‘ରାଜ୍ୟ ନେତୃତ୍ୱ ଯଦି ସୁଦୃଢ଼ ହୋଇଥା’ନ୍ତା, ଯଦି ଦୁର୍ବଳ ହୋଇନଥା’ନ୍ତା, ତା’ହେଲେ ଏ ଅବସ୍ଥା ହୋଇନଥା’ନ୍ତା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ରାଜ୍ୟ ନେତୃତ୍ୱ ଯଦି ସୁଦୃଢ଼ ହୋଇଥା’ନ୍ତା, ଯଦି ଦୁର୍ବଳ ହୋଇନଥା’ନ୍ତା, ତା’ହେଲେ ଏଭଳି ଅବସ୍ଥା ହୋଇନଥା’ନ୍ତା।’ ରାଜ୍ୟ ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦଳୀୟ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ପୌର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି। ବହୁତ ବଡ଼ ପରାଜୟର ସମ୍ମୁଖୀନ ହୋଇଛି ଭାରତୀୟ ଜନତା ପାର୍ଟି। ଏହାକୁ ସ୍ୱୀକାର କରୁଛି। ଜନାଦେଶ ଶିରୋଧାର୍ଯ୍ୟ। ଯାହା […]

Aparajita Sarangi

Aparajita Sarangi

Jitendra Garnayak
  • Published: Sunday, 27 March 2022
  • Updated: 27 March 2022, 10:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ରାଜ୍ୟ ନେତୃତ୍ୱ ଯଦି ସୁଦୃଢ଼ ହୋଇଥା’ନ୍ତା, ଯଦି ଦୁର୍ବଳ ହୋଇନଥା’ନ୍ତା, ତା’ହେଲେ ଏଭଳି ଅବସ୍ଥା ହୋଇନଥା’ନ୍ତା।’ ରାଜ୍ୟ ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦଳୀୟ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା କହିଛନ୍ତି, ପୌର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି। ବହୁତ ବଡ଼ ପରାଜୟର ସମ୍ମୁଖୀନ ହୋଇଛି ଭାରତୀୟ ଜନତା ପାର୍ଟି। ଏହାକୁ ସ୍ୱୀକାର କରୁଛି। ଜନାଦେଶ ଶିରୋଧାର୍ଯ୍ୟ। ଯାହା ଲୋକେ ଚାହିଁବେ ତାହା ହିଁ ହେବ। କିନ୍ତୁ ଏବେ ବି ସେହି କଥା କହିବି ଯାହା ମୁଁ ପଞ୍ଚାୟତ ନିର୍ବାଚନ ପରେ କହିଥିଲି। ସୁନ୍ଦରଗଡ଼ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଆମର ଯେତେ ବି କର୍ମୀ ଅଛନ୍ତି, ସେମାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ। ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଅଛି। ଭାରତୀୟ ଜନତା ପାର୍ଟିକୁ ଜିତାଇବା ପାଇଁ ସେମାନଙ୍କ ମଧ୍ୟରେ ସାମର୍ଥ୍ୟ ଓ କ୍ଷମତା ଅଛି। କିନ୍ତୁ କେଉଁଠି ନା କେଉଁଠି, ଆମକୁ ଲାଗୁଛି ଯେ ଆମକୁ ରାଜ୍ୟ ନେତୃତ୍ୱକୁ ଆହୁରି ସୁଦୃଢ଼, ସଶକ୍ତ ଓ ବଳଶାଳୀ କରିବାକୁ ପଡ଼ିବ। ଦଳର ରାଜ୍ୟ ନେତୃତ୍ୱ ଯେଉଁ ପର୍ଯ୍ୟନ୍ତ ସୁଦୃଢ଼, ସଶକ୍ତ ଓ ବଳଶାଳୀ ହେବ ନାହିଁ, ସେ ପର୍ଯ୍ୟନ୍ତ ଦଳର ତୃଣମୂଳ ସ୍ତରରେ ଏହା ପରିଲକ୍ଷିତ ହେବ ନାହିଁ। ଆମକୁ ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ ପୂରା ସଂଗଠନକୁ ସୁଦୃଢ଼ କରିବାକୁ ପଡ଼ିବ। ଏଣୁ ଏବେ ସମୀକ୍ଷାର ସମୟ। ଦଳକୁ ସୁଦୃଢ଼ କରିବାର ଦାୟିତ୍ୱ ଆମ ସମସ୍ତଙ୍କର। ମୁଁ କେବେ ବି କହିବି ନାହିଁ ଯେ ଏହା ଜଣଙ୍କର ଦାୟିତ୍ୱ। ଆମ ସମସ୍ତଙ୍କୁ ମିଶି ଏ ଦିଗରେ କାମ କରିବାକୁ ହେବ।

ସେ ଆହୁରି କହିଛନ୍ତି, ମୁଁ କେବେ ହେଲେ ଅନ୍ୟ ଦଳକୁ ଦୋଷ ଦେବି ନାହିଁ। ମୁଁ କହିଲି, ପୌର ନିର୍ବାଚନରେ ଅର୍ଥ ଓ ବାହୁ ବଳର ବହୁ ମାତ୍ରାରେ ପ୍ରୟୋଗ ହୋଇଛି। ଓଡ଼ିଶାବାସୀ ଏ ବିଷୟରେ ଜାଣିଛନ୍ତି। ସମସ୍ତଙ୍କ ପାଖରେ ଏହାର ଭିଡିଓ କ୍ଲିପ୍ ଅଛି। କିନ୍ତୁ ଏହା ସତ୍ତ୍ୱେ ବି ମୁଁ କହିବି ଏହା ଆମ ମାନଙ୍କର ଦୁର୍ବଳତା, ଭାରତୀୟ ଜନତା ପାର୍ଟିର ଦୁର୍ବଳତା। ଜଣେ କର୍ମୀ ହିସାବରେ ମୁଁ ଏହାକୁ ସ୍ୱୀକାର କରୁଛି।

ଅପରାଜିତା କହିଛନ୍ତି, ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱରରେ ମେୟର ଓ କର୍ପୋରେଟରଙ୍କ ପାଇଁ ନିର୍ବାଚନରେ ବହୁତ ଅଳ୍ପ ଖର୍ଚ୍ଚ କରାଯାଇଛି। ଅନ୍ୟ ରାଜନୀତିକ ଦଳ ଅପେକ୍ଷା ଆମେ ବହୁତ କମ୍ ଖର୍ଚ୍ଚ କରିଛୁ। ତା’ ସତ୍ତ୍ୱେ ଆମେ ୧୦ଟି କର୍ପୋରେଟର ଆସନ ଜିତିଛୁ। ଆଉ ଆମର ନୂଆ ଚେହେରା ଯିଏ ମେୟର ପ୍ରାର୍ଥୀ ହୋଇଥିଲେ ସେ ୧ ଲକ୍ଷ ୧୪ ହଜାର ଭୋଟ୍ ପାଇଥିଲେ। ଏହା କମ୍ ବଡ଼ କଥା ନୁହେଁ। ଏଥିପାଇଁ ଭୋଟ୍ ଦେଇଥିବା ପ୍ରତ୍ୟେକ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ।

ସୂଚନାଯୋଗ୍ୟ, ୧୦୫ଟି ମ୍ୟୁନିସିପାଲିଟି ଓ ଏନ୍ଏସି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସେଥିରୁ ୭୩ଟିର ଅଧ୍ୟକ୍ଷ ପଦ ହାତେଇଛି ବିଜେଡି। ବିଜେପିକୁ ୧୬ଟି ଅଧ୍ୟକ୍ଷ ପଦ ମିଳିଥିବା ବେଳେ କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ଆସନ ମିଳିଛି। ସେହିପରି ତିନି ମହାନଗର ନିଗମ- ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମେୟର ପଦ ମଧ୍ୟ ବିଜେଡି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story