ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ବିଜେଡି କାର୍ଯ୍ୟକାରିଣୀ ବୈଠକରେ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରୁ ଗୋଟିଏ ଥିଲା ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦାବି । ଆଉ ଏହାକୁ ନେଇ ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମୁହଁ ଖୋଲିଛନ୍ତି । ସେ ଟ୍ୱିଟ କରି ବିଜେଡିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୧୯୫୮ରୁ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲାଣି । ଏବେ ପୁଣି ଦାବି କାହିଁକି ଉଠୁଛି । ଓଡ଼ିଶାବାସୀଙ୍କୁ ଏହି ଦିନ ବି ଦେଖିବାକୁ ପଡିଲା ବୋଲି ବିଜେପି ନେତ୍ରୀ କହିଛନ୍ତି ।
ଓଡିଶାବାସୀଙ୍କୁ ଏଇ ଦିନ ବି ଦେଖିବାକୁ ପଡିଲା। ୧୯୫୮ ରେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲାଣି। ଆମ ସଂସ୍କୃତି ଓ ଐତିହ୍ୟ ର ନୂଆ ମଙ୍ଗୁଆଳ ମାତ୍ର ୬୨ ବର୍ଷ ପରେ ପୁଣି ଦାବି କରୁଛନ୍ତି। ବୋଧ ହୁଏ ତାଙ୍କ ତୃତୀୟ ମହଲା Boss ସେତେବେଳେ ଜନ୍ମ ହେଇନଥିଲେ ତେଣୁ ଜାଣିନାହାନ୍ତି। ଅଣଓଡ଼ିଆଙ୍କ ହାତରେ କ୍ଷମତା ରହିଲେ ଆଉ କଅଣ ଆଶା କରିବା। pic.twitter.com/6CJGyOYcWE
— Lekha Samantsinghar (@DrLekhaShree) December 21, 2020
ଲେଖାଶ୍ରୀ ଟ୍ୱିଟ କରି ଆହୁରି କହିଛନ୍ତି, ଆମ ସଂସ୍କୃତି, ଐତିହ୍ୟର ନୂଆ ମଙ୍ଗୁଆଳ ଏବେ ୬୨ ବର୍ଷ ପରେ ପୁଣି ଦାବି କରୁଛନ୍ତି। ବୋଧହୁଏ ତାଙ୍କ ତୃତୀୟ ମହଲା ବସ୍ ସେତେବେଳେ ଜନ୍ମ ହୋଇ ନଥିଲେ । ତେଣୁ ସେ ଜାଣି ନାହାନ୍ତି । ଅଣ ଓଡ଼ିଆଙ୍କ ହାତରେ ରାଜ୍ୟର କ୍ଷମତା ରହିଲେ ଆଉ କ’ଣ ଆଶା କରାଯାଇପାରିବ ବୋଲି ଲେଖଶ୍ରୀ କହିଛନ୍ତି ।