ଭଦ୍ରକ ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ। ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିରୋଧରେ ଦାନା ବାନ୍ଧୁଛି ଅସନ୍ତୋଷ। ଗତକାଲି ଭଦ୍ରକର ନରିପୁରରେ ଏହି ଅସନ୍ତୁଷ୍ଠ ଗୋଷ୍ଠୀର ଏକ ବୈଠକ ବସିଥିଲା। ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ଘରେ ବସିଥିଲା ଏହି ବୈଠକ। ଏଥିରେ ବିଜେଡି ନେତା ଅସିତ ପଟ୍ଟନାୟକଙ୍କ ସହିତ ବହୁ ଅସନ୍ତୁଷ୍ଟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
Also Read
ବୈଠକରେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିରୋଧରେ ବହୁ ଜଣ ବିଷୋଦଗାର କରିଥିଲେ। ଏପରିକି ବିଧାୟକ କିଛି କାମ କରି ନାହାନ୍ତି ଏବଂ ଦୁର୍ନୀତି କରିଥିବା କହିଛନ୍ତି ବିଜେଡି ନେତା ତଥା ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାର ଉପଦେଷ୍ଟା ଅସିତ ପଟ୍ଟନାୟକ। ସମସ୍ୟାର ସମାଧାନ କରାନଗଲେ ଦଳ ବିରୋଧରେ ଯିବାକୁ ମଧ୍ୟ ସେ ଚେତାଇ ଦେଇଛନ୍ତି।
ସେପଟେ ତାଙ୍କ ବିରୁଦ୍ଧରେ ଏହି ମେଳି ଏବଂ ଦୁର୍ନୀତି ଅଭିଯୋଗ ନେଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି, ଆଉ ୧୪ ବାକି: ଆସନ୍ତା ସପ୍ତାହରେ ରାଜ୍ୟ ସଭାପତି
ରାଜ୍ୟ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ୫୦ ପ୍ରତିଶତରୁ ଅଧିକ ଜିଲ୍ଲା ୟୁନିଟ୍ ସଭାପତିଙ୍କ ନାଁ ଘୋଷଣା ସରିଥିବାରୁ ଦଳୀୟ ସମ୍ବିଧାନ ଆଧାରରେ ରାଜ୍ୟ ସଭାପତି ଚୟନରେ ସମସ୍ୟା ରହିବ ନାହିଁ ।
Politics
ଏଠି ପ୍ରେମ ପାଇଁ ଦଣ୍ଡ, ପ୍ରତାରଣାକାରୀକୁ ପୁରସ୍କାର
ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୦୭ ବ୍ୟାଚ୍ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ପୁଣିଥରେ ୬୦ଦିନ ପାଇଁ ବୃଦ୍ଧି କରାଯାଇଛି ।
Politics
ମୋହନ ସରକାରଙ୍କ ବଡ଼ ଗେମ୍ ପ୍ଲାନ୍: ଗାଁରେ ସବୁ ଯୋଗ୍ୟ ଲୋକଙ୍କୁ ଦେବେ ‘ଘର’, ଭୋଟ୍ ବ୍ୟାଙ୍କ ବି ସୁଧାରିବେ
ପିଏମଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ‘ଘର’ ଆବଂଟନ ମାଧ୍ୟମରେ ବିଜେପି ନିଜର ଭୋଟବ୍ୟାଙ୍କକୁ ଗ୍ରାମାଂଚଳରେ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ରଣନୀତି ଉପରେ ମୋହର ବାଜିଛି ।
Politics
ବିଜେଡି ପରାଜୟର ପେଡ଼ି ଖୋଲିଲେ ଅରୁଣ, ନିଆଁ ବି ଧରାଇଲେ ଦେବାଶିଷ
ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ଦଳର ବିପର୍ଯ୍ୟୟର କାରଣ ଓ ପେଡ଼ି ଖୋଲିବା ସହ କେଉଁମାନେ ଦାୟୀ ତାହା ବି ଦଳୀୟ କର୍ମୀଙ୍କ ଆଗରେ ରଖିବାକୁ ପଛାଇ ନାହାନ୍ତି।
Politics
ଅକ୍ଷୟ ତୃତୀୟାକୁ କଂଟ କରିଛି ବିଜେଡି: ୨୫ବର୍ଷ ପରେ ଗଢ଼ିବ ରାଜନୀତିକ ବ୍ୟାପାର କମିଟି, ପାଣ୍ଡିଆନଙ୍କ ହାତରେ ରହିବ ଲଗାମ
ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଶ୍ରୀଗୁଣ୍ଡିଚାରେ ବିଜେଡି ନିଜର ସଭାପତି ପଦରେ ନବୀନଙ୍କୁ ପୁଣିଥରେ ଅବସ୍ଥାପିତ କରାଇବାକୁ ଯୋଜନା ପ୍ରସ୍ତୁତ ଚାଲିଛି।