୭ବର୍ଷ ଧରି ଅଫିସ୍ ଆସୁନାହାନ୍ତି ପ୍ରମୁଖ ସଚିବ, ଲୁଟ୍ ହେଉଛି କର୍ପସ ପାଣ୍ଠି: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସାଧାରଣ ଉଦ୍ୟୋଗ ବିଭାଗ ଦୁର୍ନୀତି ଓ ଅନିୟମିତାରେ ବୁଡ଼ିଯାଇଛି ଓ ସ୍ୱାସ୍ଥ୍ୟବୀମା ନାଁରେ ଏଠାରେ ୫୦କୋଟି ଟଙ୍କାର କର୍ପସ ପାଣ୍ଠିକୁ ଲୁଟ୍ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାସହିତ ସରକାରୀ ଟଙ୍କାକୁ କିଭଳି ଦୁର୍ନୀତିଗ୍ରସ୍ତ ଅଫିସରମାନେ ଲୁଟ୍ କରୁଛନ୍ତି ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି […]

amiya-pandav

amiya-pandav

Ordigital Desk
  • Published: Wednesday, 22 September 2021
  • Updated: 22 September 2021, 09:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସାଧାରଣ ଉଦ୍ୟୋଗ ବିଭାଗ ଦୁର୍ନୀତି ଓ ଅନିୟମିତାରେ ବୁଡ଼ିଯାଇଛି ଓ ସ୍ୱାସ୍ଥ୍ୟବୀମା ନାଁରେ ଏଠାରେ ୫୦କୋଟି ଟଙ୍କାର କର୍ପସ ପାଣ୍ଠିକୁ ଲୁଟ୍ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାସହିତ ସରକାରୀ ଟଙ୍କାକୁ କିଭଳି ଦୁର୍ନୀତିଗ୍ରସ୍ତ ଅଫିସରମାନେ ଲୁଟ୍ କରୁଛନ୍ତି ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି ଯେ, ଗତ ୭ ବର୍ଷ ହେଲା ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ କୌଣସି କାମ ନକରି ଆଡ଼ା ଜମାଇ ବସିଛନ୍ତି। ଦିନଟିଏ ମଧ୍ୟ ଅଫିସକୁ ଆସୁନାହାଁନ୍ତି। ଏପରିକି ବିଧାନସଭା ଅଧିବେଶନବେଳେ ବି ସମ୍ପୃକ୍ତ ସଚିବ ନିଜ ଅଫିସ ଆସିନଥିଲେ।

ସେହିପରି ୨୦୧୮ ମାର୍ଚ୍ଚ ମାସରେ ଅର୍ଥ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ଯଦି କୌଣସି ବିଭାଗ ସ୍ୱତନ୍ତ୍ର ପରାମର୍ଶଦାତା ନିଯୁକ୍ତ କରେ, ଅତିବେଶିରେ ସେମାନେ ମାସିକ ୪୨ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ନେଇପାରିବେ । ମାତ୍ର ଏଠାରେ ନିଯୁକ୍ତ ପରାମର୍ଶଦାତାମାନେ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଦରମା ନେଉଛନ୍ତି କିପରି? ୪-୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଅଥଚ କେହି କିଛି କାମ କରୁନାହାନ୍ତି। ବିଭାଗର ସହାୟତା ପାଇଁ ଗଠିତ ଓଏସଆରଏଫଏସ୍ ସୋସାଇଟି ସକାଶେ ସରକାର ଦେଇଥିବା ୫୦ କୋଟି ଟଙ୍କାର କର୍ପସ ପାଣ୍ଠିରୁ ବେଆଇନ ଭାବେ ଖର୍ଚ୍ଚ ହେଉଛି ।

ପ୍ରମୁଖ ସଚିବ ଅଫିସକୁ ଆସୁନଥିଲେ ମଧ୍ୟ ମାସକୁ ୩୦ ହଜାର ଟଙ୍କାରେ ଜଣେ ଡ୍ରାଇଭର ତାଙ୍କ ପାଇଁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି ଏବଂ ଦିନକୁ ୮୦ କିଲୋମିଟର ଯାତ୍ରା କରୁଥିବା ଦର୍ଶାଇ ସେ ଇନ୍ଧନ ବାବଦ ଅର୍ଥ ବିଲ କରୁଛନ୍ତି । ସୋସାଇଟ୍‌ର ବାଇ-ଲ’ ଅନୁଯାୟୀ ପ୍ରତି ୬ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକଥା ମାତ୍ର ତାହା ଆଦୌ ହେଉନାହିଁ।

ବିଭାଗରେ ୫ଜଣ ଅତିରିକ୍ତ ସଚିବ ଥିବାବେଳେ ଅଧିକ ସଂଖ୍ୟାରେ ନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତି ହେବାର କାରଣ କ’ଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଯେଉଁଦିନ ସଂପୃକ୍ତ ଅତିରିକ୍ତ ସଚିବ ଅବସର ଗ୍ରହଣ କଲେ ଠିକ ତା ପରଦିନ ତାଙ୍କୁ ନିର୍ବାହୀ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଗଲା କାହିଁକି? ତାଙ୍କ ପାଇଁ ପ୍ରକୋଷ୍ଠ ଏବଂ କେତେ କର୍ମଚାରୀ ଆଣି ନିଯୁକ୍ତ କରାଗଲା। ସେ ବିନା ସରକାରୀ ଚିଠିରେ ଓଡ଼ିଶା ଖଣି ନିଗମର ଏକ ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରୁଛନ୍ତି ଏବଂ ଏ ବାବଦରେ ସମସ୍ତ ଖର୍ଚ୍ଚ ଓଏମସି ବହନ କରୁଛି । ଅନ୍ୟ ସମସ୍ତ ବିଭାଗର ନଥିପତ୍ର ଦୂରସଂଚାର କାର୍ଯ୍ୟକ୍ରମ “ଓସ୍ୱାସ” ମାଧ୍ୟମରେ ପ୍ରସ୍ତୁତ ହେଉଥିବାବେଳେ ଏହି ବିଭାଗରେ ଏଥିପ୍ରତି ଆଦୌ ଆଗ୍ରହ ପରିଲକ୍ଷିତ ନହେବା ସନ୍ଦେହଜନକ ।

କେବଳ ଏହି ବାବୁମାନଙ୍କ ଅପାରଗତା ଯୋଗୁ ୨୦୧୯-୨୦ ବର୍ଷରେ ୯ଟି ନିଗମରେ ୧୭୩୩ କୋଟି ଟଙ୍କା କ୍ଷତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଶ୍ରୀ ପାଣ୍ଡବ କହିଛନ୍ତି ଯେ ଏହି ସରକାରୀ ଉଦ୍ୟୋଗ ବିଭାଗର କାର୍ଯ୍ୟାଳୟଟି ଗତ ୪ ବର୍ଷ ହେଲା ସ୍ୱାସ୍ଥ୍ୟବୀମା କମ୍ପାନୀଗୁଡ଼ିକର ଶାଖା କାର୍ଯ୍ୟାଳୟ ପାଲଟି ଯାଇଛି ଏବଂ ସେଠି ସରକାରୀ କର୍ମଚାରୀ ଓ ବିଭିନ୍ନ ନିଗମ କର୍ମଚାରୀଙ୍କୁ ବର୍ଷତମାମ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବାର କାମ ଚାଲିଛି । ତେଣୁ ଏ ସମସ୍ତ ଦୁର୍ନୀତି ଓ ଅନିୟମିତାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏବଂ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story