ବଲାଙ୍ଗିର ବିଜେଡିରେ ଫାଟ ଜଳଜଳ, ତାଳି ପକାଇବାକୁ ଯିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦଳୀୟ ସାଂଗଠନିକ ସ୍ଥିତି ଦୁର୍ବଳ ଜିଲ୍ଲାଗୁଡ଼ିକୁ ଗସ୍ତ ଜାରି ରଖିଛନ୍ତି। ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ଥିବା ମାଲକାନଗିରି ଓ ସୁନ୍ଦରଗଡ଼କୁ ନବୀନ ନିଜର ପୁରା ଟିମ ସହ ଗସ୍ତ କରିଥିବା ବେଳେ ଆସନ୍ତା ୨୨ […]

Chief-Minister-Naveen-Patnaik

Chief-Minister-Naveen-Patnaik

Ordigital Desk
  • Published: Saturday, 18 September 2021
  • Updated: 18 September 2021, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦଳୀୟ ସାଂଗଠନିକ ସ୍ଥିତି ଦୁର୍ବଳ ଜିଲ୍ଲାଗୁଡ଼ିକୁ ଗସ୍ତ ଜାରି ରଖିଛନ୍ତି। ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ଥିବା ମାଲକାନଗିରି ଓ ସୁନ୍ଦରଗଡ଼କୁ ନବୀନ ନିଜର ପୁରା ଟିମ ସହ ଗସ୍ତ କରିଥିବା ବେଳେ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗିର ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ସେଠାର ସଂଗଠନର ବିକଟାଳ ସ୍ଥିତିକୁ ସୁଧାରିବା ପାଇଁ ନବୀନ ବଲାଙ୍ଗିର ଜିଲ୍ଲାର ୩ଟି ସବଡିଭିଜନରେ ମାରାଥନ୍ କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ମିଳିଛି। ତେବେ ନବୀନଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ବସିଥିବା ପ୍ରସ୍ତୁତି ବୈଠକରେ ଦଳର ଗୋଷ୍ଠୀକନ୍ଦଳ ଜଳଜଳ ହୋଇ ପଦାରେ ପଡ଼ିଥିବା ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ତାରିଖରେ ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ଦଳୀୟ ବିଧାୟକ, ପରାଜିତ ବିଧାୟକ ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ହୋଇଥିବା ଏହି ବୈଠକରେ ଏୟୁ ସିଂହଦେଓ ପରିବାର ନିଜର ପ୍ରଭାବ ବିସ୍ତାର କରିବାକୁ ପୁଣି ଥରେ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି। ଦୀର୍ଘ ଦେଢ଼ଦଶନ୍ଧି ଧରି ସିଂହଦେଓ ପରିବାର କବଜାରେ ବଲାଙ୍ଗିର ବିଜେଡି ଥିବାବେଳେ ୨୦୧୪ ସାଧାରଣ ନିର୍ବାଚନ ପରେ ଯୁବନେତ୍ରୀ ଶ୍ରୀମୟୀ ମିଶ୍ର ଜିଲ୍ଲା ଦଳୀୟ ସଂଗଠନ ଓ ସରକାରୀ କାର୍ଯ୍ୟକ୍ରମରେ ମାତ୍ରାଧିକ ସକ୍ରିୟ ହେବାରୁୁ ରାଜପରିବାରକୁ ଜିଲ୍ଲା ସଂଗଠନରେ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସିଂହଦେଓ ପରିବାରର ପ୍ରଭାବ କ୍ରମାଗତ ହ୍ରାସ ପାଇବାରେ ଲାଗିଥିଲା, ଯାହାକି ଏବେ କେବଳ ନାମକୁ ମାତ୍ର ବଲାଙ୍ଗିର ନିର୍ବାଚନମଣ୍ଡଳୀ ମଧ୍ୟରେ ସୀମିତ ରହିଯାଇଛି। ଏପରିକି ଜିଲ୍ଲା ସଭାପତି ପଦ ମଧ୍ୟ ସିଂହଦେଓ ପରିବାର ହାତରୁ ଖସି ଯାଇଥିଲା। ସେପଟେ ଜିଲ୍ଲା ବିଜେଡି ସଭାପତି ଟୁକୁନି ସାହୁ ଓ ପର୍ଯ୍ୟବେକ୍ଷକ ଶ୍ରୀ ସିଂ ମଧ୍ୟ ସିଂହଦେଓ ପରିବାରକୁ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ସେହିପରି ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର ବିଭିନ୍ନ କାରଣ ପାଇଁ ମୂଳରୁ ବିବାଦରେ ଥିବାରୁ ଦଳ ତାଙ୍କ ଉପରେ ଭରସା କରିପାରୁନି । ସଂଗଠନ ବି ତାଙ୍କଠୁ ଦୂରେଇ ରହିଛି । ସିଂହଦେଓ ପରିବାର ପ୍ରତି ବି ଉଭୟ କର୍ମୀ ଓ ସାଧାରଣ ଲୋକେ ବିମୁଖ ହୋଇସାରିଲେଣି । ବିଜେଡି ସୁପ୍ରିମୋ ଏବେ ସିଂହଦେଓ ପରିବାରକୁ ଆଉ ପୂର୍ବଭଳି ବିଶ୍ୱାସକୁ ନେଉନଥିବାରୁ ନିଜର ପତିଆରା ବୃଦ୍ଧି ପାଇ ରାଜପରିବାର ଯେନତେନ ପ୍ରକାରେ ଉଦ୍ୟମ କରୁଥିବା ଚର୍ଚ୍ଚା।

ତେଣୁ ଜିଲ୍ଲାରେ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବିଜେଡି ନୂଆ ରଣନୀତି ପ୍ରସ୍ତୁତ ନକଲେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହେବା ନିଶ୍ଚିତ। ୨୦୧୭ ପଂଚାୟତ ନିର୍ବାଚନରେ ଜିଲ୍ଲାର ମୋଟ ୩୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨ଟିରେ କଂଗ୍ରେସ ଓ ୯ଟିରେ ବିଜେଡି ଜିତିଥିବାବେଳେ ବିଜେପି ୨୨ଟି ଆସନ ଦଖଲ କରିଛି। ୨୦୧୯ ସାଧାରଣ ନିର୍ବାଚନରେ ବି ଜିଲ୍ଲାରେ କଂଗ୍ରେସକୁ ୨ଟି, ବିଜେପିକୁ ଗୋଟିଏ ଓ ବିଜେଡିକୁ ୨ଟି ବିଧାନସଭା ଆସନ ମିଳିଛି। ଯାହାକି ଜିଲ୍ଲାରେ ବିଜେଡିର ଦୁର୍ବଳ ସ୍ଥିତିକୁ ପକାଇଥିବାବେଳେ ବିଜେଡି ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଯୋଗୁ ବଲାଙ୍ଗିରରେ କଂଗ୍ରେସ ଓ ବିଜେପିର ସ୍ଥିତି ପୂର୍ବ ତୁଳନାରେ ସୁଦୃଢ଼ ହେବାରେ ଲାଗିଛି।

ଏସବୁକୁ ଦୃଷ୍ଟିରେ ରଖି ବିଜେଡି ବଲାଙ୍ଗିର ଜିଲ୍ଲାରେ ନବୀନଙ୍କ ୩ଟି ସ୍ଥାନରେ ମାରାଥନ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଆଉ ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ୧୫ରୁ ଅଧିକ ମନ୍ତ୍ରୀ ଓ ୩୦ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ଜିଲ୍ଲାର ୧୪ ବ୍ଲକ ଓ ୫ଟି ପୌରାଂଚଳରେ ୪ଦିନ ଧରି ଡେରା ପକାଇ ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story