ରାଜ୍ୟବାସୀଙ୍କୁ ଜଣାଅ ରାଜ୍ୟର ଆର୍ଥିକ ସ୍ଥିତି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ନାଁରେ ଯେଉଁ ବିଭିନ୍ନ କଟକଣା ଜାରି କରିଛନ୍ତି, ତାହା ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ସନ୍ଦେହ ହେଉଛି। ତେଣୁ ରାଜ୍ୟର ଆର୍ଥିକ ସ୍ଥିତି ଏବେ କିଭଳି ରହିଛି, ତାହା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ କରାନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୀର୍ଘ […]

niranjan-1--1

niranjan-1--1

Jitendra Garnayak
  • Published: Friday, 10 July 2020
  • Updated: 10 July 2020, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ନାଁରେ ଯେଉଁ ବିଭିନ୍ନ କଟକଣା ଜାରି କରିଛନ୍ତି, ତାହା ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ସନ୍ଦେହ ହେଉଛି। ତେଣୁ ରାଜ୍ୟର ଆର୍ଥିକ ସ୍ଥିତି ଏବେ କିଭଳି ରହିଛି, ତାହା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ କରାନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୀର୍ଘ ୨୦ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ ଓ ସଶକ୍ତ କରିଥିବା ନେଇ ସବୁବେଳେ ଦାବି କରୁଥିଲେ। ମାତ୍ର ୩ ମାସର କୋଭିଡ୍ କଟକଣାରେ ଆର୍ଥିକ ସ୍ଥିତି ଦୋହଲିଯିବା ପରୋକ୍ଷରେ ଦୀର୍ଘମିଆଦୀ ଯୋଜନାର ସଙ୍କଟ ଓ କର୍ମନିଯୁକ୍ତି ସୃଷ୍ଟି କରି ନ ପାରିବାର ବିଫଳତା ଆଡ଼କୁ ଇଙ୍ଗିତ କରୁଛି। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଆପାତଃକାଳୀନ ପାଣ୍ଠିରୁ ଟଙ୍କା ନେଇ ‘କାଳିଆ’ ଯୋଜନା ଆରମ୍ଭ କରାଗଲା ଓ ପରେ ଏହାକୁ କେନ୍ଦ୍ରୀୟ ଯୋଜନା- ପିଏମ କିଷାନ ସହ ମିଶାଇ ଦିଆଗଲା। ପିଠା ଓ ଏଲଇଡି ବଲବ ବାଣ୍ଟିବା ଭଳି ଶସ୍ତା ଲୋକପ୍ରିୟତା ଓ ନିର୍ବାଚନକେନ୍ଦ୍ରିକ ଯୋଜନା ଯୋଗୁ ଏବେ ଅର୍ଥ ବ୍ୟବସ୍ଥାର ବିକଳ ଚିତ୍ର ପଦାକୁ ଆସିଛି। ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଏକ ସଙ୍କଟଜନକ ପରିସ୍ଥିତି ଭିତରକୁ ଠେଲି ହୋଇଯାଇଛି।

ରାଜ୍ୟ ସରକାର ଖାଲି ପଡ଼ିଥିବା ସରକାରୀ ଚାକିରିରେ ଅତିକମରେ ୨୫% ପଦବୀ ପୂରଣ କରିବେ ବୋଲି ୨୦୦୪ ମସିହାରେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ କେବଳ ଠିକା କର୍ମଚାରୀଙ୍କୁ ନିୟୋଜିତ କରି ପଦବୀକୁ ପୂରଣ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ଏହି ଅବସରରେ ରାଜ୍ୟରେ ଆବଶ୍ୟକ ଥିବା ପଦବୀରେ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ମହାରାଷ୍ଟ୍ର ଓ ହରିଆଣା ଢାଞ୍ଚାରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକଯୁବତୀଙ୍କ ପାଇଁ ଓଡ଼ିଶାରେ ୨୦ରୁ ୮୫% ସଂରକ୍ଷଣ, କରୋନ ଯୋଗୁ ରୋଜଗାର ହରାଇଥିବା ବିଭିନ୍ନ ବର୍ଗକୁ ୬ମାସ ପାଇଁ ମାସିକ ସାଢ଼େ ୭ହଜାର ଟଙ୍କା ଓ ରୋଜଗାର ହରାଇଥିବା ଗରିବ ଓ ମଧ୍ୟବିତ୍ତଙ୍କୁ ବ୍ୟକ୍ତିଗତ ଟିକସ ପ୍ରଦାନରୁ ରିହାତି ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos