'ମେଡ୍-ଇନ୍-ଚାଇନା' ଟ୍ରେଣ୍ଡ ବହୁ ପୁରୁଣା : ଦେଖନ୍ତୁ ଆର୍.କେ.ଲକ୍ଷ୍ମଣଙ୍କ କାଟୁର୍ନ୍

ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ, ଭାରତୀୟ ବଜାରରେ ଚୀନ ସାମଗ୍ରୀର ରାଜୁତିକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଚୀନ ସାମଗ୍ରୀକୁ ଦେଶବ୍ୟାପୀ ବିରୋଧ କରିବାକୁ ସବୁ ସ୍ତରରେ ଉଦ୍ୟମ କରାଯାଉଛି। କେହି କେହି ଚୀନ ସାମଗ୍ରୀ ସଂପୂର୍ଣ୍ଣ ବର୍ଜନ କରିଥିବା ଘୋଷଣା କରିଥିବା ବେଳେ ଆଉ କେତେକ ଦାବି କରିଛନ୍ତି, ଭାରତ ସରକାର ଚୀନରୁ ଆମଦାନି ବନ୍ଦ କରିବା ସହ ଚୀନ ସାମଗ୍ରୀକୁ ବ୍ୟାନ୍ କରନ୍ତୁ। ତେବେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 04:12 PM IST

ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ, ଭାରତୀୟ ବଜାରରେ ଚୀନ ସାମଗ୍ରୀର ରାଜୁତିକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଚୀନ ସାମଗ୍ରୀକୁ ଦେଶବ୍ୟାପୀ ବିରୋଧ କରିବାକୁ ସବୁ ସ୍ତରରେ ଉଦ୍ୟମ କରାଯାଉଛି। କେହି କେହି ଚୀନ ସାମଗ୍ରୀ ସଂପୂର୍ଣ୍ଣ ବର୍ଜନ କରିଥିବା ଘୋଷଣା କରିଥିବା ବେଳେ ଆଉ କେତେକ ଦାବି କରିଛନ୍ତି, ଭାରତ ସରକାର ଚୀନରୁ ଆମଦାନି ବନ୍ଦ କରିବା ସହ ଚୀନ ସାମଗ୍ରୀକୁ ବ୍ୟାନ୍ କରନ୍ତୁ। ତେବେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟ ବଜାରରେ ଚୀନ୍ ସାମଗ୍ରୀର ବହୁଳତା ଇଏ ନୂଆ ନୁହେଁ। ବହୁବର୍ଷ ତଳୁ ଏହି ଧାରା ଚାଲି ଆସିଛି। ଭାରତୀୟ ବ୍ୟବହାର କରୁଥିବା ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଚୀନ୍‌ରେ ହିଁ ତିଆରି ହୋଇଥାଏ। ବହୁବର୍ଷ ତଳେ ପ୍ରସିଦ୍ଧ କାଟୁର୍ନିଷ୍ଟ ଆର୍.କେ.ଲକ୍ଷ୍ମଣ ପ୍ରସ୍ତୁତ କରିଥିବା ଏଇ କାଟୁନିଷ୍ଟ  ଏହାର ପ୍ରମାଣ।

(କାଟୁର୍ନ୍ ସୌଜନ୍ୟ:ଆର.କେ. ଲକ୍ଷ୍ମଣ ଦି ଅନ୍‌ କମନ୍ ମ୍ୟାନ୍)

Related story