ଦାମ-ଦେବାଶିଷ ପରେ ଆରମ୍ଭ ହେଲା ସମ୍ବିତ-ଦେବାଶିଷ କଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କଳି ନୂଆ ନୁହେଁ। କେହି କାହାକୁ ସହି ପାରନ୍ତି ନାହିଁ। ସେମାନେ ପରସ୍ପର ସଂପର୍କରେ କେବେ ପଦୁଟିଏ ଭଲ କଥା କହିଥିବା କେହି ଶୁଣି ନଥିବେ। କିନ୍ତୁ ଏବେ ଆରମ୍ଭ ହୋଇଛି ଆଉ ଏକ ଅଧ୍ୟାୟ। ଆରମ୍ଭ ହୋଇଯାଇଛି ସମ୍ବିତ ଓ ଦେବାଶିଷ କଳି। ସମ୍ବିତ ହେଉଛନ୍ତି ମନ୍ତ୍ରୀ ଦାମୋଦର ରାଉତଙ୍କ ପୁଅ ତଥା ବର୍ତ୍ତମାନର ପାରାଦୀପ ବିଧାୟକ। ତା’ହେଲେ […]

Debashish And Sambit

Debashish And Sambit

Jitendra Garnayak
  • Published: Friday, 06 May 2022
  • Updated: 06 May 2022, 10:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କଳି ନୂଆ ନୁହେଁ। କେହି କାହାକୁ ସହି ପାରନ୍ତି ନାହିଁ। ସେମାନେ ପରସ୍ପର ସଂପର୍କରେ କେବେ ପଦୁଟିଏ ଭଲ କଥା କହିଥିବା କେହି ଶୁଣି ନଥିବେ। କିନ୍ତୁ ଏବେ ଆରମ୍ଭ ହୋଇଛି ଆଉ ଏକ ଅଧ୍ୟାୟ। ଆରମ୍ଭ ହୋଇଯାଇଛି ସମ୍ବିତ ଓ ଦେବାଶିଷ କଳି। ସମ୍ବିତ ହେଉଛନ୍ତି ମନ୍ତ୍ରୀ ଦାମୋଦର ରାଉତଙ୍କ ପୁଅ ତଥା ବର୍ତ୍ତମାନର ପାରାଦୀପ ବିଧାୟକ। ତା’ହେଲେ କଳିର କାରଣଟା କ’ଣ? କାରଣଟା ହେଉଛି ସେହି ପାରାଦୀପ।

ପାରାଦୀପ ବିଧାନସଭା ଆସନ ଉପରେ ଏବେବି ରହିଛି ଦେବାଶିଷ ସାମନ୍ତରାୟଙ୍କ ଆଖି। ନିକଟରେ ବିଶ୍ୱ ଶ୍ରମିକ ଦିବସ ଅବସରରେ ପାରାଦୀପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶ୍ରୀ ସାମନ୍ତରାୟ ତାଙ୍କ ଭାଷଣରେ ଯାହା ସବୁ କହିଲେ, ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ ସେ ପାରାଦୀପ ଆଶା ଛାଡ଼ି ନାହାନ୍ତି। ଏହି କାର୍ଯ୍ୟକ୍ରମରେ ସେ ନିଜ ଦଳର ବିଧାୟକ ସମ୍ବିତ ରାଉତରାୟଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ।

ଶ୍ରୀ ସାମନ୍ତରାୟ କହିଥିଲେ, ମା’ ସାରଳା ଓ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଯଦି ସୁଯୋଗ ପାଏ, ତା’ହେଲେ ଏ ଅଞ୍ଚଳର ଜଣେ ବି ହେଲେ ମା’ ଆଖିରୁ ଲୁହ ବାହାରିବ ନାହିଁ। ଆପଣମାନଙ୍କ ମଧ୍ୟରେ ଅଛି ବୋଲି କ୍ଷୋଭଟା ଜଣାଇ ଦେଉଛି। କିନ୍ତୁ କିଛି କରିପାରୁନି। ଗୋଟିଏ ଦଳୀୟ ଶୃଙ୍ଖଳା ମଧ୍ୟରେ ଅଛି। ପାରାଦୀପରେ ଆଉ ଗୋଟେ ଆନ୍ଦୋଳନ ଦରକାର। ନ ହେଲେ ଏମାନେ ଶୁଣିବେନି। ମୁଁ ନ ହେଲେ ବି ଆଗାମୀ ପିଢ଼ି ନିଶ୍ଚିତ ଆନ୍ଦୋଳନ କରିବ। କେତେ ଦିନ ଧରି ଆଉ ସେମାନେ ଧୈର୍ଯ୍ୟ ଧରି ରହିବେ।
ସମ୍ବିତଙ୍କ ପାରିଲା ପଣିଆ ଉପରେ ପ୍ରଶ୍ନ କରିବା ଛଳରେ ସେ କହିଥିଲେ, ଆପଣମାନେ ତାଳଚେର ଯା’ନ୍ତୁ, ସେଠାରେ ବିଧାୟକ ବ୍ରଜ ପ୍ରଧାନ ଯାହା ନାଁ ଲେଖିକି ଦେବେ କଂପାନୀ ତାଙ୍କୁ ଚାକିରି ଦେବ। ଏ କ୍ଷେତ୍ରରେ ନିଧି ସାମଲ (ଢେଙ୍କାନାଳର ବିଜେଡି ବିଧାୟକ)ଙ୍କର ବି ଉଦାହରଣ ଦେଉଛି। ଆମ ଦଳରେ ନଥାଇ ବି ସନାତନ ମହାକୁଡ଼ କେନ୍ଦୁଝରକୁ ହଲେଇ କି ରଖିଛନ୍ତି।

ସେ ଏହି କଥା କହିବା ମଧ୍ୟରେ ଶ୍ରୋତାଙ୍କ ମଧ୍ୟରୁ କେହି ଜଣେ କହିଥିଲେ ଯେ ଆଇଓସିଏଲ୍ କର୍ତ୍ତୃପକ୍ଷ କହୁଛନ୍ତି ଏମ୍‌ଏଲ୍‌ଏ କିଏ, ସେମାନେ ଚିହ୍ନି ନାହାନ୍ତି। ଏ କଥା କାନରେ ପଡ଼ିବା ମାତ୍ରେ ଶ୍ରୀ ସାମନ୍ତରାୟ କହିଥିଲେ, ବିଧାୟକ କାହାକୁ ଚିହ୍ନିଛନ୍ତି କି? ଆଗ ସେ ଲୋକ ଚିହ୍ନନ୍ତୁ। କିଏ ଆମ ଲୋକ, କିଏ ନବୀନ ବାବୁଙ୍କ ଲୋକ ଆଗ ଚିହ୍ନନ୍ତୁ। ମା’ମାନଙ୍କ କଥା ଟିକେ ବୁଝିନ୍ତୁ।

ଆଉ ଏସବୁ କଥା ଶୁଣିବା ପରେ ଖଡ୍ଗହସ୍ତ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ଦେବାଶିଷଙ୍କୁ ଦେଇଛନ୍ତି ସିଧା ସିଧା ଜବାବ । କହିଛନ୍ତି- ସ୍ୱପ୍ନ ଦେଖିବା ମନା ନାହିଁ। କିନ୍ତୁ ଦିବା ସ୍ୱପ୍ନ ଭୟଙ୍କର। ଚେଷ୍ଟା କର କେମିତି ଲୋକଙ୍କ ମନ ଜିତିବ। ଅନ୍ୟକୁ ନିନ୍ଦା କରି ଉପରକୁ ଉଠିବା ଅସମ୍ଭବ। ଆଶା କରିବା ଖରାପ ନୁହେଁ। କିନ୍ତୁ ଆଶା ଅଧିକ ବଢ଼ିଲେ ଖରାପ ହେବ ହିଁ ହେବ।

https://www.youtube.com/watch?v=fRPcMkCk2Ms
ସେହିପରି ସମ୍ବିତଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପାରାଦୀପରୁ ବିଧାୟକ ହେବାକୁ ସେ (ଦେବାଶିଷ ସାମନ୍ତରାୟ) ବିଧାୟକ ହେବାକୁ ବହୁତ ଚେଷ୍ଟା କଲେଣି। କିନ୍ତୁ ସୁଯୋଗ ପାଉ ନାହାନ୍ତି। ସେ ବି ବିଜୁ ଜନତା ଦଳରେ ଅଛନ୍ତି। ତଥାପି ସେ ନିଜ ଦଳର ବିଧାୟକ କାମ କରୁ ନାହାନ୍ତି ଓ ଲୋକଙ୍କୁ ଚିହ୍ନି ନାହାନ୍ତି ବୋଲି କହୁଛନ୍ତି। ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି ନା ନାହିଁ ତାଙ୍କ ଦଳ ବିଚାର କରିବ। ମୋତେ ଜଳ ଜଳ ହୋଇ ଦିଶୁଛି, ତାଙ୍କର ବୋଧେ ଆଉ ଭାଗ୍ୟରେ ନାହିଁ ବିଧାନସଭାକୁ ଆସିବା ପାଇଁ। ପାରାଦୀପ ବିଷୟରେ କହିବାକୁ ସେ କିଏ? ପାରାଦୀପ ବିଷୟରେ ସେ କ’ଣ ଜାଣିଛନ୍ତି? ପାରାଦୀପକୁ ବହୁତ କଂପାନୀ ଆସୁଛନ୍ତି। ସେ କଣ୍ଟ୍ରାକ୍ଟର ଲୋକ। ତେଣୁ କେମିତି ସେଠାରେ କେଉଁ କଂପାନୀରେ କାମ ଖଣ୍ଡେ ପାଆନ୍ତେ, ସେ କେବଳ ସେଥିପାଇଁ ବ୍ୟସ୍ତ ହେଉଛନ୍ତି।

ଦାମୋଦର ରାଉତ କହିଛନ୍ତି, ପାରାଦୀପ ବିଧାୟକ ମୋ ପୁଅ। ମୁଁ ଦୂରରୁ ଥାଇ ଦେଖୁଛି ଲୋକଙ୍କ ଭିତରେ ସେ ବେଶ୍ ଆଦୃତ। ଚଳିତ ବର୍ଷ ପାରାଦୀପ ଓ କୁଜଙ୍ଗରେ ଲୋକେ ତାଙ୍କ ଜନ୍ମଦିନ ବି ପାଳନ କରିଛନ୍ତି।
https://www.youtube.com/watch?v=_Z4luQ7pLe0

ଅନ୍ୟପକ୍ଷରେ ସମ୍ବିତ ଓ ତାଙ୍କ ବାପା ଦାମୋଦର ରାଉତଙ୍କ ମନ୍ତବ୍ୟ ଉପରେ ଦେବାଶିଷ ସାମନ୍ତରାୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ସାଧରଣ ନିର୍ବାଚନ ଆହୁରି ୨ ବର୍ଷ ଥିବା ବେଳେ ପାରାଦୀପକୁ ନେଇ ଦୁଇ ବିଜେଡି ନେତାଙ୍କ ମଧ୍ୟରେ ହୋଇଥିବା ଏହି ଟକରା ଟକରି ଆଲୋଚନାର ଖୋରାକ ଯୋଗାଇଛି।

ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟ ୨୦୦୦ ମସିହାରେ ବିଜେଡି ଟିକେଟ୍‌ରେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟ୍‌ରେ କଟକ-ବାରବାଟୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ସେ ଏହି ଆସନରେ ହାରି ଯାଇଥିଲେ। ତେବେ ତାଙ୍କ ନଜର ସବୁ ବେଳେ ପାରାଦୀପ ବିଧାନସଭା ଆସନ ଉପରେ ରହିଆସିଛି। କିନ୍ତୁ ସେ କେବେ ବି ଏଠାରୁ ଲଢ଼ିବାକୁ ସୁଯୋଗ ପାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story