ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାରେ ଉଠିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଛିଡ଼ା ହୋଇଥିବା ବିଜେବି ମହାବିଦ୍ୟାଳୟ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁ ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ଛାତ୍ରୀ ନିବାସରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ସୁଇସାଇଡ୍‌ ନୋଟ୍‌। ଯେଉଁଥିରେ ୩ ଜଣ ଛାତ୍ରୀ ରାଗିଂ କରାଯାଇଥିବା ସେ ଉଲ୍ଲେଖ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ […]

Sura-and-Mohan

Manoranjan Sial
  • Published: Sunday, 03 July 2022
  • , Updated: 03 July 2022, 10:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଛିଡ଼ା ହୋଇଥିବା ବିଜେବି ମହାବିଦ୍ୟାଳୟ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁ ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ଛାତ୍ରୀ ନିବାସରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ସୁଇସାଇଡ୍‌ ନୋଟ୍‌। ଯେଉଁଥିରେ ୩ ଜଣ ଛାତ୍ରୀ ରାଗିଂ କରାଯାଇଥିବା ସେ ଉଲ୍ଲେଖ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି କଂଗ୍ରେସ ଓ ବିଜେପି ବିଧାୟକ କହିଛନ୍ତି।

ବିଜେବି ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି, ଘଟଣାର ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ରାଗିଂ ରୋକିବାରେ ସରକାର ବିଫଳ ହୋଇଛନ୍ତି। କଲେଜର ପୁରାତନ ଛାତ୍ର ହିସାବରେ ମୁଁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବି ବୋଲି କହିଛନ୍ତି ଶ୍ରୀ ରାଉତରାୟ।

ବିଜେବି ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ ମୋହନ ମାଝୀ। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର କୌଣସି ଠୋସ୍‌ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି। ଏ ପ୍ରସଙ୍ଗକୁ ଆମେ ବିଧାନ ସଭାରେ ଉଠାଇ ସରକାରଙ୍କୁ ଘେରିବୁ ବୋଲି ଶ୍ରୀ ମାଝୀ କହିଛନ୍ତି।

ସେପଟେ ମୃତ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଜେବି କଲେଜ ଫାଟକ ଆଗରେ ଧାରଣା ଦେଇଛି ନବ ନିର୍ମାଣ ଛାତ୍ର ସଂଗଠନ । ରୁଚିକାଙ୍କ ବାପା ଓ ମାଆ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ତେଣେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଖୋଳତାଡ଼ ପାଇଁ କଲେଜରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ସେ  ହଷ୍ଟେଲ ୱାର୍ଡେନ ଓ ଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି।

Related story