ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି: ବୈଜୟନ୍ତ ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି। ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୭ଜଣିଆ କୋର୍ ଟିମ ଗଠନ କରିଛି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ରାଜ୍ୟରେ […]

baijayant-panda-and-aparaji

baijayant-panda-and-aparaji

Ordigital Desk
  • Published: Monday, 29 November 2021
  • Updated: 30 November 2021, 01:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି। ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୭ଜଣିଆ କୋର୍ ଟିମ ଗଠନ କରିଛି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ରାଜ୍ୟରେ ଦଳ ଓ ସଂଗଠନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ଭାବେ ଏହା କାର୍ଯ୍ୟ କରିବ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଓଡ଼ିଶାରେ ବିଜେପିକୁ ତୃଣମୂଳସ୍ତରରେ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା କିଭଳି ମିଳିପାରିବ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଛନ୍ତି। ଦଳ ଏବେ କୌଣସି ଜଣେ ନେତାଙ୍କ ଭରସାରେ ନରହି କୋର୍ ଟିମ୍ ମାଧ୍ୟମରେ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ଫଳପ୍ରସୂ କରାଇବାକୁ ଲକ୍ଷ୍ୟ ରଖିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ବିଜେପି ନିମନ୍ତେ ଏକ କୋର କମିଟି ଗଠନ କରିଛନ୍ତି। ଏହି କମିଟି ନିଶ୍ଚିତ ଭାବେ ପ୍ରତିମାସରେ ଥରେ ବୈଠକ କରିବ ବୋଲି ଶ୍ରୀ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି।

କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟପାଲ ତୋମରଙ୍କ ସମେତ ମୋଟ ୧୭ଜଣଙ୍କୁ ସ୍ଥାନ ମିଳିଛି। କମିଟିରେ ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ,କେଭି ସିଂହଦେଓ, ସମ୍ବିତ ପାତ୍ର ଏବଂ ସୁରମା ପାଢ଼ୀଙ୍କୁ କୋର କମିଟିରେ ସ୍ଥାନ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି କମିଟିରୁ ଦୂରେଇ ରଖାଯାଇଛି। ସାଂସଦ ଅପରାଜିତା ଏବେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନକୁ ଗସ୍ତ କରି ନିଜକୁ ରାଜ୍ୟରେ ବିଜେପିର ପ୍ରମୁଖ ଚେହେରା ଭାବେ ପ୍ରତିପାଦିତ କରିବାକୁ ପ୍ରୟାସ କରୁଥିବାବେଳେ ଶ୍ରୀ ନଡ୍ଡାଙ୍କ ଦ୍ୱାରା ଗଠିତ କୋରଟିମରେ ସେ ସ୍ଥାନ ନପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୂର୍ବରୁ ଦଳ କୋଣଠେସା କରିଥିବାବେଳେ ଏହି କୋର କମିଟିରେ ବି ସ୍ଥାନିତ କରିନାହିଁ।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୪ ମସିହା ପରଠୁ ରାଜ୍ୟ ବିଜେପିର ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପସ୍ଥାପିତ କରାଯାଉଛି । କିନ୍ତୁ ଏହି କୋର କମିଟି ମାଧ୍ୟମରେ ଦଳ ଏକକାଳୀନ ଦୁଇଟି ସନ୍ଦେଶ ଦେବାକୁ ଚାହିଁଛି। ପ୍ରଥମତଃ, ରାଜ୍ୟରେ ବିଜେପି ଏପର୍ଯ୍ୟନ୍ତ କାହାରିକୁ ଚେହେରା ବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିନାହିଁ ଓ ଦ୍ୱିତୀୟତଃ ସମସ୍ତଙ୍କ ସାମୁହିକ ନିଷ୍ପତ୍ତିରେ ରାଜ୍ୟ ବିଜେପିକୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଦଳ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୧୭ ପଂଚାୟତ ନିର୍ବାଚନରେ ମିଳିଥିବା ଶିକ୍ଷାକୁ ଆଧାର କରି ଏହି କୋର୍ କମିଟି ଗଠନ କରିଥିବା ବିଜେପି ମହଲରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story