ସୁଧୁରିବନି କଂଗ୍ରେସ: ଅସ୍ତିତ୍ୱ ହରାଇଲାଣି, ତଥାପି ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାରୁ ବାହାରେ ରହି ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଆଉ ସୁଧୁରିବାର ନାଁ ନେଉନି। ଓଲଟା କରୋନା ମହାମାରୀବେଳେ ଦଳର ନେତାମାନେ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ନିକଟତର ହେବା ପରିବର୍ତ୍ତେ ଏବେ ପରସ୍ପରର ଗୋଛିକଟା ଓ ଗୋଡ଼ଟଣା କାର୍ଯ୍ୟରେ ଲିପ୍ତ ରହିଛନ୍ତି। କେତେବେଳେ ପିସିସି ସଭାପତି ପରିବର୍ତ୍ତନ ତ କେତେବେଳେ ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ଦଳର ନେତାମାନେ […]

congress

congress

Manoranjan Sial
  • Published: Thursday, 06 August 2020
  • Updated: 07 August 2020, 07:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାରୁ ବାହାରେ ରହି ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଆଉ ସୁଧୁରିବାର ନାଁ ନେଉନି। ଓଲଟା କରୋନା ମହାମାରୀବେଳେ ଦଳର ନେତାମାନେ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ନିକଟତର ହେବା ପରିବର୍ତ୍ତେ ଏବେ ପରସ୍ପରର ଗୋଛିକଟା ଓ ଗୋଡ଼ଟଣା କାର୍ଯ୍ୟରେ ଲିପ୍ତ ରହିଛନ୍ତି। କେତେବେଳେ ପିସିସି ସଭାପତି ପରିବର୍ତ୍ତନ ତ କେତେବେଳେ ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ଦଳର ନେତାମାନେ ଗୋଷ୍ଠୀକନ୍ଦଳରେ ମାତି କଂଗ୍ରେସକୁ ତଳିତଳାନ୍ତ କରିବାରେ ଲାଗିଥିବା ଜଣାପଡ଼ିଛି।

ଗତ ପଂଚାୟତ ନିର୍ବାଚନଠୁ ରାଜ୍ୟରେ ତୃତୀୟ ନମ୍ବର ଦଳ ଭାବେ ପରିଗଣିତ ହେଉଥିବା କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ବଦଳରେ ଅନ୍ତଃକନ୍ଦଳରେ ଲିପ୍ତ ରହିଛି। ଯେଉଁଥିପାଇଁ ଦଳ ସାଧାରଣ ନିର୍ବାଚନରେ ବି ମୁଖ୍ୟ ବିରୋଧୀ ଦଳ ଆସନରେ ବି ବସିବାରେ ସକ୍ଷମ ହୋଇପାରିଲା ନାହିଁ । ଦଳର ସଂଗଠନ ଏବେ ରାଜ୍ୟରେ ଧରାଶାୟୀ ଓ ବିପର୍ଯ୍ୟସ୍ତ ହେବା ସହ କଂଗ୍ରେସରେ ଥିବା ଲୋକମାନେ ବିଜେପି ଓ ବିଜେଡି ମୁହାଁ ହେବାରେ ଲାଗିଛନ୍ତି। ରାଜ୍ୟରେ ସଂଗଠନର ଏତେ ଦଶାପରେ ପରେ ମଧ୍ୟ ଦଳର ନେତାମାନଙ୍କ ସଦବୁଦ୍ଧି ଉଦୟ ହେଉନି । ବିରୋଧୀ ଦଳ ସହ ଲଢ଼ି ନିଜକୁ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ କରିବା ପରିବର୍ତ୍ତେ ଦଳର ନେତାମାନେ ପରସ୍ପର ଉପରକୁ କାଦୁଅ ଫିଙ୍ଗାରେ ବ୍ୟସ୍ତ ଅଛନ୍ତି । ଯେଉଁଥିପାଇଁ ତୃଣମୂଳସ୍ତରରେ ଥିବା କଂଗ୍ରେସର କର୍ମୀମାନେ ହତାଶ ହେବା ସହ ସଂଗଠନରେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଜଣାପଡ଼ିଛି । ଏପରିକି ଏତେଦିନ ପରେ ମଧ୍ୟ ଦଳର ଜିଲ୍ଲା ଓ ବ୍ଲକ ସଂଗଠନଗୁଡ଼ିକ ଅକାମୀ ସ୍ଥିତିରେ ଥିବାବେଳେ ରାଜ୍ୟ କମିଟି ବି ଗଢ଼ିବା ନେଇ ଏଆଇସିସି ନେତୃତ୍ୱ ସାମାନ୍ୟତମ ପ୍ରୟାସ କରୁନାହାନ୍ତି । କଂଗ୍ରେସର ସାଂଗଠନିକ କାର୍ଯ୍ୟକ୍ରମ ପ୍ରାୟତଃ ଠପ୍ ହୋଇ ରହିଛି। ଆଉ ଏସବୁ ମଧ୍ୟରେ ଦଳର ନେତାମାନେ ପରସ୍ପରର ଗୋଛିକଟାରେ ଲିପ୍ତ ରହିଛନ୍ତି।

ପିସିସି ସଭାପତି ପରିବର୍ତ୍ତନକୁ ନେଇ ଗତ କିଛିମାସ ଧରି ଦଳୀୟ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିବା ପରେ ଏବେ ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଓ ଦେବାଶୀଷ ପଟ୍ଟନାୟକ ଟାର୍ଗେଟ୍ କରି ଦଳରେ ଅସ୍ଥିରତା ସୃଷ୍ଟି କରିବାକୁ ପଛାଉନାହାନ୍ତି। ପିସିସିର ଅନ୍ୟତମ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳଙ୍କୁ ସାଧାରଣ ନିର୍ବାଚନରେ ପରାଜୟ ପରଠୁ ଆଉ କୌଣସି ସାଂଗଠନିକ କାର୍ଯ୍ୟରେ ଦେଖିବାକୁ ମିଳୁନି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବେ ପ୍ରଦୀପ ମାଝୀ ଓ ଅନ୍ୟ ନେତାମାନଙ୍କୁ ଏକଜୁଟ କରି କରୋନା ସମୟରେ ବି ସାଂଗଠନିକ କାର୍ଯ୍ୟକୁ ଜାରି ରଖିଥିବା ବେଳେ ତାରା ଓ ଦେବାଶୀଷଙ୍କ ଭଳି ନେତାମାନେ ବ୍ୟକ୍ତିଗତ ରାଜନୀତିକ ବିଦ୍ୱେଷ ପାଇଁ ପ୍ରଦେଶ କଂଗ୍ରେସର ନେତୃତ୍ୱଙ୍କୁ ଚ୍ୟାଲେଞ୍ଜ କରିବାକୁ ପଛାଉ ନାହାନ୍ତି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଦୀପ କାର୍ଯ୍ୟକାରୀ ସଭାପତି ଅଛନ୍ତି କି ନାହିଁ ସେ ଜାଣନ୍ତି ନାହିଁ। ଯେ କଂଗ୍ରେସରେ ରହିବ ସେ ଗାନ୍ଧି ପରିବାର ବିରୋଧରେ କହିବ ନାହିଁ। ତାଙ୍କ ମତରୁ ଜଣାପଡ଼ୁଛି ଯେ ସେ କାର୍ଯ୍ୟକାରୀ ସଭାପତି ନାହାନ୍ତି। ସେହିପରି ଦେବାଶୀଷ ପଟ୍ଟନାୟକ ମଧ୍ୟ ଅନୁରୂପ କଥା ଦୋହରାଇଛନ୍ତି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଥିବା ସେ ଜାଣନ୍ତି। ଏବେ କେହି କାର୍ଯ୍ୟକାରୀ ସଭାପତି ନାହାନ୍ତି। କେବଳ ପିସିସି ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି ଦୁଇ ନେତାଙ୍କ ଆକ୍ଷେପ ପରେ ମୁହଁ ଖୋଲି ଶ୍ରୀ ମାଝୀ କହିଛନ୍ତି ଯେ, ଏଆଇସିସିର ନିର୍ଦ୍ଦେଶନାମା ଉପରେ ଦେବାଶୀଷଙ୍କ ଜ୍ଞାନ ନାହିଁ। ଚିରଞ୍ଜୀବ ବିଶ୍ୱାଳ ଓ ସେ କାର୍ଯ୍ୟକାରୀ ସଭାପତି ଅଛନ୍ତି। ଯଦି ତାଙ୍କର ସନ୍ଦେହ ଅଛି ପିସିସି ସଭାପତିଙ୍କୁ ପଚାରନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଶ୍ରୀ ମାଝୀ ସଂଗଠନରେ ଦେଖାଯାଉଥିବା କନ୍ଦଳକୁ ନେଇ ଗଣମାଧ୍ୟମକୁ ବୟାନ ଦେବାବେଳେ ଗାନ୍ଧି ପରିବାର ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଦଳ ଭିତରେ ବିରୋଧ ହେବାପରେ ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏପରିକି ବରିଷ୍ଠ ନେତା ଭକ୍ତ ଦାସ ମଧ୍ୟ ଗଣମାଧ୍ୟମରେ ଆଗକୁ ଆସି ପ୍ରଦୀପ ମାଝୀଙ୍କ କଥାକୁ ଅନର୍ଥ କରାନଯାଉ ଓ ତାଙ୍କ ଭଳି ଆଦିବାସୀ ଯୁବକଙ୍କର କଂଗ୍ରେସ ସଂଗଠନରେ ଆବଶ୍ୟକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story