କୃଷି ଓ ଜଳସେଚନକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀଙ୍କୁ ବିହନ,ସାର ଓ ଜଳସେଚନ ସୁବିଧା ଯୋଗାଇବାରେ ସରକାରଙ୍କ ବିଫଳତା ଓ କୃଷି ମନ୍ତ୍ରୀଙ୍କ ଦ୍ୱାରା ୯.୨୦ଲକ୍ଷ ଚାଷୀଙ୍କୁ ହ୍ୱାଟସଅପରେ ସାମିଲ କରାଯାଇଥିବା ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶୀଷ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ କୃଷି ବିଭାଗ ଠିକ୍ ସମୟରେ ଚାଷୀମାନଙ୍କୁ ବିହନ ପ୍ରଦାନ କରିପାରିଲା ନାହିଁ। […]

Congress

Congress

Manoranjan Sial
  • Published: Thursday, 06 August 2020
  • Updated: 06 August 2020, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀଙ୍କୁ ବିହନ,ସାର ଓ ଜଳସେଚନ ସୁବିଧା ଯୋଗାଇବାରେ ସରକାରଙ୍କ ବିଫଳତା ଓ କୃଷି ମନ୍ତ୍ରୀଙ୍କ ଦ୍ୱାରା ୯.୨୦ଲକ୍ଷ ଚାଷୀଙ୍କୁ ହ୍ୱାଟସଅପରେ ସାମିଲ କରାଯାଇଥିବା ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶୀଷ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ କୃଷି ବିଭାଗ ଠିକ୍ ସମୟରେ ଚାଷୀମାନଙ୍କୁ ବିହନ ପ୍ରଦାନ କରିପାରିଲା ନାହିଁ। ୬ଲକ୍ଷ କ୍ୱିଣ୍ଟାଲ ବଦଳରେ ମାତ୍ର ୩.୫ ଲକ୍ଷ କ୍ୱିଣ୍ଟାଲ ବିହନ ଯୋଗାଣ ହେଲା। ଚାଷୀମାନଙ୍କର ଅତ୍ୟାବଶ୍ୟକ ୟୁରିଆ ସାରର ଘୋର ଅଭାବ ପରିଲକ୍ଷିତ ହେଉଛି। ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ବ୍ଲକ ପିଛା ୩୫% ଜଳସେଚନ ନିମନ୍ତେ ଘୋଷଣା କରିଥିଲେ ମଧ୍ୟ କାଗଜପତ୍ରରେ ୨୦୦ ବ୍ଲକରେ ୨୮% ଏବଂ ଅନ୍ୟ ବ୍ଲକ ଗୁଡ଼ିକରେ ଜଳସେଚନ ନଥିବା କହିଲେ ଅତୁକ୍ତି ହେବନାହିଁ। ଠିକ୍ ସମୟରେ ବର୍ଷା ନହେବାରୁ ତଳି ସବୁ ଜଳିଗଲାଣି। ଚାଷୀମାନେ ହତାସ ହୋଇପଡ଼ିଲେଣି। ବାହାଘରବେଳେ ବାଇଗଣ ରୁଆ ଭଳି ଏବେ କେନାଲ ସଫା ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ସଠିକ୍ ଭାବରେ କରାଯାଇ ନାହିଁ। ଯାହାଦ୍ୱାରା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ଚାଷୀମାନେ ସରକାରୀ ସହାୟତା ପାଇବାର ବଂଚିତ ହେବେ। ଏସବୁ ମୁଖ୍ୟ ସମସ୍ୟାରୁ ନଜର ହଟାଇବା ନିମନ୍ତେ ଅଗଷ୍ଟ ୪ତାରିଖରେ କୃଷି ମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ଉଭଟ ତଥ୍ୟ ପ୍ରଦାନ କରିଛନ୍ତି।

କୃଷକମାନଙ୍କୁ କୃଷିମନ୍ତ୍ରୀ ତାତ୍ସଲ୍ୟ କରି ସୋସିଆଲ ମିଡ଼ିଆରେ ପାଠ ପଢ଼ିବା କଥା କହୁଛନ୍ତି। କୃଷିବିଭାଗ ଦେଇଥିବା ତଥ୍ୟ ଅନୁସାରେ ୯ଲକ୍ଷ ୨୦ ହଜାର ଚାଷୀଙ୍କୁ ହ୍ୱାଟସଆପ ଗ୍ରୁପ୍‌ରେ ସାମିଲ କରାଯାଇ ଯାହା ସଂପୂର୍ଣ୍ଣ ଅବାସ୍ତବ ଏବଂ କପୋଳକଳ୍ପିତ । ହ୍ୱାଟସଆପର ନିୟମ ଅନୁଯାୟୀ ଗୋଟିଏ ଗ୍ରୁପରେ ଅତିବେଶୀରେ ୨୫୦ ଲୋକଙ୍କୁ ଯୋଡ଼ି ପାରିବାର ବ୍ୟବସ୍ଥା ଅଛି। ୯ଲକ୍ଷ ୨୦ ହଜାର ଚାଷୀଭାଇଙ୍କୁ ହ୍ୱାଟସ୍‌ଆପର କେତେଗୋଟି ଗ୍ରୁପରେ ଯୋଡ଼ାଯାଇଛି ତାହା ସବିଶେଷ ବିବରଣୀ କୃଷି ବିଭାଗ କହିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ କୃଷି ବିଭାଗର ଯାହା ଉପଲବ୍ଧି ତାହା କେବଳ ସୂଚନା ଓ ଲୋକ ସଂପର୍କ ବିଭାଗ ଜରିଆରେ ହାତଗଣତି ମୁଷ୍ଟିମେୟ ଲୋକମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବିଶ୍ୱରଞ୍ଜନ ଦାସ, ମନୋଜ ମହାପାତ୍ର ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos