‘ଦିବ୍ୟଶଙ୍କର ତାଙ୍କ ଦିବ୍ୟ ବଚନ ବନ୍ଦ କରନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରେସ୍‌ ବିବୃତିକୁ ସମାଲୋଚନା କରିଛି କଂଗ୍ରେସ। ରାଜ୍ୟ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି, ଦିବ୍ୟଶଙ୍କର ମହୋଦୟ ଆପଣ ନିଜର ଦିବ୍ୟ ବଚନ ବନ୍ଦ କରନ୍ତୁ। ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ସେ କହିଛନ୍ତି, ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତି ଅର୍ଥହୀନ ଓ ହାଲୁକା। ମନ୍ତ୍ରୀଙ୍କ ବିବୃତ୍ତି ତାଙ୍କ ବିରୋଧରେ ଆସିଥିବା କୌଣସି […]

congress

Tapaswini Nayak
  • Published: Saturday, 30 October 2021
  • , Updated: 30 October 2021, 02:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରେସ୍‌ ବିବୃତିକୁ ସମାଲୋଚନା କରିଛି କଂଗ୍ରେସ। ରାଜ୍ୟ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି, ଦିବ୍ୟଶଙ୍କର ମହୋଦୟ ଆପଣ ନିଜର ଦିବ୍ୟ ବଚନ ବନ୍ଦ କରନ୍ତୁ। ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ।

ସେ କହିଛନ୍ତି, ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତି ଅର୍ଥହୀନ ଓ ହାଲୁକା। ମନ୍ତ୍ରୀଙ୍କ ବିବୃତ୍ତି ତାଙ୍କ ବିରୋଧରେ ଆସିଥିବା କୌଣସି ଅଭିଯୋଗକୁ ନିର୍ଦ୍ଦିଷ୍ଟ ଭାବେ ଖଣ୍ଡନ କରି ନାହିଁ। ଏହା ତାଙ୍କର ଉପର ଠାଉରିଆ ଖଣ୍ଡନ। ମନ୍ତ୍ରୀଙ୍କ ନାଁରେ ଫୌଜଦାରୀ ଦଣ୍ଡବିଧି  ଆଇନ ୩୦୨ ଓ ୧୨୦ (ବି) ଅନୁସାରେ ମକଦ୍ଦମା ରୁଜୁ କରାଯାଉ।

ଗଣେଶ୍ୱର କହିଛନ୍ତି, ସିଆରପିସି ଅନୁସାରେ ସମ୍ମାନହାନି ହେଲେ ଜଣେ ବ୍ୟକ୍ତି ମାନହାନି ମକଦ୍ଦମା କରିପାରିବେ। ହେଲେ ମନ୍ତ୍ରୀ କହିଥିବା ମାନହାନି ମାମଲା କଥା ଅର୍ଥହୀନ। ମନ୍ତ୍ରୀ କାହିଁକି ନିଜେ ମାନହାନି ମକଦ୍ଦମା କଲେ ନାହିଁ? ତାଙ୍କ ପରିବାର କାହିଁକି ମକଦ୍ଦମା କଲେ?

ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଗଣେଶ୍ୱର

ଶ୍ରୀ ବେହେରା କହିଛନ୍ତି,  `ମୁଁ ଦୋଷୀ ନୁହେଁ, ମୁଁ ରାଣ ଖାଉଛି ଓ ମାଣିକେଶ୍ୱରୀଙ୍କ ରାଣ ଖାଉଛି'-  ମନ୍ତ୍ରୀଙ୍କ ଏହି ବିଳାପ ତୁଚ୍ଛ ପିଲାଳିଆମି ନୀତି। ମନ୍ତ୍ରୀ କେତୋଟି ଗଣମାଧ୍ୟମ ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ମନ୍ତ୍ରୀ ପ୍ରେସ ସ୍ୱାଧୀନତା ଉପରେ ଆକ୍ରମଣ କରୁ ନାହାନ୍ତି ତ? ଏହା କ’ଣ ପ୍ରେସ ସ୍ୱାଧୀନତା ଉପରେ ଆକ୍ରମଣ ନୁହେଁ? ଏହା କ’ଣ ଗଣମାଧ୍ୟମର କଣ୍ଠରୋଧ କରିବା ଉଦ୍ୟମ ନୁହେଁ? ଏହା କ’ଣ ଧମକ ଦେଇ ବିରୋଧୀଙ୍କୁ ଦବେଇ ଦେବାର ଅପଚେଷ୍ଟା ନୁହେଁ? ଏହା ହେଉଛି ମନ୍ତ୍ରୀଙ୍କର କ୍ଷମତାର ଅଂହ। କ୍ଷମତା ଅଂହ ଦ୍ୱାରା ପରିଚାଳିତ ହୋଇ ଏପରି ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନେଇଛନ୍ତି।  କଂଗ୍ରେସ ଏହାକୁ ପସନ୍ଦ କରେ ନାହିଁ, ବରଂ ଏହାକୁ କଠୋର ଭାବେ ନିନ୍ଦା କରେ।  ମନ୍ତ୍ରୀ ମକଦ୍ଦମାର ସାମ୍ନା କରନ୍ତୁ।  ନିଜକୁ  ନିର୍ଦ୍ଦୋଷ ପ୍ରମାଣ କରନ୍ତୁ। ତାହା ନହେଲେ କଂଗ୍ରେସର ତାର ଆନ୍ଦୋଳନ ଜାରି ରଖିବ।

ଯୁବ କଂଗ୍ରେସର ବିକ୍ଷୋଭ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ନବୀନ ନିବାସ ଘେରାଉ ପାଇଁ ଗଲାବେଳେ ଶିଶୁ ଭବନ ଛକରେ ପୁଲିସ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା।  ଏହି ସମୟରେ  ପୁଲିସ ଓ ଯୁବ କଂଗ୍ରେସ କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।  ଏହି ରାଲିରେ ରାଲିରେ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମ ସାମିଲ ଥିଲେ।

Related story