ପଞ୍ଚାୟତ ନିର୍ବାଚନରେ ବିଧାୟକଙ୍କ ସ୍ତ୍ରୀ, ମନ୍ତ୍ରୀଙ୍କ ଭାଇ ବୋହୂ ଓ ସଢ଼ୁ

ବାରିପଦା(ମାଣିକଲାଲ୍‌ ପାଣି): ପଞ୍ଚାୟତ ନିର୍ବାଚନରେ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ବିଧାୟକଙ୍କ ସ୍ତ୍ରୀ, ମନ୍ତ୍ରୀଙ୍କ ଭାଇ ବୋହୂ ଓ ସଢ଼ୁ ଏବଂ ପୂର୍ବତନ ବିଧାୟକଙ୍କ ଝିଆରୀ। ଏପରି ଅନେକ ରାଜନେତାଙ୍କ ସମ୍ପର୍କୀୟଙ୍କୁ ଏଥର ମୈଦାନରେ ଦେଖିବାକୁ ମିଳିଛି। ସେମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଆଉ ନିଜ ସପକ୍ଷରେ ମତଦାନ ନେବା ପାଇଁ ଭରପୂର ଉଦ୍ୟମ କରୁଛନ୍ତି। ଏପରି ଫ୍ୟାମିଲି ପଲିଟିକ୍ସର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ। ସାରସକଣା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ବୁଢ଼ାନ […]

Family

Family

Manoranjan Sial
  • Published: Saturday, 29 January 2022
  • Updated: 29 January 2022, 10:02 PM IST

Sports

Latest News

ବାରିପଦା(ମାଣିକଲାଲ୍‌ ପାଣି): ପଞ୍ଚାୟତ ନିର୍ବାଚନରେ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ବିଧାୟକଙ୍କ ସ୍ତ୍ରୀ, ମନ୍ତ୍ରୀଙ୍କ ଭାଇ ବୋହୂ ଓ ସଢ଼ୁ ଏବଂ ପୂର୍ବତନ ବିଧାୟକଙ୍କ ଝିଆରୀ। ଏପରି ଅନେକ ରାଜନେତାଙ୍କ ସମ୍ପର୍କୀୟଙ୍କୁ ଏଥର ମୈଦାନରେ ଦେଖିବାକୁ ମିଳିଛି। ସେମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଆଉ ନିଜ ସପକ୍ଷରେ ମତଦାନ ନେବା ପାଇଁ ଭରପୂର ଉଦ୍ୟମ କରୁଛନ୍ତି। ଏପରି ଫ୍ୟାମିଲି ପଲିଟିକ୍ସର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ।

ସାରସକଣା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ବୁଢ଼ାନ ମୁର୍ମୁ। ତାଙ୍କ ପତ୍ନୀ ହେଉଛନ୍ତି ଚମ୍ପା ଟୁଡୁ। ସେ କୁଳିଅଣା ବ୍ଲକର ୯ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାୟକଙ୍କ ଧର୍ମପତ୍ନୀ ଜିଲ୍ଲା ପରିଷଦ ସଭ୍ୟ ଭାବେ ଛିଡ଼ା ହୋଇଥିବାରୁ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଚମ୍ପା ହେଉଛନ୍ତି କୁଳିଅଣା ମାରଙ୍ଗତାଣ୍ଡି ଗାଁର ଝିଅ। ସେ ସ୍ଥାନୀୟ ଅଞ୍ଚଳରେ ମିସି ଦିଦି ଭାବେ ବେଶ ପରିଚିତ। ବାରିପଦାର ବାଇଗଣବାଡ଼ିଆ ସ୍ଥିତ ବାବାବଳିଆ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍‌ କରିବା ପରେ ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରୁ ଯୁକ୍ତ ତିନିରେ ଅଧ୍ୟୟନ କରୁଥିଲେ। ସେହି ସମୟରେ ସେ ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁଙ୍କୁ ବିବାହ କରିଥିଲେ। ମିସି ଦିଦି ୧୦ ବର୍ଷରୁ ଅଧିକ ସମୟ ଧରି ଜନସେବାରେ ନିୟୋଜିତ ଅଛନ୍ତି।

ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାକୁ ନେଇ ଚମ୍ପା ଟୁଡୁ କହିଛନ୍ତି, ମୋତେ ମୋ’ ଜନ୍ମ ମାଟିର ଲୋକେ ଚାହିଁଲେ। ସେଥିପାଇଁ ସ୍ୱାମୀଙ୍କ ରାଜନୈତିକ କ୍ଷେତ୍ରକୁ ଛାଡି ନିଜ ଜନ୍ମ ମାଟିରେ ଲୋକଙ୍କ ସେବା କରିବାକୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛି ବୋଲି ଚମ୍ପା ଟୁଡୁ କହିଛନ୍ତି।

ଚମ୍ପା ଟୁଡୁଙ୍କ ପରି ବଡ଼ସାହି ନିର୍ବାଚନମଣ୍ଡଳୀ ୨୩ ନଂ ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ସ୍ତ୍ରୀ ସୁବାସିନୀ ନାୟକ ମୈଦାନକୁ ଓହ୍ଲାଇଛନ୍ତି। ୨୦୦୪ ନିର୍ବାଚନରେ ଗୋଳକ ଭାଜପା ଓ ବିଜେଡି ସେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ। ଏବେ ସେ ଅସୁସ୍ଥ ଅଛନ୍ତି। ସ୍ୱାମୀଙ୍କ ଅସୁସ୍ଥାତା ଯୋଗୁ ପତ୍ନୀ ସୁବାସୀନି ଶିକ୍ଷକତାରୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଛନ୍ତି। ନିଜର ସମର୍ଥକ ଓ କର୍ମୀଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି।

ସୁବାସିନୀ ନାୟକଙ୍କ ପରି ପୂର୍ବତନ ବିଜେଡି ବିଧାୟକ ସାଇବା ସୁସିଲ ହାଁସଦାଙ୍କ ଝିଆରୀ ସୂର୍ଯ୍ୟମଣି ହାଁସଦା ବହଳଦା ୨୬ ନଂ ଜିଲ୍ଲାପରିଷଦ ଜୋନ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ସାଇବା ନିଜେ ଝିଆରୀକୁ ଧରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ସ୍ଥାନୀୟ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିଛନ୍ତି। ଆଶା କରିଛନ୍ତି ବିଜୟୀ ହୋଇ ଲୋକଙ୍କ ପାଇଁ ସେବା କରିବେ।

ବାଙ୍ଗିରିପୋଷୀ ନିର୍ବାଚନମଣ୍ଡଳୀର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସାନ ଭାଇଙ୍କ ବୋହୂ ଗୀତାଞ୍ଜଳି ହେମ୍ୱ୍ରମ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି। ସେ ସୁଦାମ ମାରାଣ୍ଡିଙ୍କ ଗାଁ ଭୂଆଶୁଣି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସୁଦାମ ମାରାଣ୍ଡିଙ୍କ ସାନ ଭାଇଙ୍କ ବୋହୂ ପରି ଷଢ଼ୁ ବିଶ୍ୱନାଥ ହେମ୍ୱ୍ରମ ମଧ୍ୟ ଚଳିତ ନିର୍ବାଚନରେ ଭାଗ୍ୟ ନିର୍ଧାରଣ କରୁଛନ୍ତି। ସେ ବଡ଼ସାହି ନିର୍ବାଚନମଣ୍ଡଳୀର ୩୫ ନମ୍ୱର ଜୋନ୍‌ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ଗତ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ସେଥିପାଇଁ ଏଥର ମୈଦାନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story