ବକ୍ରଦୃଷ୍ଟି: ବିଧାୟକମାନେ ଖୁସି, ନାକରେ କାନ୍ଦୁଥା ଚାଷୀ

ଚାଷୀ ପାଇଁ କିଏ କାନ୍ଦୁଛି ? ସରକାରରେ ଦଳେ କହୁଛନ୍ତି ଚାଷୀଙ୍କ ଋଣ ଛାଡ଼ ହେବା ଉଚିତ, ତ ଦଳେ ମୁହଁ ଖୋଲି କହୁଛନ୍ତି ହେଇପାରିବ ନାହିଁ। ଚାଷୀ ଋଣଛାଡ଼ ପାଇଁ ଅନେଇଥିବା ବେଳେ, ଏପଟେ ଦଳ ମତ ନିର୍ବିଶେଷରେ ସବୁ ବିଧାୟକ ମିଶି ନିଜ ଦରମା ବଢେଇବାକୁ ଦାବି କଲେ ଓ ଦାବି ହାସଲ ବି କଲେ। ନିଜ ଦରମା ବଢେଇବାକୁ ସବୁ ଦଳର ବିଧାୟକ ଏକସ୍ୱର ହୋଇପାରିଲେ, କିନ୍ତୁ ଚାଷୀଙ୍କ ପାଇଁ କେହି ଏକାଠି ହୋଇପାରୁ ନାହାଁନ୍ତି। ଏହାକୁ ନେଇ କାଟୁର୍ନିଷ୍ଟ ଶିଳ୍ପୀ ଅଶୋକଙ୍କ ଏହି ବ୍ୟଙ୍ଗ ଚିତ୍ର।