ବିଜେଡି ବିରୋଧରେ ଫେରାଦ ହେଲା ବିଜେପି, ଆସନ୍ତାକାଲି ପ୍ରଚାରକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୩ଦିନ ଥିବାବେଳେ ଆସନ୍ତାକାଲି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ। ଏପଟେ ପିପିଲି ଉପନିର୍ବାଚନ ପ୍ରଚାରବେଳେ ଶାସକ ବିଜେଡି ନେତାମାନେ କୋଭିଡ୍ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଘଂନ କରି ପିପିଲିବାସୀଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛି। ବିଜେପି ପକ୍ଷରୁ ମିଳିଥିବା ସୂଚନା […]

Dharmendra Pradhan

Dharmendra Pradhan

Ordigital Desk
  • Published: Friday, 24 September 2021
  • Updated: 24 September 2021, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୩ଦିନ ଥିବାବେଳେ ଆସନ୍ତାକାଲି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ। ଏପଟେ ପିପିଲି ଉପନିର୍ବାଚନ ପ୍ରଚାରବେଳେ ଶାସକ ବିଜେଡି ନେତାମାନେ କୋଭିଡ୍ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଘଂନ କରି ପିପିଲିବାସୀଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛି।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ସେ ସକାଳ ସାଢ଼େ ୧୦ଟାରେ ପିପିଲି ନିର୍ବାଚନମଣ୍ଡଳୀର ମଧୁପୁର (ପୁବାଶାସନ)ରୁ ପ୍ରଚାର କରିବା ସହ ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପିପିଲି ନିର୍ବାଚନ ପ୍ରଚାରରେ ବିଜେଡି ପକ୍ଷରୁ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉନଥିବା ନେଇ ଅଭିଯୋଗ କରାଯାଇଛି।

ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିପିଲି ଉପନିର୍ବାଚନରେ କୋଭିଡ୍ ସଂକ୍ରମଣର ଭୟବହତାକୁ ଅଣଦେଖା କରିବା ସହ ଶାସକ ବିଜେଡି ସମସ୍ତ ଆଇନକାନୁନକୁ ଫୁ କରି ଦେଇ ପ୍ରଚାର କରିବା ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପଦାଧିକାରୀମାନେ ଏହି ସମସ୍ତ ବେଆଇନ କାର୍ଯ୍ୟକୁ ଦେଖି ଆଖି ବନ୍ଦ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପିପିଲିବାସୀଙ୍କ ଜୀବନ ସହ ଖେଳିବା ସହ ସମାନ । ପିପିଲିବାସୀଙ୍କ ଜୀବନ ସହ ଖେଳିବାର ଅଧିକାର ବିଜେଡିର ନାହିଁ ବୋଲି ଡ.ଲେଖାଶ୍ରୀ କ୍ଷୋଭ ପ୍ରକାଶ କରି କହିଛନ୍ତି । । ଗତକାଲି ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ, ନେତୃବୃନ୍ଦମାନେ ଶତାଧିକ କର୍ମକର୍ତ୍ତାଙ୍କ ଗ୍ରହଣରେ ଶାସକ ବିଜେଡି ପ୍ରାର୍ଥୀ ପ୍ରଚାର କାର୍ଯ୍ୟ କରିଥିଲେ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ଉପସ୍ଥିତିରେ କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରାଯାଇ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଇପିସି-୧୭୧(ଗ)ଓ ଆଇପିସି-୧୮୮କୁ ଏହା ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଏନେଇ ବାଇକ ରାଲିର ଫଟୋ ଓ ଭିଡିଓ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos