। ଏହା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ଏୟୁସିଂହଦେଓ ପରିବାରକୁ ଅଣଦେଖା କରାଯିବା ଓ ତାଙ୍କ ପରିବର୍ତ୍ତେ କାହାରିକୁ ଜିଲ୍ଲାର ନେତୃତ୍ୱ ନେବା ପାଇଁ ବିଜେଡିକୁ ଆଗକୁ ଆଣୁନଥିବା ଯୋଗୁ ବିଜେଡିର ସ୍ଥିତି ପୂର୍ବବତ ରହିଛି। ଜିଲ୍ଲାର ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଟୁକୁନି ସାହୁ ଥିଲେ ମଧ୍ୟ ସାଂଗଠନିକ ଦକ୍ଷତା ପ୍ରତିପାଦନ କରିବାରେ ସେ ସକ୍ଷମ ହୋଇପାରିନାହାନ୍ତି।

ତେଣୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ନିଜସ୍ୱ ଭୋଟବ୍ୟାଙ୍କ ବଢ଼ାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story