ପିପିଲି ଉପନିର୍ବାଚନରେ ୭୮.୨୫% ମତଦାନ, ନବୀନ ସରକାର ଅମଳରେ ସର୍ବାଧିକ ଭୋଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ମତଦାନ ଶେଷ ହୋଇଛି ଓ ମୋଟ ୭୮.୨୫ % ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିବାବେଳେ ପଶ୍ଚିମବଙ୍ଗ ଉପନିର୍ବାଚନ ତୁଳନାରେ ଓଡ଼ିଶାରେ ମତଦାନ ହାର ଅଧିକ ରହିଛି। ଏହାସହିତ ୧୯୯୫ ମସିହା ପରେ ପିପିଲି ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ଗତକାଲି ପିପିଲି ବିଧାନସଭା ଉପନିର୍ବାଚନରେ ମତଦାନ […]

evm

evm

Ordigital Desk
  • Published: Friday, 01 October 2021
  • Updated: 01 October 2021, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ମତଦାନ ଶେଷ ହୋଇଛି ଓ ମୋଟ ୭୮.୨୫ % ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିବାବେଳେ ପଶ୍ଚିମବଙ୍ଗ ଉପନିର୍ବାଚନ ତୁଳନାରେ ଓଡ଼ିଶାରେ ମତଦାନ ହାର ଅଧିକ ରହିଛି। ଏହାସହିତ ୧୯୯୫ ମସିହା ପରେ ପିପିଲି ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ଗତକାଲି ପିପିଲି ବିଧାନସଭା ଉପନିର୍ବାଚନରେ ମତଦାନ ହାର ୭୮. ୨୫% ରହିଥିଲା, ଯାହାକି ନବୀନ ପଟ୍ଟନାୟକ ସରକାର ଅମଳରେ ସର୍ବାଧିକ ମତଦାନ। ୨୦୦୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପିପିଲିରେ ୫ଟି ବିଧାନସଭା ନିର୍ବାଚନ ହୋଇଥିବାବେଳେ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀ ହିଁ ପ୍ରାର୍ଥୀ ହେଉଥିଲେ। କିନ୍ତୁ କୌଣସି ଗୋଟିଏ ଥର ବି ଏତେ ପରିମାଣରେ ମତଦାନ ହୋଇନାହିଁ, ଯାହା ଚଳିତ ଉପନିର୍ବାଚନରେ ହୋଇଛି।

ଶେଷଥର ପାଇଁ ୧୯୯୫ ମସିହାରେ ପିପିଲିରେ ୮୨.୩ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ଓ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ବିଜୟୀ କରାଇଥିଲେ। ୨୦୦୦ ମସିହାରୁ ନିୟମିତ ଭାବେ ବିଜେଡି ନେତା ପ୍ରଦୀପ ମହାରଥୀ ବିଜୟୀ ହେଉଥିଲେ ମଧ୍ୟ ମତଦାନ ହାର ଅପେକ୍ଷାକୃତ କମ୍ ରହିଛି। ଶ୍ରୀ ମହାରଥୀଙ୍କ ଅକାଳ ମୃତ୍ୟୁ ଯୋଗୁ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି।

ତେବେ ପିପିଲି ବିଧାନସଭା ନିର୍ବାଚନରେ ମତଦାନ ହାର ୨୦୦୦ ମସିହାରେ ୭୦.୮% ଥିବାବେଳେ ପ୍ରଦୀପ ମହାରଥୀ ୨୨୭୨୬ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ବିଜେଡି ନେତା ଶ୍ରୀ ମହାରଥୀ ୨୦୦୪ ନିର୍ବାଚନରେ ମତଦାନ ହାର ୭୩.୪ ପ୍ରତିଶତ ଥିବାବେଳେ ୧୦୬୧୨ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।

ସେହିପରି ୨୦୦୯ ବିଧାନସଭା ନିର୍ବାଚନରେ ୭୩.୪ ପ୍ରତିଶତ ମତଦାନ ହାର ଓ ୧୨୫୦୫ ଖଣ୍ଡ ଭୋଟରେ, ୨୦୧୪ ନିର୍ବାଚନରେ ୭୭.୪% ମତଦାନ ହାର ଓ ୩୩୪୭୪ଖଣ୍ଡ ଭୋଟ ଏବଂ ୨୦୧୯ ନିବାଚନରେ ୭୬% ମତଦାନ ହାର ଓ ୧୫୭୮୭ଖଣ୍ଡ ଭୋଟରେ ମହାରଥୀ ବିଜୟୀ ହୋଇଥିଲେ । ତାଙ୍କର ଅକାଳ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଛନ୍ତି । ମଇଦାନରେ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ରୁଦ୍ରପ୍ରତାପଙ୍କ ମଧ୍ୟରେ ହିଁ ଲଢ଼େଇ ହୋଇଛି । ଗତକାଲି ଶାନ୍ତିଶୃଙ୍ଖଳାର ସହ ପିପିଲିରେ ମତଦାନ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story