ରୁଦ୍ରଙ୍କ ନାଁରେ ୪ ମିଛ କେସ୍, ବିଜେଡି ଦେଲା ସ୍ପଷ୍ଟୀକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ଆସନ୍ତାକାଲି ପିପିଲି ବିଧାନସଭା ଉପନିର୍ବାଚନ ନିମନ୍ତେ ବିଜେଡି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏମବିଏ ଡିଗ୍ରୀଧାରୀ ରୁଦ୍ରଙ୍କ ନାଁରେ ପିପିଲି ଥାନାରେ ୪ଟି ଅପରାଧିକ ମାମଲା ଥିବାବେଳେ ଏଥିରେ ଆମର୍ସ ଆକ୍ଟ ଓ ଅନୁସୂଚିତ ଜନଜାତିଙ୍କ ନିର୍ଯାତନା ଦେଇଥିବାର ଅଭିଯୋଗ ମଧ୍ୟ ସାମିଲ ଅଛି। ତେବେ ରୁଦ୍ରଙ୍କ ନାଁରେ ଥିବା ସମସ୍ତ ମାମଲା ମିଛ ତଥା ଦଳିତ ଓ ନିଷ୍ପେଷିତଙ୍କ […]

Rudra-Pratap-maharathy

Ordigital Desk
  • Published: Monday, 29 March 2021
  • , Updated: 29 March 2021, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ଆସନ୍ତାକାଲି ପିପିଲି ବିଧାନସଭା ଉପନିର୍ବାଚନ ନିମନ୍ତେ ବିଜେଡି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏମବିଏ ଡିଗ୍ରୀଧାରୀ ରୁଦ୍ରଙ୍କ ନାଁରେ ପିପିଲି ଥାନାରେ ୪ଟି ଅପରାଧିକ ମାମଲା ଥିବାବେଳେ ଏଥିରେ ଆମର୍ସ ଆକ୍ଟ ଓ ଅନୁସୂଚିତ ଜନଜାତିଙ୍କ ନିର୍ଯାତନା ଦେଇଥିବାର ଅଭିଯୋଗ ମଧ୍ୟ ସାମିଲ ଅଛି। ତେବେ ରୁଦ୍ରଙ୍କ ନାଁରେ ଥିବା ସମସ୍ତ ମାମଲା ମିଛ ତଥା ଦଳିତ ଓ ନିଷ୍ପେଷିତଙ୍କ ପାଇଁ ରୁଦ୍ରଙ୍କ ଜୀବନ ସମର୍ପିତ ବୋଲି ବିଜେଡି ସ୍ପଷ୍ଟୀକରଣ ଦେଇଛି।

ବିଜେଡି ପକ୍ଷରୁ ଗଣମାଧ୍ୟମରେ ଦିଆଯାଇଥିବା ଘୋଷଣାନାମା ଅନୁସାରେ, ରୁଦ୍ରଙ୍କ ନାଁରେ ଦଙ୍ଗା, ହତ୍ୟା ଉଦ୍ୟମ, ବୋମା ବିସ୍ଫୋରଣ, ଖରାପ ଭାଷାରେ ଗାଳିଗୁଲଜ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଆଗ୍ନେୟଅସ୍ତ୍ରରେ ଆକ୍ରମଣ କରିବାର ସଙ୍ଗୀନ ଅଭିଯୋଗ ପିପିଲି ଥାନାରେ ରୁଜୁ ହୋଇଛି। ୨୦୦୮ରେ ଗୋଟିଏ ଓ ୨୦୧୨ରେ ୩ଟି ମାମଲା ପିପିଲି ଥାନାରେ ରୁଜୁ ହୋଇଥିବାବେଳେ ଏଥିରୁ ୩ଟି କେସ୍ ମିଛ ଓ ଗୋଟିଏ କେସରେ ଚାର୍ଜସିଟରୁ ରୁଦ୍ରଙ୍କ ନାଁ ବାଦ୍ ଦିଆଯାଇଥିବା ବିଜେଡି ପକ୍ଷରୁ ଫର୍ମାଟ ସି-୭ରେ ଦର୍ଶାଯାଇଛି।

ସେହିପରି ରୁଦ୍ରଙ୍କୁ ପ୍ରାର୍ଥୀ କରାଯିବା ସମ୍ପର୍କରେ ବିଜେଡି କହିଛି ଯେ, ଏବିଏମ ଡିଗ୍ରୀଧାରୀ ରୁଦ୍ର ଜଣେ ଯୁବ ଉଦୀୟମାନ ଜନନେତା, ଯିଏକି ନିର୍ବାଚନମଣ୍ଡଳୀର ଦଳିତ ଓ ନିଷ୍ପେଷିତଙ୍କ ପାଇଁ ସମ୍ପୂର୍ଣ୍ଣ ସମର୍ପିତ । ଜଣେ ଛାତ୍ର ନେତା ଭାବେ ସେ ଅନେକ ସାମାଜିକ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ସେ କୋଭିଡ-୧୯ ସମୟରେ ଗରିବ ଓ ଦାଦନ ଶ୍ରମିକ ଓ ଅନାଥଙ୍କ ପାଇଁ ମାଗଣା ରୋଷେଇ, ବୁଲା ପଶୁଜନ୍ତୁଙ୍କ ପାଇଁ ଖାଦ୍ୟ ଭଳି ବହୁ ସାମାଜିକ ସେବା କରିଛନ୍ତି। ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିବ ମହିଳାଙ୍କୁ ସଶକ୍ତିକରଣ କରିବାରେ ମଧ୍ୟ ସେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି।

କୋଭିଡ୍ ବିପର୍ଯ୍ୟୟ ସମୟରେ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ଓ ଜନସେବା ପାଇଁ ସମିର୍ପତ ଭାବନା ଯୋଗୁ ତାଙ୍କୁ ଦଳ ପ୍ରାର୍ଥୀ ଭାବେ ଚୟନ କରିଛି। ସେ ନିଷ୍ପେଷିତ,ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ସମର୍ପିତ। କୋଭିଡ୍ ଗାଇଡଲାଇନ ସମ୍ପର୍କରେ ସେ ଲୋକଙ୍କୁ ସଚେତନ କରାଇବାରେ ନିବିଡ଼ ଭାବେ ସାମିଲ ହୋଇଥିଲେ। ତାଙ୍କ ମନ ଓ ମସ୍ତିଷ୍କ ଲୋକଙ୍କ ସେବା ପାଇଁ ପ୍ରତିବଦ୍ଧ ହୋଇଥିବାରୁ ତାଙ୍କୁ ବିଜେଡି ପ୍ରାର୍ଥୀ କରିଛି ବୋଲି ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Related story