ପାୱାର ଶୋ’ କଲେ ଦ୍ୱିତୀୟ କ୍ଷମତାକେନ୍ଦ୍ର, ବିଜେଡିରେ ବିଜୁ ଯୁଗର ଅନ୍ତ

ରାଜନୀତିକ ବିଶ୍ଲେଷକଙ୍କ ମତରେ ୨୦୧୪ ସାଧାରଣ ନିର୍ବାଚନ ପରଠୁ ବିଜେଡିରୁ ବିଜୁ ଅନୁଗତମାନଙ୍କୁ ବିଦା କରି କେବଳ ନବୀନ ଓ ତାଙ୍କ ପରାମର୍ଶଦାତାଙ୍କ ଇଙ୍ଗିତରେ କାମ କରିବା ଭଳି ନେତାଙ୍କୁ ସୃଷ୍ଟି କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁମାନେ ଏଭଳି ରଣନୀତିରେ ନିଜକୁ ଖାପ ଖୁଆଇ ପାରିଛନ୍ତି, ସେମାନେ ଏବେ ଦଳରେ ଆବଶ୍ୟକ ଗୁରୁତ୍ୱ ପାଉଛନ୍ତି। ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର ସହ ବିଜେଡିରେ […]

dama

dama

Jitendra Garnayak
  • Published: Thursday, 13 September 2018
  • Updated: 15 September 2018, 11:03 AM IST

Sports

Latest News

ରାଜନୀତିକ ବିଶ୍ଲେଷକଙ୍କ ମତରେ ୨୦୧୪ ସାଧାରଣ ନିର୍ବାଚନ ପରଠୁ ବିଜେଡିରୁ ବିଜୁ ଅନୁଗତମାନଙ୍କୁ ବିଦା କରି କେବଳ ନବୀନ ଓ ତାଙ୍କ ପରାମର୍ଶଦାତାଙ୍କ ଇଙ୍ଗିତରେ କାମ କରିବା ଭଳି ନେତାଙ୍କୁ ସୃଷ୍ଟି କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁମାନେ ଏଭଳି ରଣନୀତିରେ ନିଜକୁ ଖାପ ଖୁଆଇ ପାରିଛନ୍ତି, ସେମାନେ ଏବେ ଦଳରେ ଆବଶ୍ୟକ ଗୁରୁତ୍ୱ ପାଉଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର ସହ ବିଜେଡିରେ ‘ବିଜୁ ଅନୁଗତ’ ଯୁଗର ଅନ୍ତ ଘଟିଛି।

ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଅନୁଗତଙ୍କ ଦ୍ୱାରା ଗଠିତ ବିଜୁ ଜନତା ଦଳ(ବିଜେଡି)ରେ ଏଣିକି ବିଜୁଙ୍କ ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାବେ ନବୀନଙ୍କ ଯୁଗର ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜୁଙ୍କ ଏକାନ୍ତ ଅନୁଗତ ଡାକ୍ତର ରାଉତଙ୍କୁ ବହିଷ୍କାର କରି ବିଜେଡି ଏବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା ତଥା ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ କବଜାରେ ରହିଥିବାର ସନ୍ଦେଶ ଦେବାକୁ ପ୍ରୟାସ କରାଯାଇଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ବିଜୁଙ୍କ ଅନୁଗତ ଥିବା ଯେଉଁ କିଛି ନେତା ଏଭଳି ବ୍ୟବସ୍ଥାରେ ଅଣନିଃଶ୍ୱାସୀ ମନେ କରି ପ୍ରତିକ୍ରିୟାଶୀଳ ହେଉଛନ୍ତି, ସେମାନଙ୍କୁ ପ୍ରାୟୋଜିତ ଢଙ୍ଗରେ ଦଳରୁ ବିଦା କରିବାର ମାର୍ଗ ପ୍ରଶସ୍ତ କରାଯାଉଛି। ବିଗତ ଦିନରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଭଳି ଷଡ଼ଯନ୍ତ୍ରର ଶିକାର ହୋଇଥିଲେ ଓ ଏବେ ଡାକ୍ତର ରାଉତ ହୋଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟନକୁ ନେଇ ଆଗାମୀ ଦିନରେ ଦଳରେ ନେତାମାନଙ୍କ ମଧ୍ୟରେ କନ୍ଦଳ ଓ ବିରୋଧାଭାସ ବଢ଼ିବାର ଆଶଙ୍କା ଥିବାରୁ ଡାକ୍ତର ରାଉତଙ୍କୁ ‘ବଳି’ ପକାଇ ସଂଗଠନ ଉପରେ ନିୟନ୍ତ୍ରଣ ରଖିବାକୁ ନବୀନ ଓ ତାଙ୍କ ପରାମର୍ଶଦାତା ଉଦ୍ୟମ କରିଛନ୍ତି।

ଦଳର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତରେ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ଉପରେ ନିର୍ଭରଶୀଳ।

ଡାକ୍ତର ଦାମୋଦର ରାଉତ ମଧ୍ୟ ଏହି କଥାକୁ ବାରମ୍ବାର ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁରେ ତାଙ୍କର ବ୍ୟକ୍ତିଗତ ସଚିବ ଉଭୟ ଦଳ ଓ ପ୍ରଶାସନିକ କାର୍ଯ୍ୟ ବୁଝୁଥିବା ଡାକ୍ତର ରାଉତ କହିସାରିଥିବାରୁ ସେ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଆକ୍ରୋଶର ଶିକାର ହେବା ସ୍ୱାଭାବିକ

patnaikତା’ଛଡ଼ା ଦାମବାବୁ ଗତ ସପ୍ତାହେ ହେଲା ଚାରା, ସମବାୟ ଓ ଓମଫେଡ୍ ଦୁର୍ନୀତି, ରାମକୋ ସିମେଂଟକୁ ଜମି ଦେବା ଓ ସେଥିରେ ଭାଗିଦାର ହେବା, ଧର୍ମଶାଳାର ଡଙ୍କାରୀ ପାହାଡ଼ ଲୁଟ୍ ଭଳି ଦୁର୍ନୀତି ପ୍ରସଙ୍ଗ ଉଠାଇ ସିଧାସଳଖ ଦ୍ୱିତୀୟ କ୍ଷମତାକେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାକେନ୍ଦ୍ରଙ୍କୁ ଡାକ୍ତର ରାଉତ ସିଧାସଳଖ ଆକ୍ଷେପ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଭବିଷ୍ୟତରେ ଅନ୍ୟ ନେତାମାନେ ମଧ୍ୟ କ୍ଷମତାକେନ୍ଦ୍ରଙ୍କୁ ଟାର୍ଗେଟ୍ କରିବାର ଆଶଙ୍କା ରହିଛି। ଯାହାକି ସାଧାରଣ ନିର୍ବାଚନ ସମୟରେ ଉଭୟ ଦଳ ଓ ସୁପ୍ରିମୋଙ୍କ ପାଇଁ ଚିନ୍ତାର କାରଣ ହେବ। ତେଣୁ ନବୀନଙ୍କୁ ଏସବୁ ପ୍ରସଙ୍ଗ ବୁଝାଇ ଦିଆଯାଇ ଦାମଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ବିଦା କରାଯାଇଛି। ଆଗକୁ ନିର୍ବାଚନ ଅଛି, ତେଣୁ ଦଳରେ ଡାକ୍ତର ରାଉତଙ୍କ ବହିଷ୍କାରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାର ଆଶଙ୍କା ମଧ୍ୟ ବେଶୀ ନାହିଁ।

ଦଳରେ ନିଜର ପତିଆରା ଦେଖାଇବା ପାଇଁ ପୂର୍ବରୁ ମଧ୍ୟ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏଭଳି ଷଡ଼ଯନ୍ତ୍ର କରି ସଫଳ ହୋଇଥିଲେ। ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ତତକାଳୀନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ଷଡ଼ଯନ୍ତ୍ର କରି ଦ୍ୱିତୀୟ କ୍ଷମତାକେନ୍ଦ୍ର ସେତେବେଳେ ସଫଳ ହୋଇଥିଲେ। ଏବେ ଦାମଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଦ୍ୱିତୀୟ କ୍ଷମତାକେନ୍ଦ୍ର ନିଜର ପତିଆରା ଦେଖାଇଛନ୍ତି।

୨୦୧୭ ଡିସେମ୍ବର ମାସରେ ଡାକ୍ତର ରାଉତଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା ବେଳେ ସେତେବେଳେ ସିଏ କୃଷି ବିଭାଗର ଦୁର୍ନୀତିର ତଦନ୍ତ କରାଇଥିଲେ। ତଦନ୍ତ ନିର୍ଦ୍ଦେଶ ଦେବାର ୭ଦିନ ନପୂରୁଣୁ ବ୍ରାହ୍ମଣ ପ୍ରସଙ୍ଗର ଆଳ ଦେଖାଇ ତାଙ୍କୁ ମନ୍ତ୍ରୀ ପଦ ସହ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ବହିଷ୍କାର କରାଯାଇଥିଲା।

ଏବେ ବିଜେଡିର ଏହି ଦ୍ୱିତୀୟ କ୍ଷମତାକେନ୍ଦ୍ର ନିଜର ଏକ କୋର୍‌ ଟିମ ଗଢ଼ି ନବୀନଙ୍କ ନାଁ ନେଇ ଦଳକୁ ନିୟନ୍ତ୍ରଣ କରୁଛନ୍ତି। ତାଙ୍କର ବିନା ଇଙ୍ଗିତରେ ଦଳ ଓ ସରକାରରେ କିଛି ବି ସମ୍ଭବପର ହେଉ ନଥିବା କେହି ବି ଅସ୍ୱୀକାର କରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story