ମାସ୍କ, ପିପିଇ ଓ ଟେଷ୍ଟିଂ କିଟ୍‌ ପରେ ସାନିଟାଇଜର କିଣାରେ ସାଂଘାତିକ ଦୁର୍ନୀତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ସାମଗ୍ରୀ କିଣା ଦୁର୍ନୀତିରେ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ମାସ୍କ, ପିପିଇ କିଟ୍‌ ଓ ଟେଷ୍ଟିଂ କିଟ୍‌ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏସବୁ ଦୁର୍ନୀତି ଭିତରେ ଏବେ ସାମ୍ନାକୁ ଆସିଛି ସାନିଟାଇଜର କିଣାରେ ସାଂଘାତିକ ହେରଫେର ହୋଇଥିବା ଅଭିଯୋଗା। ୭୦ ଟଙ୍କିଆ ସାନିଟାଇଜରକୁ ରାଜ୍ୟ ସରକାର କିଣିଛନ୍ତି ୨ ଶହ ଟଙ୍କାରେ। ରାଜ୍ୟ ଔଷଧ ନିଗମ ଏଭଳି ଚଢ଼ା ଦାମ୍‌ରେ ୫ ଲକ୍ଷ ବୋତଲ ହ୍ୟାଣ୍ଡ ସାନିଟାଇଜରକୁ […]

sanitizer

sanitizer

Manoranjan Sial
  • Published: Monday, 10 August 2020
  • Updated: 10 August 2020, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ସାମଗ୍ରୀ କିଣା ଦୁର୍ନୀତିରେ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ମାସ୍କ, ପିପିଇ କିଟ୍‌ ଓ ଟେଷ୍ଟିଂ କିଟ୍‌ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏସବୁ ଦୁର୍ନୀତି ଭିତରେ ଏବେ ସାମ୍ନାକୁ ଆସିଛି ସାନିଟାଇଜର କିଣାରେ ସାଂଘାତିକ ହେରଫେର ହୋଇଥିବା ଅଭିଯୋଗା। ୭୦ ଟଙ୍କିଆ ସାନିଟାଇଜରକୁ ରାଜ୍ୟ ସରକାର କିଣିଛନ୍ତି ୨ ଶହ ଟଙ୍କାରେ। ରାଜ୍ୟ ଔଷଧ ନିଗମ ଏଭଳି ଚଢ଼ା ଦାମ୍‌ରେ ୫ ଲକ୍ଷ ବୋତଲ ହ୍ୟାଣ୍ଡ ସାନିଟାଇଜରକୁ ୧୦ କୋଟି ଟଙ୍କା ଦେଇ କିଣିଥିବା ବେଳେ ଦୁର୍ନୀତିର ଗନ୍ଧ ବାରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ମହାମାରୀ କରୋନା ବିରୋଧୀ ଲଢେଇ ପାଇଁ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜ୍‌ର ବରଦାନ ସାବ୍ୟସ୍ତ ହୋଇଛି। ଯେଇଁଥିପାଇଁ ରାଜ୍ୟ ଔଷଧ ନିଗମ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣିଥିଲେ। ୫୦୦ ମିଲିଲିଟର ସାନିଟାଇଜର୍ ବୋତଲ ପିଛା ୨୦୦ ଟଙ୍କାରେ କିଣାଯାଇଛି। ତା’ପୁଣି ୫ ଲକ୍ଷ ବୋତଲକୁ ୧୦ କୋଟି ଟଙ୍କାରେ। ତେବେ ସେହି ସମାନ ବୋତଲକୁ ପଡୋଶୀ ବିହାର ରାଜ୍ୟ ୬୯ ଟଙ୍କା ୯୫ ପଇସାରେ କିଣିଛି। ଅର୍ଥାତ ବିହାରଠୁ ଓଡ଼ିଶା ସରକାର ବୋତଲ ପିଛା ପ୍ରାୟ ୧୩୦ ଟଙ୍କା ଅଧିକ ଦାମ୍ ଦେଇ କିଣିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିହାର ସରକାର କିଣିଥିବା ସାନିଟାଇଜରରେ ୮୦ % ଆଲ୍‌କହଲ୍‌ ଥିବା ବେଳେ ଓଡ଼ିଶା ଔଷଧ ନିଗମ କିଣିଥିବା ସାନିଟାଇଜରରେ ରହିଛି ମାତ୍ର ୬୦ %। ଏଠି ପ୍ରଶ୍ନ ଉଠୁଛି କମ୍‌ ଆଲ୍‌କହଲ୍‌ ଯୁକ୍ତ ସାନିଟାଇଜରକୁ ଅଧିକ ଦାମ୍‌ରେ କିଣିବା ପଛର ରହସ୍ୟ କଣ? ୫ ଲକ୍ଷ ବୋତଲର ପ୍ରକୃତ ଦାମ୍‌ ୩ କୋଟି ୫୦ ଲକ୍ଷ ଟଙ୍କା ହେଉଥିବା ବେଳେ ଅଧିକ ସାଢ଼େ ୬ କୋଟି ଦେଇ କିଣାଗଲା କାହିଁକି? ତାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ମାର୍ଚ୍ଚ ୨୧ ତାରିଖରେ କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ଦର୍ଶାଇଥିଲା ଯେ, ସାନିଟାଇଜର ସାଧାରଣ ଲୋକଙ୍କ ପାଇଁ ଖୁଚୁରା ମୂଲ୍ୟ ୨୦୦ ମିଲି ଲିଟର ବୋଲତ ପିଛା ସର୍ବାଧିକ ୧୦୦ ଟଙ୍କା ରହିବ। ଅର୍ଥାତ ଅଧ ଲିଟରିଆ ବୋତଲର ମୂଲ୍ୟ ୨୫୦ ଟଙ୍କା ରହିବା କଥା। କେନ୍ଦ୍ର ସରକାରଙ୍କର ଏଭଳି ଆଦେଶ ପରେ ବିହାର ୭୦ ଟଙ୍କାରେ କ୍ରୟ କରି ଥିଲା ବେଳେ ସେହି ଏକା ସାମଗ୍ରୀକୁ ଓଡ଼ିଶା ସରକାର କିଣିଲେ ୨୦୦ ଟଙ୍କାରେ କିଣିଲେ। ଅର୍ଥାତ ହୋଲ୍‌ସେଲ୍‌ ଦରକୁ ପାଶୋରି ଦିଆଗଲା। ଅନ୍ୟପକ୍ଷରେ ହାଇଡ୍ରୋଜେନ ପାରାକ୍ସାଇଡ୍‌, ଗ୍ଲିସେରିନ୍‌ କଥା ମଧ୍ୟ ଉଲ୍ଲେଖ ହୋଇନି। ତେବେ କାହିଁକି ଚଢ଼ା ଦାମ୍‌ରେ କିଣିଲେ, ସେନେଇ ତଥ୍ୟ ମାଗିଲେ ନା ଆର୍‌ଟିଆଇ କର୍ମୀଙ୍କୁ ଦେଉଛନ୍ତି ନା ରାଜ୍ୟ ସରକାର ପ୍ରତିକ୍ରିୟା ରଖୁଛନ୍ତି।

କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି-“WHO ଦେଇଥିବା ମାନରେ ଓଡ଼ିଶାରେ ସାନିଟାଇଜର କିଣାଯାଇନି। ଏହା ହେଉଛି ଏକ ବଡ଼ ଅପରାଧ।”

ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି-“ରାଜ୍ୟ ସରକାର ସୂଚନା ମାଗିଲେ ଦେଉଛନ୍ତି ନା କୋଭିଡ୍‌ ୱେବସାଇଟ୍‌ରେ ତଥ୍ୟ ପ୍ରକାଶ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos