ଓଇଆରସିଙ୍କ ଟାଟା ପ୍ରୀତି ବିରୋଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କର ଟାଟା ପ୍ରୀତି ଓ ଉପଭୋକ୍ତାଙ୍କ ଉପରେ ଟିପିସିଓଡିଏଲର ଜୁଲମ୍ ପ୍ରତିବାଦରେ ଆଜି ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର ଚାଷୀଭାଇମାନଙ୍କୁ ମାଗଣା ବିଦ୍ୟୁତ୍ ସେବା ପ୍ରଦାନ ସହ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ […]

congress

congress

Ordigital Desk
  • Published: Tuesday, 13 December 2022
  • Updated: 13 December 2022, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କର ଟାଟା ପ୍ରୀତି ଓ ଉପଭୋକ୍ତାଙ୍କ ଉପରେ ଟିପିସିଓଡିଏଲର ଜୁଲମ୍ ପ୍ରତିବାଦରେ ଆଜି ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର ଚାଷୀଭାଇମାନଙ୍କୁ ମାଗଣା ବିଦ୍ୟୁତ୍ ସେବା ପ୍ରଦାନ ସହ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟିପିସିଓଡିଏଲର ମନମୁଖୀ କାର୍ଯ୍ୟ ବିରୋଧରେ ସ୍ଲୋଗାନ ଦେଇଥିଲେ । ଶ୍ରୀ ଲେଙ୍କା କହିଛନ୍ତି ଯେ, ଏବେ ରାଜ୍ୟର ସମସ୍ତ ବିଦ୍ୟୁତ୍ ବିତରଣ ପ୍ରକ୍ରିୟା ଟାଟା ପରିଚାଳିତ କମ୍ପାନୀ ଟିପିସିଓଡିଏଲ ହାତରେ ରହିଛି । ଗତ ଦୁଇ ବର୍ଷ ତଳେ ଆସିଥିବା ଏହି କମ୍ପାନୀ ଚାରି ଥର ଦର ବୃଦ୍ଧି ଘଟାଇ ରାଜ୍ୟର ୯୬ ଲକ୍ଷ ଉପଭୋକ୍ତା ପରିବାରଙ୍କୁ ଶୋଷଣ କରୁଛି । ଇଷ୍ଟ-ଇଣ୍ଡିଆ କମ୍ପାନୀ ଭଳି ଏହି ଘରୋଇ ସଂସ୍ଥା ଉପଭୋକ୍ତାଙ୍କ ଉପରେ ଜୁଲମ କରିବା ସହ ବିଭିନ୍ନ ଆଳରେ ମନଇଛା ବିଦ୍ୟୁତ୍ କାଟ୍ କରୁଛି । ଗ୍ରାମାଂଚଳରେ ଟିପିସିଓଡିଏଲ କର୍ମଚାରୀମାନଙ୍କ ଯୋଗୁ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କମ୍ପାନୀ କର୍ମଚାରୀମାନେ କେତେବେଳେ ନୂଆ ମିଟର ବସାଇବାକୁ କହୁଛନ୍ତି ତ ପୁଣି କେତେବେଳେ ପୁରୁଣା ଦେୟ ବାକି ଅଛି କହି ଗୁଣ୍ଡା ଭଳି ଆସି ହଠାତ୍ ବିଦ୍ୟୁତ୍ ସରବରାହ କାଟି ଦେଉଛନ୍ତିି । ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ସଙ୍କଟ ପରିସ୍ଥିତି ସୃଷ୍ଟି କରାଯାଉଛି । ଆମ ରାଜ୍ୟରୁ ବିଦ୍ୟୁତ୍ ଉତ୍ପାଦନ କରି ଆମକୁ ହିଁ ଘରୋଇ କମ୍ପାନି ମାଧ୍ୟମରେ ମାତ୍ରାଧିକ ଶୁଳ୍କ ଆଦାୟ କରି ନିମ୍ନମାନର ସେବା ପ୍ରଦାନ କରାଯାଉଛି । ତେଣୁ ଓଇଆରସି ଏ ଦିଗରେ ଧ୍ୟାନ ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଲେଙ୍କା ଦାବି କରିଛନ୍ତିି ।

ଏହି ଅବସରରେ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଓଇଆରସି କର୍ତ୍ତୃପକ୍ଷଙ୍କ ସହ ଶ୍ରୀ ଲେଙ୍କା ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଓଇଆରସି କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟତଃ ରାଜ୍ୟରେ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ, ଚାଷ ପାଇଁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ୍ ପ୍ରଦାନ, ବିଦ୍ୟୁତ୍ ସରବରାହର ଉନ୍ନତିକରଣ, ରାଜ୍ୟରେ ଥିବା ସମସ୍ତ କେନ୍ଦ୍ରୀୟ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ରାଜ୍ୟକୁ ଉତ୍ପାଦନର ୧୫% ମାଗଣା ବିଦ୍ୟୁତ୍ ପ୍ରଦାନ, ରାଜ୍ୟରେ ଥିବା ସମସ୍ତ କ୍ୟାପଟିଭ୍ ପାୱାର ପ୍ଲାଂଟରୁ ଉତ୍ପାଦନର ୨୦% ରାଜ୍ୟକୁ ମାଗଣା ଯୋଗାଣ ଏବଂ ବିଦ୍ୟୁତ୍ ନିୟନ୍ତ୍ରଣକାରୀ ସଂସ୍ଥାକୁ ଏକ ପ୍ରହସନରେ ପରିଣତ ନକରି ଏହାକୁ ଅଧିକ ସଶକ୍ତ କରିବା, ଯେଉଁଥିରେ ସାଧାରଣ ନାଗରିକଙ୍କ ନିର୍ଦ୍ଧିଷ୍ଟ ପ୍ରତିନିଧି ରହିବେ ଓ କମ୍ପାନୀମାନେ ଯଥାର୍ଥ କାରଣ ନଥାଇ କମିଶନଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ନପାରିଲେ ଜରିମାନା ଭରଣା କରିବେ ବୋଲି ଦାବି କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ତଥା ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ମିଲିନ୍ଦ ଗୌତମ, କୃଷ୍ଣ ମହାନ୍ତି, ସୁବ୍ରତ ବେହୁରା, ଅଭିଷେକ ସେଠ, ସ୍ୱାଗତ କର, ନିରନ ନାୟକ, ବୀରେନ ଦଳେଇ, ନିହାର ବେଉରା, ସୁଦୀପ ସାମଲ, ବିଶ୍ୱଜିତ୍ ଲେଙ୍କା, ତପନ କାଣ୍ଡି, ଜଗତଜୀବନ ମହାନ୍ତିି, ନଳିନୀ ନାୟକ, ଆଶୁତୋଷ ଲେଙ୍କା, ଇଲିୟାଜ ଅଲ୍ଲୀ, ସତ୍ୟ ପୁହାଣ, ଦୀପକ ଦାସ, ଶ୍ରୀବତ୍ସ ରଥ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story