ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ଜିଲ୍ଲା ବୁଲିବେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଷ୍ଠୀକନ୍ଦଳରେ ଲିପ୍ତ କଂଗ୍ରେସ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୩୧ତାରିଖରେ ଦଳର ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେପ୍ଟେମ୍ବର ୧୫ରୁ ଜିଲ୍ଲା ଗସ୍ତରେ ଯାଇ ଦଳୀୟ ସଂଗଠନକୁ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ପିସିସି ମଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, […]

niranjan

niranjan

Ordigital Desk
  • Published: Monday, 23 August 2021
  • Updated: 23 August 2021, 10:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଷ୍ଠୀକନ୍ଦଳରେ ଲିପ୍ତ କଂଗ୍ରେସ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୩୧ତାରିଖରେ ଦଳର ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେପ୍ଟେମ୍ବର ୧୫ରୁ ଜିଲ୍ଲା ଗସ୍ତରେ ଯାଇ ଦଳୀୟ ସଂଗଠନକୁ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

ପିସିସି ମଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଜି କଂଗ୍ରେସ ଭବନଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ନିଆଯାଇଥିବା କାର୍ଯ୍ୟକ୍ରମକୁ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିବା ସହ ଚଳିତମାସ ୩୧ ତାରିଖ ସୁଦ୍ଧା ବ୍ଲକ କଂଗ୍ରେସ କମିଟି ଓ ପଂଚାୟତ କଂଗ୍ରେସ କମିଟି ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରଠାରେ ଦଳୀୟ କର୍ମକର୍ତ୍ତାଙ୍କର ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ପ୍ରଭାରୀ ଏ. ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ ଯୋଗ ଦେବେ। ଦଳୀୟ ଶୃଙ୍ଖଳା ବଜାୟ ରଖି ସମସ୍ତ ନେତୃମଣ୍ଡଳୀ ପରସ୍ପର ସହଯୋଗରେ ଉଭୟ ପଂଚାୟତ ଓ ପୌର ନିର୍ବାଚନର ସମ୍ମୁଖୀନ ହେବାପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା। ଉଭୟ ବିଜେଡ଼ି ଓ ବିଜେପି ସରକାରର ବିଭିନ୍ନ ଜନବିରୋଧି ନିଷ୍ପତ୍ତିକୁ ନିରବଚ୍ଛିନ୍ନ ଆନ୍ଦୋଳନ ଜରିଆରେ ପ୍ରତିବାଦ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେପ୍ଟେମ୍ବର ୧୫ ତାରିଖରୁ ସମସ୍ତ ଜିଲ୍ଲା ଗସ୍ତ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି। ସେପ୍ଟେମ୍ବର ୧୫ରେ ନୂଆପଡ଼ା ଓ ୧୬ରେ କଳାହାଣ୍ଡି ଜିଲ୍ଲା ଗସ୍ତ ସୂଚୀ ମଧ୍ୟ ନିର୍ଦ୍ଧାରଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story