Advertisment

ଶୋଷଣ କରୁଛି ଟାଟା ପାୱାର, ସରକାରଙ୍କୁ କଂଗ୍ରେସ ପଚାରିଲା ୫ ପ୍ରଶ୍ନ

ଏ ସମ୍ପର୍କରେ ରାଜ୍ୟ ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ଼କୋର ପଦାଧିକାରୀ, ଓଇଆରସ ଚେୟାରମ୍ୟାନ ଓ ସଦସ୍ୟମାନେ ଜାଣିଥିଲେ ମଧ୍ୟ ସେମାନଙ୍କର ନିରବତା ପରୋକ୍ଷରେ ଗ୍ରାହକଙ୍କୁ ଅଧିକ ଶୋଷଣ କରିବା ପାଇଁ ଟାଟା ପାୱାରକୁ ପ୍ରୋତ୍ସାହିତ କରିୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

undefined

Congress

Advertisment

ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ କ୍ରମାଗତ ଭାବେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି। ଏ ସମ୍ପର୍କରେ ରାଜ୍ୟ ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ଼କୋର ପଦାଧିକାରୀ, ଓଇଆରସ ଚେୟାରମ୍ୟାନ ଓ ସଦସ୍ୟମାନେ ଜାଣିଥିଲେ ମଧ୍ୟ ସେମାନଙ୍କର ନିରବତା ପରୋକ୍ଷରେ ଗ୍ରାହକଙ୍କୁ ଅଧିକ ଶୋଷଣ କରିବା ପାଇଁ ଟାଟା ପାୱାରକୁ ପ୍ରୋତ୍ସାହିତ କରିୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହିତ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରାଯାଇଛି ଓ ଶକ୍ତିମନ୍ତ୍ରୀ ଏହାର ଜବାବ ରଖନ୍ତୁ ବୋଲି ଦାବି ହୋଇଛି। 

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଅଭିଯୋଗ କରିଛନ୍ତି ଯେ ଟାଟା ପାୱାର କମ୍ପାନୀକୁ ରାଜ୍ୟ ସରକାର ଓଡ଼ିଶାର ବିଦ୍ୟୁତ ବିତରଣ ଦାୟିତ୍ୱ ଦେବା ପୂର୍ବରୁ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପ୍ରଥମ ୧୦୦ ୟୁନିଟ ପର୍ଯ୍ୟନ୍ତ ଏକ ସର୍ବନିମ୍ନ ଦର ୟୁନିଟ୍ ପିଛାରେ ଲାଗୁ ହେଉଥିଲା।

ଯାହାକି ସେତେବେଳେ ଟ.୨.୫୦ ପଇସା ଥିଲା । କିନ୍ତୁ ଟାଟା ପାୱାର ବିତରଣ ଦାୟିତ୍ୱ ନେବାପରେ ପ୍ରଥମ ସ୍ଲାବ ଯାହାକି ୧ ରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଥିଲା ତାହାକୁ କମାଇ ଦିଆଯାଇ ୧ରୁ ୫୦ ୟୁନିଟ୍ ପର୍ଯନ୍ତ କରାଗଲା ଏବଂ ୟୁନିଟ ପିଛା ଦରବୃଦ୍ଧି ଟ. ୩.୫୦ ପଇସା କରାଗଲା । ଯାହାଫଳରେ ଓଡ଼ିଶାର ଲକ୍ଷଲକ୍ଷ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ରାଜ୍ୟ ସରକାରଙ୍କ  ଜନବିରୋଧୀ ନିଷ୍ପତ୍ତି ଯୋଗୁଁ ଟାଟା ପାୱାର ଶୋଷଣ କରିଚାଲିଲା । ପ୍ରତମାସ ୩୦ ଦିନ ପରେ ମିଟର ରିଡିଂ କରିବା ପରିବର୍ତେ ଟାଟା ପାୱାର ଜାଣିସୁଣି ୧୦ ଦିନ ବିଳମ୍ବରେ ମିଟର ରିଡିଂ କରୁଛନ୍ତି ଯଦ୍ୱାରା ଉପଭୋକ୍ତାମାନଙ୍କୁ ମିନିୟମ ସ୍ଲାବ ରେଟ ପରିବର୍ତେ ୫୦ରୁ୧୦୦ ୟୁନିଟ୍ ସ୍ଲାବର ଦର ଅନୁସାରେ ଆଦାୟ କରାଯାଉଛି।

Advertisment

ଏଭଳି କରି ଟାଟା ପାୱାର ରାଜ୍ୟରୁ ପ୍ରତି ମାସରେ ଶହ ଶହ କୋଟି ଟଙ୍କାର ମୁନାଫା କମାଉଛି । ଏକଥା ରାଜ୍ୟ ସରକାର ଓ ତାଙ୍କ ତଥାକଥିତ ଟ୍ରାନଫରମେସନ ବିଭାଗ ଜାଣିଥିଲେ ମଧ୍ୟ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତେ ଏ ସମସ୍ତେ ଟାଟା ପାୱାରର ଗୋଲାମଗିରି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଓଡ଼ିଶା ବିଦ୍ୟୁତ ବିତରଣ ଓ ଦରଧାର୍ଯ୍ୟର ସ୍ୱଚ୍ଛତାକୁ ନେଇ କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛି ।

ପ୍ରଶ୍ନ-୧- କାହା ସ୍ୱାର୍ଥରେ ସର୍ବନିମ୍ନ ୟୁନିଟ ୧୦୦ ପରିବର୍ତେ ୫୦କୁ କମାଇ ଦିଆଗଲା ?

ପ୍ରଶ୍ନ-୨- ସର୍ବନିମ୍ନ ସ୍ଥିର ଦେୟ (ମିନିମମ ଫିକ୍ସ ଚାର୍ଜେସ) କିଲୋୱାଟ ପ୍ରତି ଆଦାୟ କରାଯାଉଥିଲାବେଳେ ପ୍ରକୃତରେ ଗ୍ରାହକ କମ କିଲୋୱାଟ ବିଦ୍ୟୁତ ଖର୍ଚ୍ଚ କରୁଛି ଓ ସରକାର ପ୍ରଥମରୁ ଦିଆଯାଇଥିବା ଡିମାଣ୍ଡ ଅନୁସାରେ ଅର୍ଥ ଆଦାୟ କରିବା କ’ଣ ସରକାରଙ୍କ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ନୁହେଁ କି?

ପ୍ରଶ୍ନ-୩- ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲେ ମଧ୍ୟ କାହିଁକି ଏବଂ କେଉଁ କାରଣରୁ ଓଡ଼ିଶାର ବିଦ୍ୟୁତ ଦର ୟୁନିଟ ପିଛା ଏତେ ଅଧିକ?

ପ୍ରଶ୍ନ-୪- ଓଡ଼ିଶାର ଚାଷୀଭାଇ ମାନଙ୍କୁ ତାଙ୍କର ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯିବାର ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ ହୋଇପାରିଲା ନାହିଁ ?

ପ୍ରଶ୍ନ-୫- ବିତରକ କମ୍ପାନୀ ପ୍ରୀତିରେ ରାଜ୍ୟ ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଛନ୍ତି ତଦ୍ୱାରା ଆଜି ପର୍ଯ୍ୟନ୍ତ କେତେ ଜାଗାରେ ଟ୍ରାନ୍ସଫରମର, ଇଲେକ୍ଟ୍ରି ଖୁଣ୍ଟ, ତାର ଇତ୍ୟାଦି ନୂଆ ଲଗାଯାଇଛି ତାର ହିସାବ ଦେବେକି?

ଏହାସହିତ ରାଜ୍ୟତମାମ ଏବେ ବାରମ୍ବାର ପାୱାରକଟ୍ ହେଉଥିଲେ ମଧ୍ୟ ଶକ୍ତିମନ୍ତ୍ରୀ ଉଦ୍ଭଟ ସଂଜ୍ଞା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଗ୍ରାମାଂଚଳରେ ୪ରୁ ୫ ଘଂଟା ବିଦ୍ୟୁତ କାଟ ହେଉଛି କିନ୍ତୁ ବିଭାଗୀୟ ମନ୍ତ୍ରୀ ଏହାକୁ ସ୍ୱୀକାର କରୁନାହାନ୍ତି ଯାହାକିି ୨୩ ବର୍ଷ ସରକାରର ଅହଙ୍କାର ଓ ଗର୍ବ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ମୁଖପାତ୍ର ରଜନୀ ମହାନ୍ତି ଓ ପ୍ରଶାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe