‘ତୃତୀୟ ମହଲା ବସ୍ ସେତେବେଳେ ବୋଧେ ଜନ୍ମ ହୋଇ ନଥିଲେ...’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ବିଜେଡି କାର୍ଯ୍ୟକାରିଣୀ ବୈଠକରେ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରୁ ଗୋଟିଏ ଥିଲା ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦାବି । ଆଉ ଏହାକୁ ନେଇ ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମୁହଁ ଖୋଲିଛନ୍ତି । ସେ ଟ୍ୱିଟ କରି ବିଜେଡିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୧୯୫୮ରୁ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲାଣି । ଏବେ ପୁଣି ଦାବି କାହିଁକି ଉଠୁଛି […]

lekhashree-on-sit

lekhashree-on-sit

Madhupriya Mistry
  • Published: Monday, 21 December 2020
  • Updated: 21 December 2020, 02:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ବିଜେଡି କାର୍ଯ୍ୟକାରିଣୀ ବୈଠକରେ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରୁ ଗୋଟିଏ ଥିଲା ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦାବି । ଆଉ ଏହାକୁ ନେଇ ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମୁହଁ ଖୋଲିଛନ୍ତି । ସେ ଟ୍ୱିଟ କରି ବିଜେଡିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୧୯୫୮ରୁ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲାଣି । ଏବେ ପୁଣି ଦାବି କାହିଁକି ଉଠୁଛି । ଓଡ଼ିଶାବାସୀଙ୍କୁ ଏହି ଦିନ ବି ଦେଖିବାକୁ ପଡିଲା ବୋଲି ବିଜେପି ନେତ୍ରୀ କହିଛନ୍ତି ।


ଲେଖାଶ୍ରୀ ଟ୍ୱିଟ କରି ଆହୁରି କହିଛନ୍ତି, ଆମ ସଂସ୍କୃତି, ଐତିହ୍ୟର ନୂଆ ମଙ୍ଗୁଆଳ ଏବେ ୬୨ ବର୍ଷ ପରେ ପୁଣି ଦାବି କରୁଛନ୍ତି। ବୋଧହୁଏ ତାଙ୍କ ତୃତୀୟ ମହଲା ବସ୍ ସେତେବେଳେ ଜନ୍ମ ହୋଇ ନଥିଲେ । ତେଣୁ ସେ ଜାଣି ନାହାନ୍ତି । ଅଣ ଓଡ଼ିଆଙ୍କ ହାତରେ ରାଜ୍ୟର କ୍ଷମତା ରହିଲେ ଆଉ କ’ଣ ଆଶା କରାଯାଇପାରିବ ବୋଲି ଲେଖଶ୍ରୀ କହିଛନ୍ତି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos