ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବିବୃତ୍ତି କେବଳ ଛଳନାପୂର୍ଣ୍ଣ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମହେର ପ୍ରସଙ୍ଗରେ ବିଧାନସଭାରେ ଚଲାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବୟାନ ସମ୍ପୂର୍ଣ୍ଣ ଭାବେ ଛଳନାପୂର୍ଣ୍ଣ। ଏହା ମମିତାଙ୍କୁ ନ୍ୟାୟ ନୁହେଁ ବରଂ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଂଚାଇବା ପାଇଁ ଏକ ଅପଚେଷ୍ଟା ବୋଲି ବିଜେପି କହିଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟବାସୀଙ୍କୁ ଗଭୀର ଆଘାତ ଦେଇଛି। ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ […]

BJP-Odisha

BJP-Odisha

Ordigital Desk
  • Published: Friday, 03 December 2021
  • Updated: 03 December 2021, 10:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମହେର ପ୍ରସଙ୍ଗରେ ବିଧାନସଭାରେ ଚଲାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବୟାନ ସମ୍ପୂର୍ଣ୍ଣ ଭାବେ ଛଳନାପୂର୍ଣ୍ଣ। ଏହା ମମିତାଙ୍କୁ ନ୍ୟାୟ ନୁହେଁ ବରଂ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଂଚାଇବା ପାଇଁ ଏକ ଅପଚେଷ୍ଟା ବୋଲି ବିଜେପି କହିଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟବାସୀଙ୍କୁ ଗଭୀର ଆଘାତ ଦେଇଛି।

ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ମାଝୀ କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭାରେ ବିବୃତି ଲଜ୍ଜ୍ୟାଜନକ ଓ ଅତ୍ୟନ୍ତ ନିନ୍ଦନୀୟ । ବିଜେପି ବିଧାୟକ ଦଳ ପକ୍ଷରୁ ଏହି ବୟାନକୁ ପ୍ରତ୍ୟାଖାନ କରାଯାଉଛି। ମମିତା ମେହେର ହତ୍ୟା ଅକ୍ଟୋବର ୮ ତାରିଖରେ ହୋଇଥିବା ବେଳେ ଦୀର୍ଘ ୫୬ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଓଡ଼ିଶାବାସୀଙ୍କୁ ଦୁଃଖିତ ଓ ବିଚଳିତ କରିଛି।

https://twitter.com/BJP4Odisha/status/1466801642645254144?s=20

ଆଜିର ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀଙ୍କର ମମିତା ପ୍ରତି ଦରଦ ନାହିଁ ଏବଂ ନିଜ ମନ୍ତ୍ରିମଣ୍ଡଳର ସହଯୋଗୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବାର ମୂଳ ଉଦ୍ଦେଶ୍ୟ ରହିଛି। ମମିତା ମେହେର ବିଭତ୍ସ ହତ୍ୟାକାଣ୍ଡକୁ ଅଘଟଣ କହି ମୁଖ୍ୟମନ୍ତ୍ରୀ ତାଙ୍କ ଦଳର କର୍ମୀ ଓ ମନ୍ତ୍ରୀଙ୍କ ଦ୍ୱାରା ସୁପରିକଳ୍ପିତ ହତ୍ୟାକାଣ୍ଡକୁ ହାଲୁକା ଭାବେ ଦର୍ଶାଇବା ପାଇଁ ଅପଚେଷ୍ଟା କରିଛନ୍ତି। ଦୀର୍ଘ ଦୁଇ ମାସ ପରେ ଆଜି ମମିତା ମେହେରଙ୍କ ପରିବାରର ଦୁଃଖ କଥା ମନେପଡ଼ିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଛଳନା ଅଟେ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ କରିଥିଲେ ମଧ୍ୟ ମମିତାର ପରିବାରକୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟର ପ୍ରତିଶ୍ରୁତି ନ ଦେଇପାରିବା ପ୍ରମାଣିତ କରୁଛି ଯେ ତାଙ୍କର ଆନ୍ତରିକତା ନାହିଁ । ଯଦି ମମିତା ଭଳି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିବା "ରାଜନୀତିକରଣ’ ତା'ହେଲେ ମୁଖ୍ୟମନ୍ତ୍ରୀଙ୍କର ଅଞ୍ଜନା ଗଣଦୁଷ୍କର୍ମରେ ଜାନକୀ ସରକାର ବିରୁଦ୍ଧରେ ଅଗ୍ରଣୀ ଭୂମିକା ରାଜନୀତିକରଣ ଥିଲା କି? ୧୯୯୯ ଜାନୁଆରୀ ୩ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଏଫଆଇଆର ଦେବା ପାଇଁ କଟକ ଯାଇଥିଲେ କି ନାହିଁ? ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ କି ନାହିଁ ?

https://twitter.com/BJP4Odisha/status/1466801821733687299?s=20

କଟକରୁ ଫେରିବା ପରେ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କି ନାହିଁ । ତାହା କ’ଣ ରାଜନୀତି ନଥିଲା ? ମମିତାର ପରିବାର ସେତେବେଳେ ଶାନ୍ତିରେ ରହିବେ ଯେତେବେଳେ ଅସଲି ଅପରାଧି ଓ ଷଡ଼ଯନ୍ତ୍ରକାରୀମାନେ ଦଣ୍ଡିତ ହେବେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସିଏ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ନିଜେ ବାହାରି ଆସୁଛନ୍ତି । ବାରମ୍ବାର ହାଇକୋର୍ଟ ଏବଂ ନ୍ୟାୟାଳୟର କଥା କହି ଦିବ୍ୟଶଙ୍କରଙ୍କ ସୁରକ୍ଷା ପାଇଁ ନ୍ୟାୟାଳୟକୁ ଢ଼ାଲ କରିବାର ଅପଚେଷ୍ଟା କରିନଥାନ୍ତେ । ଏବେ ଯାଏଁ ନ୍ୟାୟାଳୟ ଏମିତି କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି, ଯେଉଁଠାରେ ସେ ତଦନ୍ତର ତଦାରଖ କରିବା ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜକୁ ନିଯୁକ୍ତି ଦେଇଛନ୍ତି ବୋଲି ବିଜେପି କହିଛି ।

ବିଜେପି ବିଧାୟକ ଶ୍ରୀ ମିଶ୍ର ଓ ଶ୍ରୀ ମାଝୀ କହିଛନ୍ତି ଯେ, ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି କିନ୍ତୁ ଯେଉଁଭଳି ଭାବରେ ପ୍ରଥମ ଦିନରୁ ପୋଲିସ ତଦନ୍ତକୁ ବାଟବଣା କରିଛି, ତଥ୍ୟପ୍ରମାଣ ନଷ୍ଟ କରିଛି, ଏଫଆଇଆର ରୁଜୁ କରିବା ପାଇଁ ପୀଡ଼ିତା ପରିବାରକୁ ଚାରି ଚାରୋଟି ଥାନା ବୁଲାଇଛି ସେଥିରୁ ସ୍ପଷ୍ଟ ଯେ, ତଦନ୍ତ ଦିଗହରା କରିବାକୁ ରାଜ୍ୟ ସରକାର ଅପଚେଷ୍ଟା କରିଛନ୍ତିି । ଶୁଣାଣୀର ପ୍ରକ୍ରିୟା ଫାଷ୍ଟ ଟ୍ରାକ୍ ସେତେବେଳେ ହୋଇପାରିବ ଯେତେବେଳେ ତଦନ୍ତ ନିରପେକ୍ଷ ବିନା ଚାପରେ ଏବଂ ସମୟସାରଣୀ ଭିତରେ ସମ୍ପନ୍ନ ହେବ । କିନ୍ତୁ ଦିବ୍ୟଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଭାବରେ ତାଙ୍କର ପଦବୀରେ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ବିଜେପି ଦାବି କରୁଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁବାସ ପାଣିଗ୍ରାହୀ, ନାଉରୀ ନାଏକ,ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଭାସ୍କର ମଢେଇ, ନିତ୍ୟାନନ୍ଦ ଗଣ୍ଡ, ବୁଧନ ମୁର୍ମୁ ଓ ନବଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story